Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୦୫ କରୋନା ସଂକ୍ରମିତ, ୧୦୫୦୩୫୪ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୩କୁ ବୃଦ୍ଧି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୧୧ ମୃତ
  • ||
  • ଗୁଜୁରାଟରେ ଓମିକ୍ରନ ଗଞ୍ଜାମକୁ ବିପଦ : ବଢିବ ସଂକ୍ରମଣ ! ସତର୍କ କଲା ପ୍ରଶାସନ
  • ||
  • ଡ୍ରାଇଭରଙ୍କୁ ମାଗିଲେ ଲାଞ୍ଚ, ନଦେବାରୁ ଆକ୍ରମଣ କରି କଲେ ଲହୁଲୁହାଣ
  • ||
  • ଆଉ ବର୍ଷା ନାହିଁ, ବଦଳିବ ପାଗ : ୧୧ରୁ କମିଯିବ ଶୀତ
  • ||
  • ଆସୁଛନ୍ତି ପୁଟିନ : ମୋଦୀଙ୍କୁ ଭେଟିବେ, ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ହେବ ଆଲୋଚନା
  • ||

ସୁପ୍ରିମକୋର୍ଟଙ୍କ କଠୋର ଆଭିମୁଖ୍ୟରେ ମୁଣ୍ଡ ନୁଆଁଇଲେ ଦିଦି, କହିଲେ- ରାଜ୍ୟରେ ‘ଓ୍ଵାନ ନେସନ, ଓ୍ଵାନ ରାସନ କାର୍ଡ’ ଯୋଜନା ଲାଗୁ କରିବାରେ ସମସ୍ୟା ନାହିଁ

14/06/2021 at 9:05 PM

କୋଲକାତା ୧୪।୦୬: ସୁପ୍ରିମକୋର୍ଟଙ୍କ କଠୋର ଆଭିମୁଖ୍ୟରେ ନରମିଲା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସ୍ଵର। ଯେଉଁ ଯୋଜନା ରାଜ୍ୟରେ ଲାଗୁ ହୋଇ ପାରିବ ନାହିଁ ବୋଲି ନିଜ ଜିଦରେ ଅଟଳ ଥିଲେ, ସେହି ଯୋଜନା ଲାଗୁ କରିବାକୁ ଏବେ ବାଧ୍ୟ ହୋଇଛନ୍ତି। ସର୍ବୋଚ୍ଚ ନ୍ୟାୟାଳୟର ଛାଟ ପରେ ଶେଷରେ ମୁଣ୍ଡ ନୁଆଁଇବାକୁ ବାଧ୍ୟ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ମମତା ସୋମବାର କହିଛନ୍ତି, ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ ‘ଓ୍ଵାନ ନେସନ, ଓ୍ଵାନ ରାସନ କାର୍ଡ’ ଯୋଜନା ଲାଗୁ କରିବାରେ କୌଣସି ସମସ୍ୟା ନାହିଁ ଏବଂ ଏ ନେଇ ପ୍ରକ୍ରିୟା ଜାରି ରହିଛି।

ମମତା ବାନାର୍ଜୀ ସୋମବାର ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି,  ଏହି ଯୋଜନା ରାଜ୍ୟରେ ଲାଗୁ କରିବାରେ ଆମର କୌଣସି ସମସ୍ୟା ନାହିଁ ଏବଂ ଏହା ଉପରେ ପ୍ରକ୍ରିୟା ଜାରି ରହିଛି। ସର୍ବୋଚ୍ଚ ନ୍ୟାୟାଳୟ ଏହି ମାମଲା ନେଇ ଦାଖଲ ଆବେଦନର ଶୁଣାଣି ବେଳେ ଶୁକ୍ରବାର ପଶ୍ଚିମବଙ୍ଗ ସରକାରଙ୍କୁ ତୁରନ୍ତ  ‘ଓ୍ଵାନ ନେସନ, ଓ୍ଵାନ ରାସନ କାର୍ଡ’  ଯୋଜନା ଲାଗୁ କରିବାକୁ ଆଦେଶ ଦେଇଥିଲେ। ଯଦ୍ଵାରା ହିତାଧିକାରୀଙ୍କ ସହ ପ୍ରବାସୀ ଶ୍ରମିକଙ୍କୁ ଶୀଘ୍ର ରିହାତି ଦରରେ ରାସନ ମିଳିପାରିବ। ଏବେ ଆଉ କୌଣସି ବାହାନା ଚାଲିବ ନାହିଁ।  ତୁରନ୍ତ ‘ଓ୍ଵାନ ନେସନ, ଓ୍ଵାନ ରାସନ କାର୍ଡ’ ଯୋଜନା ଲାଗୁ କରିବାକୁ ଉଚ୍ଚତମ ନ୍ୟାୟାଳୟ ମମତା ବାନାର୍ଜୀ ସରକାରଙ୍କଜକ ଆଦେଶ ଦେଇଥିଲେ।

ସୂଚନାଯୋଗ୍ୟ, ଏ ପର୍ଯ୍ୟନ୍ତ ପଶ୍ଚିମବଙ୍ଗ ସରକାର ‘ଓ୍ଵାନ ନେସନ, ଓ୍ଵାନ ରାସନ କାର୍ଡ’ ଯୋଜନାରୁ ରାଜ୍ୟକୁ ବାହାରେ ରଖିଥିଲେ। ଏହାକୁ ନେଇ କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାର ମଧ୍ୟ ମୁହାଁମୁହିଁ ହୋଇଥିଲେ।  ଏହି ଯୋଜନା ଆଧାରରେ ହିତାଧିକାରୀଙ୍କୁ ଖାଦ୍ୟ ସୁରକ୍ଷା ଆଇନ ଆଧାରରେ ଉଚିତ୍ ମୂଲ୍ୟରେ ରାସନ ମିଳିଥାଏ। ଏଥିପାଇଁ ସେମାନଙ୍କୁ ନୂତନ ରାସନ କାର୍ଡର ଆବଶ୍ୟକତା ନାହିଁ।

   Related Posts