ଗାଡ଼ି କେନ୍ଦୁଝରରେ, ଚାଲାଣ କଟିଲା ଭୁବନେଶ୍ୱରରେ, ଆର୍‌ଟିଓର କାର୍ଯ୍ୟକୁ ନେଇ ଉଠିଲା ପ୍ରଶ୍ନ

Published By : Prameya-News7 Bureau | July 30, 2021 IST

ପାଟଣା, ୩୦/୦୭: ଅଜବ ରାଇଜର ଗଜବ ନୀତି । ଗାଡ଼ି ଅଛି କେନ୍ଦୁଝର ଜିଲ୍ଲାର ପାଟଣାରେ, ହେଲେ ଇ-ଚାଲାଣ କଟୁଛି ଭୁବନେଶ୍ୱର ସି ଆର ପି ଓଭରବ୍ରିଜରେ । ଯାହା ପରିବହନ ବିଭାଗର ପାରିବାପଣିଆର ବିକଳ ଚିତ୍ରକୁ ଦର୍ଶାଇଛି । ରାଜ୍ୟ ସରକାର ମୋଟର ଯାନ ଆଇନ ଲାଗୁ କରିବା ପରେ ରାଜ୍ୟ ପରିବହନ ବିଭାଗ ଓ ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ହେଲମେଟ, ବିପଦ ପୂର୍ଣ୍ଣ ଗାଡି ଚାଳନା ସହିତ ହାଇସ୍ପିଡ଼ ଚାଳନା ଉପରେ ନଜର ରଖାଯାଉଛି । ଏପରିକି ରୋକ୍ ଇ-ଚାଲାଣ ମାଧ୍ୟମରେ ଜୋରିମାନା ଆଦାୟ କରୁଛି । କିନ୍ତୁ ପାଟଣା ଅଞ୍ଚଳରେ ଏକ କାରକୁ କଟାଯାଇଥିବା ଇ-ଚାଲାଣକୁ ନେଇ ଏବେ ପ୍ରଶ୍ନ ଉଠିଛି।

OD 02 AX 5082 ନାଲି ରଙ୍ଗର ହୁଣ୍ଡାଇ ଆଇ ୨୦ ଇଲାଇଟ ଆସ୍ତା କାରଟି ପାଟଣାରେ ଥିଲା । କିନ୍ତୁ ଗୁରୁବାର ସଂଧ୍ୟା ସମୟରେ ଭୁବନେଶ୍ୱରରେ ହାଇସ୍ପିଡ଼ ଚାଳନା ପାଇଁ ୭ ହଜାର ଟଙ୍କା ଜୋରିମାନା ଇ-ଚାଲାଣ ମାଧ୍ୟମରେ ମୋବାଇଲକୁ ମେସେଜ ଆସିଛି । ବିନା ଲାଇସେନ୍ସରେ ଗାଡି ଚଳାଉଥିବା ପାଇଁ ୨ ହଜାର ଏବଂ ଅଧିକ ସ୍ପିଡ଼ରେ ଗାଡି ଚାଳନା ପାଇଁ ୫ ହଜାର ଟଙ୍କା ଜୋରିମାନା ଆସିଥିବା ଅଭିଯୋଗ ହୋଇଛି । ଏପରି ଅଭିଯୋଗ ଆଣିଛନ୍ତି ପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର ଲକ୍ଷଣ କୁମାର ମହାନ୍ତ । ଡ଼ଃ ଲକ୍ଷ୍ମଣ ନିଜ କାକାଙ୍କ ଗାଡିକୁ ବ୍ୟବହାର କରୁଥିବା ବେଳେ ଗତକାଲି ସନ୍ଧ୍ୟାରେ ସେ ଏବଂ ତାଙ୍କ ଗାଡି ମେଡିକାଲ କ୍ୱାଟରରେ ଥିବା ସମୟରେ ମୋବାଇଲକୁ ୭ ହଜାର ଟଙ୍କାର ଜୋରିମାନା ହୋଇଥିବା ମେସେଜ୍‌ ଅସିଛି । କିନ୍ତୁ ଡାକ୍ତରଙ୍କ ଗାଡି ଭୁବନେଶ୍ୱର ଯାଇ ନଥିବା ବେଳେ କିପରି ଭୁବନେଶ୍ୱର ଆରଟି ଓ( ୨) ଏପରି ଫାଇନ କାଟିଲା ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି।

ଅନ୍ୟ ପଟେ ଡାକ୍ତରଙ୍କ ଗାଡି ନମ୍ବରକୁ କେହି ବ୍ୟବହାର କରି ଭୁବନେଶ୍ୱରରେ ଚଲାଉଥିବା ଡାକ୍ତର ଅଭିଯୋଗ ଆଣିଛନ୍ତି । ସିସିଟିଭି ଫୁଟେଜ ଆଧାରରେ ଘଟଣାର ତଦନ୍ତ କରି ବିନା ଭୁଲରେ ଆସିଥିବା ଜୋରିମାନା ଉପରେ ତଦନ୍ତ କରିବାକୁ ଡ଼ଃ ଲକ୍ଷଣ ମହାନ୍ତ ଦାବି କରିଛନ୍ତି । ଏଥି ସହ ସେ ମେଲ ଓ ଟ୍ୱିଟର ମାଧ୍ୟମରେରେ ପରିବହନ ବିଭାଗକୁ ଅଭିଯୋଗ ଜଣାଇଛନ୍ତି । ଅନ୍ୟପଟେ ପରିବହନ ବିଭାଗ ଅଧିକ  ଜୋରିମାନା ଆଦାୟ କରି ଉପରିସ୍ଥ ଅଧିକାରୀଙ୍କ ନିକଟରେ ସାବାସୀ ନେବା ନିଶାରେ ଅଧିକାରୀ ମାନେ ଏ ପରି କରୁଥିବା ସାଧାରଣରେ ଚର୍ଚ୍ଚା ହେଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.