Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବରିଷ୍ଠ ସାମ୍ୱାଦିକ ବିନୋଦ ଦୁଆଙ୍କ ପରଲୋକ, କରୋନାରେ ହୋଇଥିଲେ ଆକ୍ରାନ୍ତ
  • ||
  • ଚାଲିପାରିଲାନି ବିଧାନସଭା, ସୋମାବାର ପର୍ଯ୍ୟନ୍ତ ମୁଲତବୀ ଘୋଷଣା କଲେ ବାଚସ୍ପତି
  • ||
  • ଭୁବନେଶ୍ବର : ଚଉଷଠୀ ଯୋଗିନୀ ମା’ ନାରାୟଣୀଙ୍କ ମନ୍ଦିରରୁ ଚୋରି, ମା’ଙ୍କ ମୂର୍ତ୍ତିରୁ ସୁନା ଅଳଙ୍କାର ତାଡି ନେଲେ ଦୁର୍ବୃତ୍ତ
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୬୯୭୦ଜଣ ଭିକାରୀ, ୪୧୨୮ ପୁରୁଷ ଓ ୨୮୪୨ ମହିଳା
  • ||
  • ଭୁବନେଶ୍ବର : ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଓମିକ୍ରନ୍ ଚିହ୍ନଟ ହୋଇନାହିଁ : DMET
  • ||
  • ଭୁବନେଶ୍ବର : ଗୃହରେ ବିରୋଧୀଙ୍କ ପ୍ରତିବାଦ ପ୍ରସଙ୍ଗ, ବିଧାୟିକା ସ୍ନେହାଙ୍ଗୀନି ଛୁରିଆ କହିଲେ- ‘ଏହା ଗଣତନ୍ତ୍ର ପ୍ରତି ସୁସ୍ଥ ବାତାବରଣ ନୁହଁ’
  • ||
  • ଭୁବନେଶ୍ବର : ଦୁର୍ବଳ ହେବାରେ ଲାଗିଛି ବାତ୍ୟା : ରାଜସ୍ବ ମନ୍ତ୍ରୀ
  • ||
  • ଭୁବନେଶ୍ବର : ମମିତା ଝଡ ଧୀରେ ଧୀରେ ମହାବାତ୍ୟା ଆଡକୁ ମୁହାଁଇବ : ବିଷ୍ଣୁ ସେଠୀ
  • ||
  • ପୁରୀ : ପୁରୀ ବେଳାଭୂମିରେ ଲାଗିଲା ରେଡ୍ ଫ୍ଲାଗ୍, ଜନସାଧାରଣଙ୍କୁ ଯିବା ଲାଗି ବାରଣ
  • ||
  • ପଦାର୍ଥ ବିଜ୍ଞାନୀ ପଦ୍ମଭୂଷଣ ତ୍ରିଲୋଚନ ପ୍ରଧାନଙ୍କ ପରଲୋକ
  • ||

ମୃତ୍ୟୁ-ଜୀବନ କେବଳ ଭଗବାନଙ୍କ ହାତରେ : ୩ ଜଣ ଡାକ୍ତର ମୃତ ଘୋଷଣା କରିବା ପରେ ଉଠିବସିଲେ ବନ୍ଦୀ

26/07/2021 at 8:37 AM

ନୂଆଦିଲ୍ଲୀ, ୨୬|୦୭ :    ବିଚିତ୍ର ଦୁନିଆ । ଘଟିଥାଏ ଅନେକ ରହସ୍ୟମୟ ଘଟଣା । ଯାହା ସମସ୍ତଙ୍କୁ ତାଜୁବ କରିଥାଏ । ବେଳେ ବେଳେ ଫେଲ୍ ମାରେ ମେଡିକାଲ ସାଇନ୍ସ ବା ଚିକିତ୍ସା ବିଜ୍ଞାନ । ଡାକ୍ତର ମୃତ ଘୋଷଣା ପରେ ବି ସେ ବଞ୍ଚିଥିଲେ । ଜଣେ ନୁହେଁ ୩ ଜଣ ଡାକ୍ତର ମୃତଘୋଷଣା କରିବା ସତ୍ତ୍ୱେ ସେ ଉଠିଥିଲେ ।

ଏପରି ଘଟଣା ଘଟିଛି ସ୍ପେନରେ । ବନ୍ଦୀ ଜୀବନ କାଟୁଥିବା କଏଦୀ ମୋଣ୍ଟୋୟା ଜିମେନେଜଙ୍କର ହଠାତ ସ୍ୱାସ୍ଥ୍ୟାବସ୍ଥା ବିଗିଡି ଯାଇଥିଲା । ତାଙ୍କୁ ଜେଲରେ ଥିବା ଦୁଇ ଡାକ୍ତରଙ୍କ ପାଖକୁ ନିଆଯାଇଥିଲା । କିନ୍ତୁ ଉଭୟ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ଆହୁରି ନିଶ୍ଚିତ ହେବା ପାଇଁ ତାଙ୍କୁ ମୃତଦେହକୁ ଜେଲ କର୍ମଚାରୀ ଫରେନ୍ସିକ୍ ଡାକ୍ତରଙ୍କ ପାଖକୁ ନେଇଥିଲେ । ସେ ମଧ୍ୟ ତୃତୀୟ ଥର ପାଇଁ ମୋଣ୍ଟୋୟାଙ୍କୁ ମୃତ ଘୋଷଣା କରିଥିଲେ । ଏହାପରେ ତାଙ୍କର ମୃତ ଶରୀରକୁ ଏକ ବ୍ୟାଗରେ ଭର୍ତ୍ତି କରାଯାଇଥିଲା ଓ ପୋଷ୍ଟମଟର୍ମ ପାଇଁ ନିଆ ଯାଇଥିଲା । କିନ୍ତୁ ଶବାଗାରରେ ସେ ଘୁଙ୍ଗୁଡି ମାରୁଥିବା ଡାକ୍ତରମାନେ ଜାଣିବାକୁ ପାଇଥିଲେ । ତୁରନ୍ତ ତାଙ୍କୁ ବ୍ୟାଗରୁ ବାହାର କରାଯାଇଥିଲା । ସେ ମରି ନଥିବା ବରଂ ବଞ୍ଚିଥିବା ଦେଖି ଡାକ୍ତରମାନେ ତାଜୁବ ହୋଇଯାଇଥିଲେ । ତୁରନ୍ତ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

ହସ୍ପିଟାଲ କର୍ତୃପକ୍ଷ ଗଣମାଧ୍ୟମକୁ କହିଥିଲେ ଯେ, ଏପରି ବିରଳ କେସ ବହୁତ କମ ଆସେ । ଏହାକୁ କାଟାଲେପ୍ସି କୁହାଯାଏ । କିଛି ସମୟ ପାଇଁ ମଣିଷର ବ୍ରେନ୍ କାମ କରିବା ବନ୍ଦ କରିଦିଏ । ଫଳରେ ମୃତ ଘୋଷଣା କରାଯାଇଥାଏ ବୋଲି କହିଥିଲେ ।

   Related Posts