Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨୯ ହଜାରରୁ ଅଧିକ କରୋନା ପଜିଟିଭ୍, ୨୯୦ ମୃତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୭ ଜଣଙ୍କ ଜୀବନ
  • ||
  • ଢେଙ୍କାନାଳ : ପଞ୍ଚାୟତ ସମିତି ସଭ୍ୟଙ୍କୁ ଗୁଳି କରି ହତ୍ୟା, ପୂର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ !
  • ||
  • କଟକ : ହାତୀ ଆକ୍ରମଣରେ ଜଣେ ମୃତ, କୂଳକୁ ଫେରିବା ବାଟରେ ମାରିଥିଲା ଦନ୍ତା
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୬୦୨ କୋଭିଡ୍ ପଜିଟିଭ୍
  • ||

ଦିଲ୍ଲୀ ଦଖଲ ମୁଡରେ ଦିଦି ! ପ୍ରତି ଦୁଇ ମାସରେ ରାଜଧାନୀରେ ପକାଇବେ ଡେରା , ୨୦୨୪ ପାଇଁ ଦେଲେ ଏହି ନାରା

30/07/2021 at 5:15 PM

ନୂଆଦିଲ୍ଲୀ ୩୦।୦୭: ପାଞ୍ଚ ଦିନିଆ ଦିଲ୍ଲୀ ଗସ୍ତ ପରେ ପଶ୍ଚିମବଙ୍ଗ ଫେରିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। କୋଲକାତା ପହଞ୍ଚିବା ପରେ ମମତା ବାନାର୍ଜୀ ଘୋଷଣା କରିଛନ୍ତି ଯେ, ସେ ଏବେ ପ୍ରତି ଦୁଇ ମାସରେ ଥରେ ରାଜଧାନୀ ଦିଲ୍ଲୀ ଗସ୍ତ କରିବେ। ୨୦୨୪ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିକଳ୍ପ ହେବାକୁ ପ୍ରୟାସ ଚଳାଇଥିବା ମମତା ‘ଗଣତନ୍ତ୍ର ବଞ୍ଚାଅ, ଦେଶ ବଞ୍ଚାଅ’ ନାରା ଦେଇଛନ୍ତି। ପଶ୍ଚିମବଙ୍ଗରେ କ୍ରମାଗତ ତୃତୀୟ ଥର ମୁଖ୍ୟମନ୍ତ୍ରୀ ହେବା ପରେ ପ୍ରଥମ ଦିଲ୍ଲୀ ଗସ୍ତକୁ ସଫଳ ଦର୍ଶାଇ ମମତା କହିଛନ୍ତି, ସେ ରାଜନୈତିକ ଉଦ୍ଦେଶ୍ୟରେ ଅନେକ ବ୍ୟକ୍ତିଙ୍କୁ ଭେଟିଛନ୍ତି। ସେ ଚାହାନ୍ତି ଗଣତନ୍ତ୍ର ଜାରି ରହୁ।

ମମତା ୫ ଦିନିଆ ଗସ୍ତରେ କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ, ଏନସିପି ଅଧ୍ୟକ୍ଷ ଶରଦ ପାଓ୍ଵାର, ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ ସହିତ ବିରୋଧୀ ଦଳର ଅନେକ ନେତାଙ୍କୁ ଭେଟିଛନ୍ତି। ଏଥିସହ ୨୦୨୪ରେ ବିଜେପିକୁ କ୍ଷମତାରୁ ହଟାଇବା ପାଇଁ ରଣନୀତି ପ୍ରସ୍ତୁତ କରିଥିଲେ। କିନ୍ତୁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ସଡକ ପରିବହନ ଏବଂ ରାଜମାର୍ଗ ମନ୍ତ୍ରୀ ନୀତିନ ଗଡକରୀଙ୍କୁ ମଧ୍ୟ ସାକ୍ଷାତ କରିଥିଲେ।

ନିକଟରେ ସଂପନ୍ନ ପଶ୍ଚିମବଙ୍ଗ ନିର୍ବାଚନରେ ବିଜେପିର ଆକ୍ରମଣାତ୍ମକ ନିର୍ବାