ତୃଣମୂଳର ବିପୁଳ ବିଜୟପରେ ମୁହଁ ଖୋଲିଲେ ମମତା, କହିଲେ ‘ଖେଳ ହେଲା ଓ ଆମେ ଜିତିଲୁ’

Published By : Prameya-News7 Bureau | May 02, 2021 IST

କୋଲକାତା ୨।୫: ବେଙ୍ଗଲ ବିଧାନସଭା ନିର୍ବାଚନ ଫଳାଫଳ ଆସିସାରିଛି। ତୃଣମୂଳ କଂଗ୍ରେସ (ଟିଏମସି) ନେତ୍ରୀ ମମତା ବାନାର୍ଜୀ ନନ୍ଦିଗ୍ରାମ ବିଧାନସଭା ଆସନରେ ଅଳ୍ପମତରେ ନିକଟତମ ବିଜେପି ପ୍ରାର୍ଥୀଙ୍କ ଠାରୁ ପରାସ୍ତ ହୋଇଛନ୍ତି। ତେବେ ମମତାଙ୍କ ଦଳ ରାଜ୍ୟରେ ବିପୁଳ ବିଜୟ ହାସଲ କରିଥିବା ବେଳେ ତୃତୀୟବାର କ୍ଷମତାକୁ ଫେରିବାକୁ ସକ୍ଷମ ହୋଇଛି। ଏଥିରେ ମମତା ମୁହଁ ଖୋଲିଥିବା ବେଳେ ବିଜେପି ଘୃଣ୍ୟ ରାଜନୀତି କରୁଛି ବୋଲି କହିଛନ୍ତି।   

ଟିଏମସିର ନିର୍ବାଚନ ଫଳାଫଳରେ ମମତା ସନ୍ତୋଷ ବ୍ୟକ୍ତ କରିଛନ୍ତି। ତାଙ୍କ ରାଜ୍ୟ ଗୁରୁତର ସଂକଟକୁ ମୁହାଁଇଥିବା ଦେଶର ଗଣତନ୍ତ୍ରକୁ ରକ୍ଷା କରିଦେଇଥିବା ମମତା କହିଛନ୍ତି।  ନିର୍ବାଚନରେ ତାଙ୍କ ଦଳକୁ ନିର୍ବାଚନ ଆୟୋଗଙ୍କ ଦ୍ୱାରା ରିତିମତ ଧମକ ଦିଆଯାଉଥିଲା। ଏହା ସତ୍ତ୍ୱେ ରାଜ୍ୟବାସୀ ତାଙ୍କ ଜନାଦେଶ ତୃଣମୂଳ ସପକ୍ଷରେ ଦେଇଥିବାରୁ ମମତା ହାର୍ଦ୍ଦିକ କୃତଜ୍ଞତା ଜ୍ଞାପନ କରିଛନ୍ତି।

{"id":447517,"sizeSlug":"large","linkDestination":"none"}

ଖେଳ ହେଲା ଓ ଆମେ ଜିତୁଲୁ
ମମତା ବାନାର୍ଜୀ ସେ କହିଥିବା ‘ଖେଳ ହେବ’ କଥା ସତ ହୋଇଛି ବୋଲି କହିଛନ୍ତି। ତାଙ୍କ ଦଳ ଜିତିଛି ,ତେବେ ପାର୍ଟିର ସମସ୍ତ କର୍ମୀ ଓ କାର୍ଯ୍ୟକର୍ତ୍ତାଙ୍କୁ କରୋନା ଭାଇରସ ମହାମାରୀରେ ଉତ୍ସବ ପାଳନ ନ କରିବାକୁ ମମତା ନିବେଦନ କରିଛନ୍ତି। ଏହା ଛଡା ରାଜ୍ୟରେ ନିଶୁଳ୍କ କରୋନା ଟିକାକରଣ ଲାଗି କେନ୍ଦ୍ରକୁ ନିବେଦନ କରିଛନ୍ତି। ସେହିପରି କରୋନା ଯୋଗୁ ଶପଥ ଗ୍ରହଣ ଉତ୍ସବ ଓ ସଂକ୍ଷିପ୍ତ ହେବ ବୋଲି ସେ କହିଛନ୍ତି। ତେବେ ରାଜ୍ୟରୁ କରୋନା ସମାପ୍ତ ହେବା ପରେ ବିଜୟ ଉତ୍ସବକୁ ରାଜ୍ୟବାସୀଙ୍କ ସହ ଧୂମଧାମରେ ପାଳନ କରାଯିବ ବୋଲି ମମତା କହିଛନ୍ତି।

{"id":447518,"sizeSlug":"large","linkDestination":"none"}

ମମତା କହିଲେ ନନ୍ଦିଗ୍ରାମ ନିଷ୍ପତ୍ତିକୁ ସ୍ୱୀକାର କରୁଛି
ମମତା ବାନାର୍ଜୀ ନନ୍ଦିଗ୍ରାମ ଜନାଦେଶକୁ ସ୍ୱୀକାର କରିଛନ୍ତି। ସେ କହିଛନ୍ତି ନନ୍ଦିଗ୍ରାମ ବାବଦେ ଚିନ୍ତା କରନ୍ତୁନି। ମୁଁ ଏଥିପାଇଁ ନନ୍ଦିଗ୍ରାମରେ ସଂଗ୍ରାମ କରିଥିଲି ଯେହେତୁ ମୁଁ ଆନ୍ଦୋଳନ କରୁଥିଲି। ଏଣୁ ନନ୍ଦିଗ୍ରାମରେ ମୋର ହାର ହୋଇଥିଲେ ବି ଆମ ଦଳ ୨୨୧ ଆସନର ବହୁମତରେ ବିଜୟ ହାସଲ କରିଥିବା ବେଳେ ବିଜେପି ହାରିଯାଇଛି। ତେବେ ନନ୍ଦିଗ୍ରାମରେ ମମତାଙ୍କ ପରାଜୟକୁ କିନ୍ତୁ ତାଙ୍କ ଦଳ ସହଜରେ ଗ୍ରହଣ କରିବାକୁ ରାଜି ହେଉ ନଥିବା ଖବର ଆସୁଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.