ହିନ୍ଦୁ ପୂଜାରୀଙ୍କୁ ମାଗଣା ଘର ଓ ମାସକୁ ହଜାର ଟଙ୍କା ଦେବ ମମତା ସରକାର
15/09/2020 at 5:13 PM

କଲିକତା ୧୫/୦୯: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ (ଟିଏମସି) ସୁପ୍ରିମୋ ମମତା ବାନାର୍ଜୀ ହିନ୍ଦୁ ପୂଜାରୀଙ୍କ ପାଇଁ ଆଣିଛନ୍ତି ନୂଆ ଯୋଜନା। ରାଜ୍ୟରେ ୮ ହଜାରରୁ ଅଧିକ ହିନ୍ଦୁ ପୂଜାରୀଙ୍କୁ ମାସକୁ ହଜାରେ ଟଙ୍କା ଓ ମାଗଣା ଘର ଦେବେ। ତେବେ ରାଜ୍ୟରେ ବିଧାନସଭା ନିର୍ବାଚନ ପୂର୍ବରୁ ଏଭଳି ଘୋଷଣା କରିଛନ୍ତି ମମତା। ଅବଶ୍ୟ ଏହା ଆଗାମୀ ବର୍ଷ ଏପ୍ରିଲ-ମେ ମାସରେ ଲାଗୁ କରିବା ଯୋଜନା କରିଛନ୍ତି।
ବିରୋଧୀ ସବୁବେଳେ ମମତାଙ୍କ ଉପରେ ଅଳ୍ପସଂଖ୍ୟକଙ୍କୁ ତୁଷ୍ଟିକରଣ କରିବା ନେଇ ଅଭିଯୋଗ କରିଥାନ୍ତି। ରାଜ୍ୟରେ ହିନ୍ଦୀ ଭାଷାଭାଷୀ ଓ ଆଦିବାସୀ ଭୋଟରଙ୍କୁ ନଜରରେ ରଖି ତାଙ୍କ ସରକାର ହିନ୍ଦୀ ଅକାଦେମି ଓ ଦଳିତ ସାହିତ୍ୟ ଅକାଦେମୀ ସ୍ଥାପିତ କରିବା ନିଣ୍ର୍ଣୟ ନେଇଛି। ତେବେ ସେ ଏହାକୁ ହିନ୍ଦୀ ଦିବସରେ ଘୋଷଣା କରିଥିଲେ।
ବିରୋଧୀ ଦଳ ମମତାଙ୍କ ଘୋଷଣାକୁ ‘ନିର୍ବାଚନ ନୋଟଙ୍କି’ କହିଛନ୍ତି। ପୂର୍ବରୁ ସେ ସନାତନ ବ୍ରାହ୍ମଣ ସଂପ୍ରଦାୟଙ୍କୁ କୋଲଘାଟରେ ଗୋଟିଏ ଅକାଦେମୀ ସ୍ଥାପନ କରିବା ପାଇଁ ଜମି ଦେଇଥିଲେ। ଏ ସମ୍ପ୍ରଦାୟର ଅନେକ ଲୋକ ଆର୍ଥିକ ଭାବେ ପଛୁଆ। ସେଥିପାଇଁ ସେମାନଙ୍କୁ ମାଗଣାରେ ଘର ଓ ମାସକୁ ୮ ହଜାର ଟଙ୍କା ଦେବା ଫଇସଲା କରିଥିବା କହିଛନ୍ତି ମମତା।