BJP ବିରୋଧରେ ଲଢିବାକୁ ଏବେ କଂଗ୍ରେସ ଅକ୍ଷମ ! ଆମକୁ ନେବାକୁ ହେବ ଦେଶର ଦାୟିତ୍ୱ, ମମତା ଲେଖିକି ଜଣାଇଲେ TMCର ଦିଲ୍ଲୀ ପ୍ଲାନ୍

Published By : Prameya-News7 Bureau | October 07, 2021 IST

କୋଲକାତା ୭।୧୦: ଭବାନୀପୁର ଉପ ନିର୍ବାଚନରେ ଜିତି ନିଜର ମୁଖ୍ୟମନ୍ତ୍ରୀ ପଦ ମଜଭୁତ କରିଥିବା ତୃଣମୂଳ ନେତ୍ରୀ ମମତା ବାନାର୍ଜୀ କଂଗ୍ରେସ ଉପରକୁ ଅଙ୍ଗୁଳି ଉଠାଇଛି। ସେ ଏପରି ଏକ ସ୍ତମ୍ବ ଲେଖିଛନ୍ତି ଯେଉଁଥିରେ ଏବେ କଂଗ୍ରେସ ନୁହେଁ ଦିଲ୍ଲୀରୁ ବିଜେପିକୁ ହଟାଇବାକୁ ହେଲେ ତୃଣମୂଳ କଂଗ୍ରେସ (ଟିଏମସି)କୁ ମୁଖ୍ୟସୂତ୍ରଧର ହେବାକୁ ହେବ ବୋଲି ଜଣାଇ ଦେଇଛନ୍ତି।

ପାର୍ଟିର ମୁଖପତ୍ର ‘ଜାଗୋ ବାଂଲା’ରେ ମମତା ଉଲ୍ଲେଖ କରିଛନ୍ତି ଯେ ବିଜେପି ବିରୋଧରେ ଲଢିବାକୁ ଏବେ କଂଗ୍ରେସ ସମ୍ପୂର୍ଣ୍ଣ ଅକ୍ଷମ ହୋଇସାରିଲାଣି। ଏଣୁ ‘ଫାସୀବାଦୀ’ ବିଜେପିକୁ ହଟାଇବାର ଦାୟିତ୍ୱ ଏବେ ଦେଶବାସୀ ଟିଏମସି ଉପରେ ନ୍ୟସ୍ତ କରିଛନ୍ତି। ଏଣୁ ନୂଆ ଭାରତ ନିର୍ମାଣର ଦାୟିତ୍ୱ ଏବେ ତୃଣମୂଳ କଂଗ୍ରେସ ଉପରେ ପଡିଛି। ମୁଖପତ୍ରର ପୂଜା ସଂସ୍କରଣରେ ସେ ଏହା ଲେଖିଥିବା ବେଳେ ଚଳିତବର୍ଷ ପ୍ରାରମ୍ଭିକ ପର୍ଯ୍ୟାୟରେ ଦେଶବାସୀ ବେଙ୍ଗଲ ବିଧାନସଭା ନିର୍ବାଚନକୁ ଦେଖିଛନ୍ତି। ଯାହା ସେମାନଙ୍କ ମନରେ ଦଳ ପ୍ରତି ନୂଆ ଭାବନା ଉଦ୍ରେକ କରିଥିବା ମମତା କହିଛନ୍ତି।

କେବଳ ବେଙ୍ଗଲ ନୁହେଁ ପରବର୍ତ୍ତି ବିଧାନସଭା ନିର୍ବାଚନମାନଙ୍କରେ ମଧ୍ୟ ବିଜେପିକୁ ଏବେ ହାର ଦେଖିବାକୁ ପଡୁଛି। ଏଣୁ ଶାସକ ଦଳ ଏବେ ପ୍ରତିଶୋଧର ରାଜନୀତିକୁ ଓହ୍ଲାଇଆସିଛନ୍ତି। ସେ ଲେଖିଛନ୍ତି ଯେ ଦେଶବାସୀ ଏବେ ଟିଏମସିକୁ ନେଇ ଏକ ନୂଆ ଭାରତର ସ୍ୱପ୍ନ ଦେଖୁଛନ୍ତି। ନୂଆ ଭାରତ ଲାଗି ଲଢେଇର ନେତୃତ୍ୱ ବେଙ୍ଗଲ ନେଉ ବୋଲି ଦେଶବାସୀ ଚାହାନ୍ତି। ଏଣୁ ଲୋକଙ୍କ ଡାକରାର ଆମକୁ ଜବାବ ଦେବାକୁ ହେବ ଓ ସବୁ ବିଜେପି ବିରୋଧୀ ପାର୍ଟିଙ୍କୁ ଗୋଟିଏ ମଞ୍ଚରେ ଏକତ୍ର କରିବାକୁ ହେବ ବୋଲି ମୁଁ କହିବାକୁ ଚାହୁଁଥିବା ସେ ଉଲ୍ଲେଖ କରିଛନ୍ତି।

