Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କାମେଶ୍ୱର ମନ୍ଦିରରୁ ଚୋରି, ଦାନବାକ୍ସ ଭାଙ୍ଗି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୫୮ କୋଭିଡ୍ ପଜିଟିଭ୍
  • ||
  • ନବୀନ @ ୭୬, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ
  • ||
  • ୭୬ ବର୍ଷରେ ପାଦ ଦେଲେ ନବୀନ, କରୋନା ମହାମାରୀ ପାଇଁ ପାଳିବେନି ଜନ୍ମଦିନ
  • ||
  • ଶାରଦୀୟ ଦୁର୍ଗାପୂଜା ଶେଷ, ଶନିବାର ଧରାପୃଷ୍ଠରୁ ବିଦାୟ ନେବେ ମା
  • ||
  • ହାଟରୁ ଫେରୁଥିବା ବେଳେ ବୃଦ୍ଧାଙ୍କୁ ଗଣଦୁଷ୍କର୍ମ, ଘରେ ଛାଡିଦେବେ କହି ଇଜ୍ଜତ ଲୁଟିଲେ ୮ ସଇତାନ
  • ||
  • କଟକ : କଟକରେ ଏନ୍‌କାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ରାକେଶ ଆହତ
  • ||

ନନ୍ଦିଗ୍ରାମ ପରାଜୟର ଦୁଃଖକୁ ଭୁଲି ପାରୁ ନାହାନ୍ତି ଦିଦି, କହିଲେ- ଷଡଯନ୍ତ୍ର କାରଣରୁ ଆଜି ମୋତେ ଉପ ନିର୍ବାଚନ ଲଢିବାକୁ ପଡୁଛି

8/09/2021 at 5:41 PM

କୋଲକାତା ୦୮।୦୯: ପଶ୍ଚିମବଙ୍ଗର ଭବାନୀପୁର ଆସନରୁ ନିର୍ବାଚନ ଲଢିବାକୁ ଯାଉଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ହେଲେ ନନ୍ଦିଗ୍ରାମ ପରାଜୟର ଦୁଃଖକୁ ଭୁଲି ପାରି ନାହାନ୍ତି ଦିଦି। ମମତା ବାନାର୍ଜୀ ବୁଧବାର କହିଛନ୍ତି, ଭାରତୀୟ ଜନତା ପାର୍ଟି(ବିଜେପି)ର ଷଡଯନ୍ତ୍ର କାରଣରୁ ତାଙ୍କୁ ଆଜି ଉପ ନିର୍ବାଚନ ଲଢିବାକୁ ପଡୁଛି। ନିର୍ବାଚନ ନିକଟତର ଥିବାରୁ ବିଜେପି ଯାଞ୍ଚ ଏଜେନ୍ସିର ଦୁରୁପଯୋଗ କରିବା ଆରମ୍ଭ କରି ଦେଇଛି। ବେଆଇନ ଭାବେ ତାଙ୍କ ପୁତୁରା ତଥା ସାଂସଦ ଅଭିଷେକ ବାନାର୍ଜୀଙ୍କୁ ଇଡି ଦ୍ଵାରା ଜେରା କରାଯାଉଛି ବୋଲି ମମତା କ୍ଷୋଭଭରା କଣ୍ଠରେ କହିଛନ୍ତି।

ଭବାନୀପୁର ବିଧାନସଭା କ୍ଷେତ୍ରରେ ଛେତଲାରେ ଟିଏମସି କାର୍ଯ୍ୟକର୍ତ୍ତାଙ୍କୁ ସମ୍ବୋଧିତ କରି ବୁଧବାର ମମତା ବାନାର୍ଜୀ ନନ୍ଦିଗ୍ରାମ ପରାଜୟ ଉଲ୍ଲେଖ କରିଛନ୍ତି। ସେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ କରି କହିଛନ୍ତି, କେବଳ ଭଗବାନ ଜାଣିଛନ୍ତି ଯେ, କେଉଁଭଳି ୨୧  ନିର୍ବାଚନ ହୋଇଛି। ମିଥ୍ୟା କହି ବି କେନ୍ଦ୍ର ମୋତେ ହରାଇ ପାରି ନାହିଁ। ନନ୍ଦିଗ୍ରାମରେ ମୋ ଉପରେ ହୋଇଥିବା  ହମଲା ପଛରେ ଷଡଯନ୍ତ୍ର ରହିଛି। ପଶ୍ଚିମବଙ୍ଗରେ ଲୋକଙ୍କୁ ଭ୍ରମିତ କରିବା ପାଇଁ ବାହାରୁ ୧୦୦୦ ଗୁଣ୍ଡା ଅଣାଯାଇଥିଲା। ଭବାନୀପୁର ଉପ ନିର୍ବାଚନ ପାଇଁ ସେପ୍ଟେମ୍ବର ୧୦ରେ ନାମାଙ୍କନ ପତ୍ର ଦାଖଲ କରିବି ବୋଲି ମମତା କହିଛନ୍ତି।

ମମତା ଏହା ମଧ୍ୟ କହିଛନ୍ତି, ସେମାନେ ରାଜନୈତିକ ଭାବେ ଲଢି ପାରିବେ ନାହିଁ, ତେଣୁ କଂଗ୍ରେସକୁ ଏଜେନ୍ସି ସାହାଯ୍ୟରେ ରୋକିଲେ। ଇଡି ଜରିଆରେ ପୁଣି ଜେରା କରିବାକୁ ଡକରା ଆସୁଛି। କିନ୍ତୁ ନାରଦ ମାମଲାରେ ଯେଉଁ ଭଦ୍ର ବ୍ୟକ୍ତିଙ୍କ ନାମ ରହିଛି ତାଙ୍କୁ ଜେରା ପାଇଁ ଡକାଯାଉ ନାହିଁ। ତାଙ୍କ ପାଇଁ ଭବାନୀପୁର ଆସନ ଛାଡିଥିବା ଶୋଭନଦେବ ଚଟ୍ଟୋପାଧ୍ୟାୟଙ୍କୁ ମନ୍ତ୍ରୀ କରିବାକୁ ପ୍ରତିଶ୍ରୁତି ଦେଇ ମମତା କହିଛନ୍ତି, ଶୋଭନଦେବ ଖରଦାହା ବିଧାନସଭା ଆସନରୁ ନିର୍ବାଚନ ଲଢିବେ। ତାଙ୍କୁ ମୋ ପାଇଁ ଭବାନୀପୁର ବିଧାନସଭା ଆସନରୁ ଇସ୍ତଫା ଦେବାକୁ ପଡିଛି। ତାଙ୍କୁ ମନ୍ତ୍ରୀ କରାଯିବ ବୋଲି  ମମତା କହିଛନ୍ତି।

   Related Posts