ପଶ୍ଚିମବଙ୍ଗରେ CAA ଓ nrcକୁ ବିରୋଧ କରୁଥିବା ଲୋକଙ୍କୁ ମମତା ବାନାର୍ଜୀଙ୍କ ଚେତାବନୀ, ଜାଣନ୍ତୁ କହିଛନ୍ତି କ'ଣ?

Published By : Prameya-News7 Bureau | December 14, 2019 IST

କୋଲକାତା ୧୪।୧୨: ନାଗରିକତା ସଂଶୋଧନ ଅଧିନିମ (ସିଏଏ) ଓ ଜାତୀୟ ନାଗରିକ ରେଜିଷ୍ଟ୍ରାର (ଏନଆରସି)ଙ୍କୁ ନେଇ ସମଗ୍ର ପୂର୍ବୋତ୍ତର ଏବେ ଅଶାନ୍ତ। ଆସାମରେ ଜଳାପୋଡା ଓ ହିଂସା ଲାଗି ରହିଥିବା ବେଳେ ଏହାର ପ୍ରଭାବଏବେ ପଶ୍ଚିମବଙ୍ଗରେ ବି ପଡିବାରେ ଲାଗିଛି। ଏଣୁ ଶନିବାର ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ସିଏଏ ଓ ଏନଆରସିକୁ ବିରୋଧ କରୁଥିବା ଲୋକଙ୍କୁ ସତର୍କ କରାଇ ଦେଇଛନ୍ତି। ଗଣତାନ୍ତ୍ରିକ ରାଷ୍ଟ୍ରରେ ସମସ୍ତେ ଗଣତାନ୍ତ୍ରିକ ଉପାୟରେ ବିରୋଧ କରିପାରିବେ ବୋଲି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି। ତେବେ ବିରୋଧ ନାମରେ ଆଇନକୁ ହାତକୁ ନେଉଥିବା ଲୋକଙ୍କୁ ତାଙ୍କ ସରକାର ଜମା କ୍ଷମା ଦେବେନାହିଁ ବୋଲି ଚେତାଇ ଦେଇଛନ୍ତି।

{"id":197762,"width":578,"height":360,"sizeSlug":"large"}

ବିରୋଧ ନାମରେ ସାର୍ବଜନିକ ଜୀବନକୁ ପ୍ରଭାବିତ କରୁଥିବା ଭଳି ଘଟଣା ଯେପରି ବନ୍ଦପାଳନ, ରାସ୍ତା ଅବରୋଧ ଓ ଟ୍ରେନ ଅବରୋଧ ଆନ୍ଦୋଳନ ଆଦିକୁ ଆଦୌ ପ୍ରଶୟ ଦିଆଯିବ ନାହିଁ ବୋଲି ମମତା କହିଛନ୍ତି। ଆଇନକୁ ହାତକୁ ନେବା ଲୋକଙ୍କ ବିରୋଧରେ କ଼ଡା ଆଇନଗତ କାର୍ଯ୍ୟାନୁଷ୍ଠାନ କରାଯିବ ବୋଲି । ବସ୍ ରେ ନିଆଁ ଲଗାଉଥିବା ଲୋକେ, ଗାଡିମାନଙ୍କୁ ଟେକାପଥର ଫିଙ୍ଗୁଥିବା ସର୍ବୋପରି ସରକାରୀ ସମ୍ପତ୍ତି ନଷ୍ଟ କରୁଥିବା ଲୋକଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ହେବ ବୋଲି ମମତା କହିଛନ୍ତି।

{"id":197763,"width":576,"height":456,"sizeSlug":"large"}

ତେବେ ମୁଖ୍ୟମନ୍ତ୍ରୀଙ୍କ ଏହି ଚେତାବନୀ ରାଜ୍ୟରେ ସିଏଏକୁ ବିରୋଧୀ ହିଂସାତ୍ମକ ପ୍ରଦର୍ଶନ ପରେ ଆସିଛି। ଶନିବାର ବିକ୍ଷୋଭକାରୀ ବେଙ୍ଗଲରେ ଯାତ୍ରୀଭରା ଏକ ବସ୍ ରେ ନିଆଁ ଲଗାଇଦେଇଛନ୍ତି। କେବଳ ଏତିକି ନୁହେଁ ଲୋକେ ରେଳବାଇ ସମ୍ପତ୍ତି ନଷ୍ଟ କରିବା ସହ ସଡକ ଓ ରେଳ ଗମନାଗମନରେ ଗୁରୁତର ବାଧା ସୃଷ୍ଟି କରିଛନ୍ତି। ଫଳରେ ପଶ୍ଚିମବଙ୍ଗ ରାଜଧାନୀ କୋଲକାତାକୁ ରେଳ ଚଳାଚଳ ବ୍ୟହତ ହୋଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.