ଭଣଜାର ମୃତଦେହ ଦେଖି ଲାଗିଲା ଶକ୍ତ ଧକ୍କା, ହୃଦଘାତରେ ଟଳିପଡିଲା ମାମୁଁ

Published By : Prameya-News7 Bureau | July 03, 2021 IST

ସାନଖେମୁଣ୍ଡି, ୦୩/୦୭:   ଆନ୍ଧ୍ରପ୍ରଦେଶ ରାଜମହେନ୍ଦ୍ରୀରେ ଏକ ନିର୍ମାଣ ପ୍ଲାଣ୍ଟରେ ଅଘଟଣ। ଦୁର୍ଘଟଣାରେ ଭଣଜାର ମୃତ୍ୟୁ ପରେ ମୃତଦେହ ଦେଖି ହୃଦଘାତରେ ମାମୁଁଙ୍କ ମଧ୍ୟ ଜୀବନ ଚାଲିଗଲା। ମୃତ ଭଣଜା ଗଞ୍ଜାମ ପାତ୍ରପୁର ବ୍ଲକ୍ କନିରିଡା ଗ୍ରାମର ଶିବ ନାଇକ (୨୦) ହୋଇଥିବା ବେଳେ ମାମୁଁ ଷୋଳଭାଗପେଣ୍ଠ ଗ୍ରାମର ପର୍ଶୁରାମ ନାଇକ (୫୧) ବୋଲି ଜଣାପଡିଛି ।

ସୂଚନାନୁସାରେ, ଶୁକ୍ରବାର ଅପରାହ୍ନରେ ପ୍ଲାଣ୍ଟକୁ କେବଳ ଭଣଜା କାମ କରିବାକୁ ଯାଇଥିଲେ। କୌଣସି ମତେ କନଷ୍ଟ୍ରକସନ୍ ମେସିନ୍ ଭିତରେ ପଶିଯାଇ ଭଣଜାର ମୃତ୍ୟୁ ଘଟିଥିଲା। ଖବର ଶୁଣି ଘଟଣାସ୍ଥଳରେ ପହଞ୍ଚିଥିବା ମାମୁଁ ଭଣଜାର ମୃତଦେହ ଦେଖି ହୃଦଘାତର ଶିକାର ହୋଇଥିଲେ। ଏହାସହ ପ୍ରାଣ ମଧ୍ୟ ହରାଇଥିଲେ ।

କମ୍ପାନୀ କର୍ତ୍ତୃପକ୍ଷଙ୍କ ତତ୍ତ୍ଵାବଧାନରେ ବ୍ୟବଚ୍ଛେଦ ପରେ ଉଭୟଙ୍କ ମୃତଦେହକୁ ଗାଁକୁ ପଠାଯାଇଥିଲା। ଶନିବାର ପୂର୍ବାହ୍ନରେ ଗାଁରେ ମୃତଦେହ ପହଞ୍ଚିବା ପରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.