Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦୈନିକ ଆକ୍ରାନ୍ତ ତୂଳନାରେ ଆଜି କମିଲା ସୁସ୍ଥ ସଂଖ୍ୟା, ୨୪ ଘଣ୍ଟାରେ କରୋନାରୁ ଆରୋଗ୍ୟ ହେଲେ ୭୨୮
  • ||
  • ଯୋଡାମୁଣ୍ଡ ଶିଶୁ କାଳିଆର ମୃତ୍ୟୁ, ଏସସିବିରେ ଦୀର୍ଘ ଦିନ ଧରି ଥିଲେ ଚିକିତ୍ସାଧୀନ, ସୁସ୍ଥ ଅଛି ଜଗା
  • ||
  • ପରିବାର ପାଇଁ ଏତିକି ସମ୍ପତ୍ତି ଛାଡି ଯାଇଛନ୍ତି କଂଗ୍ରେସର ଚାଣକ୍ୟ ଅହମଦ ପଟେଲ
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ମୃତକଙ୍କ ସଂଖ୍ୟା ୧୬୮୭ରେ ପହଞ୍ଚିଲା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୭୩୦ କରୋନା ସଂକ୍ରମିତ, ୩୧୬୦୦୧ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଦ୍ୱିତୀୟ AIIMS ପ୍ରତିଷ୍ଠା ପାଇଁ ପ୍ରସ୍ତାବ, କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କୁ ଚିଠି ଲେଖିଲେ ମୁଖ୍ୟ ଶାସନ ସଚିବ
  • ||
  • ପୁରୀ : ବାହାର ଭକ୍ତଙ୍କୁ ପୁରୀ ମନା, ନାଗାର୍ଜୁନ ବେଶ ପାଇଁ ଜିଲ୍ଲା ପ୍ରଶାସନର କଟକଣା
  • ||
  • ଭିଜିଲାନ୍ସ ଜାଲରେ ଓଡିଶା ବନୀକରଣ ଅତିରିକ୍ତ ପିସିସିଏଫ୍, ଭୁବନେଶ୍ବରର ୫ଟି ଓ ମୁମ୍ବାଇ ଏବଂ ପୁନେର ୭ଟି ସ୍ଥାନରେ ଚଢାଉ
  • ||
  • କଂଗ୍ରେସର ବରିଷ୍ଠ ନେତା ଅହମଦ ପଟେଲଙ୍କ ପରଲୋକ : କରୋନାରେ ସଂକ୍ରମିତ ହୋଇ ଚାଲିଥିଲା ଚିକିତ୍ସା
  • ||
  • Snack Video ସମେତ ପୁଣି ୪୩ଟି ମୋବାଇଲ୍‌ ଆପ୍‌ ବ୍ୟାନ୍‌ କଲେ ଭାରତ ସରକାର
  • ||

ପୁଣି ଲଜ୍ଜା : ପଞ୍ଚମ ଶ୍ରେଣୀ ଛାତ୍ରୀଙ୍କୁ ୬୦ ବର୍ଷ ବୃଦ୍ଧଙ୍କ ଦୁଷ୍କର୍ମ ଅଭିଯୋଗ

23/08/2019 at 8:50 AM

ଜଗତସିଂହପୁର ୨୩|୮: ଜଗତସିଂହପୁର ଜିଲ୍ଲାରେ ପୁଣି ଲଜ୍ଜା । ଜିଲ୍ଲାର ତିର୍ତ୍ତୋଲ ଥାନା ଅଞ୍ଚଳରେ ଜଣେ ପଞ୍ଚମ ଶ୍ରେଣୀରେ ପାଠ ପଢୁଥିବା ଜନୈକା ନାବାଳିକାଙ୍କୁ ଷାଠିଏ ବର୍ଷ ବୟସ୍କ ଜଣେ ବୃଦ୍ଧ ଦୁଷ୍କର୍ମ କରିଥିବା ତିର୍ତ୍ତୋଲ ଥାନାରେ ଅଭିଯୋଗ ହୋଇଛି। ଅଭିଯୁକ୍ତ ବୃଦ୍ଧଙ୍କୁ ପୋଲିସ ଥାନାରେ ଅଟକ ରଖିଛି।

ନାବାଳିକା ଜଣଙ୍କ ସ୍କୁଲରୁ ଫେରି ଘରପାଖ କେନାଲ ବନ୍ଧରେ ଖେଳୁଥିବା ବେଳେ ପଡୋଶୀ ଜନୈକ ଷାଠିଏ ବର୍ଷୀୟ ବୃଦ୍ଧ ତାଙ୍କୁ ଚକୋଲେଟ୍ ଦେବାକୁ କହି ବାଡିପଟକୁ ଟାଣିନେଇଥିଲେ। ବାଡିପଟେ ନାବାଳିକାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ କରିଛନ୍ତି ପିଡୀତା । ନାବାଳିକା ଘରକୁ ଫେରି ମାଆ ଆଗରେ ସବୁ କଥା ଜଣାଇଥିଲେ। ଏହି ଘଟଣା ଗତକାଲି ଅପରାହ୍ନ୪ଟା ପରେ ଘଟିଛି।

ନାବାଳିକାଙ୍କ ବାପା ବିଲରୁ କାମସାରି ଘରୁ ଘଟଣା ଜାଣିବା ପରେ ସଂପୃକ୍ତ ଅଭିଯୁକ୍ତ ଓ ତାର ଭାଇକୁ ଜଣାଇଥିଲେ। ସେମାନେ ଓଲଟି ଧମକ ଦେବାରୁ ଆଜି ନାବାଳିକାଙ୍କ ବାପା ମାଆ ତିର୍ତ୍ତୋଲ ଥାନାରେ ଅଭିଯୋଗ କରିଛନ୍ତି। ପୋଲିସ  ଉରାଢ଼ ଗ୍ରାମର ଅଭିଯୁକ୍ତ  ବୃଦ୍ଧଙ୍କୁ ଥାନାରେ ଅଟକ ରଖି ତଦନ୍ତ ଚଳାଇଛି । ତେବେ ପୋଲିସ ଏ ବାବଦରେ କିଛି କହିବା ପାଇଁ ମନା କରି ଦେଇଛି ।

   Related Posts