Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମଙ୍ଗଳବାର କଥା ହେବେ ପୁଟିନ୍ ଓ ବାଇଡେନ୍, ୟୁକ୍ରେନ ହେବ ମୁଖ୍ୟ ପ୍ରସଙ୍ଗ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୨କୁ ବୃଦ୍ଧି
  • ||
  • ମାଆର ସାହସ ଆଗରେ ହାରିଲା ବାଘ, ନିଜ ପୁଅକୁ ମୃତ୍ୟୁ ମୁଖରୁ ଛଡାଇ ଆଣିଲେ ମହିଳା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୭୯୬ ମୃତ
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୮୯ କରୋନା ସଂକ୍ରମିତ, ୧୦୫୦୨୪୯ରେ ପହଞ୍ଚିଲା ସଂଖ୍ୟା
  • ||
  • ୟୁକ୍ରେନ ଉପରେ ଆକ୍ରମଣ କରିବ ଋଷ ! ପୁଟିନଙ୍କ ଦେଢ ଲକ୍ଷରୁ ଅଧିକ ସୈନ୍ୟ ଅଛନ୍ତି ପ୍ରସ୍ତୁତ
  • ||
  • ଜାନୁଆରୀ-ଫେବୃଆରୀ ମଧ୍ୟରେ ଭାରତରେ ଆସିବ ତୃତୀୟ ଲହର, ଓମିକ୍ରନ୍ ସାଜିବ ବାହକ : ଦାବି କଲେ ବିଶେଷଜ୍ଞ
  • ||
  • ଚାଲିଥିଲା ଧାନ ଚୋରା ଚାଲାଣ, ୨୨୦ ବସ୍ତା ଜବତ କଲା ଯୋଗାଣ ବିଭାଗ
  • ||
  • ଜଓ୍ୱାଦ ଦୁର୍ବଳ, ଟଳିଲା ବଡ ବିପଦ : ପୁରୀଠୁ ୨୭୦ କିମି ଦୂରରେ କେନ୍ଦ୍ରୀଭୂତ
  • ||
  • ଜଗତସିଂହପୁରରେ ଲଗାଣ ବର୍ଷା, ଧାନ ଫସଲ କ୍ଷତିଗ୍ରସ୍ତ
  • ||

ଚରମ ଅବହେଳା: କୁକୁର କାମୁଡ଼ିବାରୁ ସ୍ୱାସ୍ଥ୍ୟକେନ୍ଦ୍ର ଯାଇଥିଲେ, ହେଲେ ଆଣ୍ଟି ରାବିଜ୍ ବଦଳରେ ଫୋଡିଦେଲେ କରୋନା ଟିକା

1/11/2021 at 12:58 PM

ଝାଡଖଣ୍ଡ ୦୧/୧୧: ଝାଡଖଣ୍ଡର ପାଲାମୁ ଜିଲ୍ଲାରେ ସ୍ୱାସ୍ଥ୍ୟ କର୍ମଚାରୀଙ୍କ ଚରମ ଅବହେଳା । ସାମ୍ନାକୁ ଆସିଛି ପ୍ରକୃତ ଘଟଣା । ସୂଚନା ଥାଉକି, ଶନିବାର ଦିନ ନାଉଡିହା ଗାଁର ଜଣେ ବ୍ୟକ୍ତିଙ୍କୁ କୁକୁର କାମୁଡ଼ିଥିଲା । ଏହା ପରେ ସେ ପାଟାଣା ବ୍ଲକ ମୁଖ୍ୟାଳୟ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣ୍ଟି ରାବିଜ୍-ଟିକା ନେବାକୁ ଯାଇଥିଲେ । ହେଲେ ଏଠାରେ ତାଙ୍କୁ ଆଣ୍ଟି ରାବିଜ୍ ଟିକା ଦେବା ବଦଳରେ ଫୋଡିଦେଇଛନ୍ତି କରୋନା ଟିକା । ତେବେ ସ୍ୱାସ୍ଥ୍ୟକର୍ମୀ ଏ ଅଭିଯୋଗକୁ ଖଣ୍ଡନ କରିଛନ୍ତି ।

ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ୫୦ ବର୍ଷ ବୟସ୍କା ରାଜୁ ବହୁ ପୂର୍ବରୁ ଉଭୟ କରୋନା ଟିକା ଗ୍ରହଣ କରିସାରିଛନ୍ତି । ଏଥର ସ୍ୱାସ୍ଥ୍ୟ କର୍ମଚାରୀଙ୍କ ଅସାବଧାନତା ହେତୁ ତାଙ୍କୁ ପୁନର୍ବାର କରୋନା ଟିକା ଦିଆଯାଇଛି । ସେ ରାବିଜ୍ ଇଞ୍ଜେକସନ୍ ନେବାକୁ ଆସିଥିଲେ। ଏହି ପରିପ୍ରେକ୍ଷୀରେ ପାଲାମୁ ଅଞ୍ଚଳର ମୁଖ୍ୟ ଚିକିତ୍ସା ଅଧିକାରୀ (ସିଭିଲ ସର୍ଜନ) ଡକ୍ଟର ଅନିଲ କୁମାର କହିଛନ୍ତି ଯେ ଏହି ମାମଲା ହେଉଛି ଅବହେଳା ।

ସେ କହିଛନ୍ତି, ‘ଏହାର ଅନୁସନ୍ଧାନ ପାଇଁ ଗୋଟିଏ କମିଟି ଗଢାଯିବ । କମିଟି ଏହାର ଉପଯୁକ୍ତ ତଦନ୍ତ କରିବ । ଏହି ଦଳ ତଦନ୍ତ ପାଇଁ ପାଟନା ଯିବେ । ଏହି ଦଳରେ ଡାକ୍ତର ଅନୁପ କୁମାର ଏବଂ ଜିଲ୍ଲା କାର୍ଯ୍ୟକ୍ରମ ପରିଚାଳକ (ଡିପିଏମ୍) ଦୀପକ କୁମାର ମଧ୍ୟ ଅଛନ୍ତି । ଅନୁସନ୍ଧାନ ରିପୋର୍ଟ ପାଇବା ପରେ ଉକ୍ତ ସ୍ୱାସ୍ଥ୍ୟ କର୍ମଚାରୀଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଡକ୍ଟର ଅନିଲ କୁମାର କହିଛନ୍ତି। ସେ ସୂଚନା ଦେଇଛନ୍ତି ଯେ ବର୍ତ୍ତମାନ ପର୍ଯ୍ୟନ୍ତ ରୋଗୀ …

   Related Posts