ପ୍ରତିଶୋଧ ହତ୍ୟା…ଭରପୁର କୋର୍ଟ ଭିତରେ ବାପାଙ୍କ ହତ୍ୟାକାରୀକୁ ଗୁଳି କଲା ପୁଅ, ବର୍ତ୍ତିଗଲେ ବିଚାରପତି

Published By : Prameya-News7 Bureau | December 17, 2019 IST

ବିଜନର(ୟୁପି) ତା ୧୭.୧୨–  କୋର୍ଟ ଭିତରେ ଫୁଟିଲା ଗୁଳି । ପୋଲିସ ହେପାଜତରେ ଥାଇ ଟଳିପଡିଲେ ହତ୍ୟା ଅଭିଯୁକ୍ତ। ଉତ୍ତରପ୍ରଦେଶର ବିଜନର କୋର୍ଟରେ ଏକ ପ୍ରତିଶୋଧ ହତ୍ୟା ଚାଞ୍ଚଲ୍ୟ ସୃଷ୍ଟି କରିଛି । ଜଣେ ଦିବଙ୍ଗତ ବିଏସପି ନେତା ଓ ତାଙ୍କ ପୁତୁରାଙ୍କ ହତ୍ୟା ଘଟଣା ସହ ମଙ୍ଗଳବାର ଘଟଣାର ସଂପୃକ୍ତି ଥିବା କହିଛି ପୋଲିସ । ଡବଲ ମର୍ଡରର  ପ୍ରତିଶୋଧ  ନେବାକୁ କୋର୍ଟ ଭିତରେ ଗୁଳିକାଣ୍ଡ ଘଟିଛି । ତିନି ବନ୍ଧୁକଧାରୀଙ୍କ ଗୁଳି ମାଡରେ ସେହେନୱାଜ ନାମକ ଜଣେ ବିଚାରାଧୀନ ବନ୍ଦୀର ମୃତ୍ୟୁ ହୋଇଛି । ତେବେ ଏହି ଗୁଳିକାଣ୍ଡରେ  ସେହେନୱାଜର ସହଯୋଗୀ ଜାବର ଅହମ୍ମଦ ଓ ଜଣେ କନଷ୍ଟେବଲ ଆହତ ହୋଇଥିବା ବେଳେ ଚିଫ୍ ଜୁଡିସିଆଲ ମାଜିଷ୍ଟ୍ରେଟ  ଜୋଗେଶ କୁମାର ଅଳ୍ପକେ ବର୍ତ୍ତି ଯାଇଛନ୍ତି। 

{"id":199002,"sizeSlug":"large"}

 ଗତ ମେ ମାସ ୨୮ ତାରିଖରେ ନାଜିବାବାଦରେ  ବିଏସପି ନେତା ଏହେସାନ ଅନସାରୀ ଏବଂ ତାଙ୍କ ପୁତୁରାଙ୍କୁ ଗୁଳିକରି ହତ୍ୟା କରାଯାଇଥିଲା । ଅନସାରୀ ନାଜିବାବାଦ ବିଧାନସଭା ଆସନରେ ବିଏସପିର କାର୍ଯ୍ୟର୍ନିର୍ବାହୀ ଥିଲେ । ସେହି ଘଟଣାରେ  ମୁଖ୍ୟ ଅଭିଯୁକ୍ତ  ସେହେନୱାଜ ଓ ଜାବର ଅହମ୍ମଦ ସହ ୧୨ ଜଣଙ୍କୁ ଗିରଫ କରିଥିଲା ପୋଲିସ ।ମଙ୍ଗଳବାର ସେହି ଅଭିଯୁକ୍ତ ମାନଙ୍କର  କୋର୍ଟରେ ହାଜିରା ଥିଲା । ତେବେ ହଠାତ ୩ ଜଣ ବନ୍ଧୁକଧାରୀ  କୋର୍ଟ ପରିସରରେ ପହଞ୍ଚି ସେହେନୱାଜ ଏବଂ ଜାବର ଉପରକୁ ଗୁଳିବର୍ଷା କରିଥିଲେ । ତେବେ ଗୁଳିକାଣ୍ଡ ଘଟିବାମାତ୍ରେ ପୋଲିସ କୋର୍ଟ ପରିସରକୁ କର୍ଡନ କରିନେଇଥିଲା ।

{"id":199003,"sizeSlug":"large"}

ତିନି ଆକ୍ରମଣକାରୀଙ୍କୁ ପୋଲିସ ଗିରଫ ମଧ୍ୟ କରିଛି । ତେବେ ଗିରଫଙ୍କ  ମଧ୍ୟରେ ଅଛି ଦିବଙ୍ଗତ ବିଏସପି ନେତା ଏହେସାନ ଅନସାରୀଙ୍କ ପୁଅ । ବାପାଙ୍କ ହତ୍ୟାର ପ୍ରତିଶୋଧ ନେବାକୁ ଦୁଇ ସହଯୋଗୀଙ୍କ ସହ ସେ ଏପରି କରିଥିବା ସନ୍ଦେହ କରୁଛି ପୋଲିସ ।କୋର୍ଟ ଭିତରେ ହତ୍ୟା ଏକ ସାଂଘାତିକ ଘଟଣା ହୋଇଥିଲେ ବି ହତ୍ୟାକାରୀଙ୍କୁ ଗିରଫ କରାଯିବା ଏକ ବଡ ସଫଳତା ବୋଲି କହିଛନ୍ତି ବିଜନର ଏସପି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.