{"id":523898,"width":838,"height":559,"sizeSlug":"full","linkDestination":"none"}

ତେବେ ହେବାକୁ ଯାଉଥିବା ମେଣ୍ଟର ବାସ୍ତବିକତାକୁ କଂଗ୍ରେସ ବୁଝିବା ଦରକାର। ମମତା ବାନାର୍ଜୀ କହିଛନ୍ତି ଯେ ଆମେ ଏହି ମେଣ୍ଟର ନେତୃତ୍ୱ ନେବାକୁ ଚାହୁଁନା। ତେବେ କଂଗ୍ରେସ ନ ବୁଝିଲେ ମେଣ୍ଟରେ ବ୍ୟବଧାନ ଦେଖାଦେଇପାରେ ବୋଲି ଉଲ୍ଲେଖ କରିଛନ୍ତି। ତେବେ ବିଜେପି ବିରୋଧରେ ଯେଉଁ ମେଣ୍ଟ ଆମେ କରିବାକୁ ଚାହୁଁଛେ ଏଥିରେ ସାମାନ୍ୟ ବ୍ୟତିକ୍ରମ ମଧ୍ୟ ଗ୍ରହଣୀୟ ନୁହେଁ। ଏଥିରେ ସାମାନ୍ୟ ଦୁର୍ବଳତା ମଧ୍ୟ ଅସ୍ୱୀକାର୍ଯ୍ୟ ବୋଲି ସେ ଉଲ୍ଲେଖ କରିଛନ୍ତି। ତେବେ କେନ୍ଦ୍ରରୁ ବିଜେପିକୁ ହଟାଇବା ଲାଗି ପ୍ରେରଣା ଶକ୍ତି (ଡ୍ରାଇଭିଂ ଫୋର୍ସ) ହେବାକୁ ସେ ପ୍ରସ୍ତୁତ ବୋଲି ମମତା କହିଛନ୍ତି।

ସେ ଉଲ୍ଲେଖ କରିଛନ୍ତି ଯେ ଟିଏମସିର ବିକାଶ ମଡେଲ ବିଜେପିର ଯାଦୁଗରୀକୁ ସମାପ୍ତ କରିଦେଇଛି। ତେବେ ଆମକୁ ସବୁଠୁ ବ୍ୟବହାରିକ ମଡେଲ ଉପସ୍ଥାପନା କରିବାକୁ ହେବ, ଯାହା ଦେଶବାସୀଙ୍କ ସବୁ ଆକାଙକ୍ଷା ପୂରଣ କରିବାରେ ସକ୍ଷମ। ଆଉ ଦେଶବାସୀଙ୍କ ଆକାଙକ୍ଷା ପୂରଣ କରିବାକୁ ଟିଏମସି କେବେ ପଛଘୁଞ୍ଚା ଦେବନି ବୋଲି ମମତା ଉଲ୍ଲେଖ କରିଛନ୍ତି। ଅତୀତରେ ଟିଏମସି ବେଙ୍ଗଲରେ ବାମପନ୍ଥୀ ସରକାରଙ୍କ ବିରୋଧୀ ହୋଇ ଉଭା ହୋଇଥିଲା। ପରେ ରାଜ୍ୟର ଶାସନ ହତେଇ ଥିବା ବେଳେ ଏବେ ଦେଶର ମୁଖ୍ୟ ବିରୋଧୀ ଦଳ ଭାବେ ଉଭା ହୋଇଥିବା ମମତା ଉଲ୍ଲେଖ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.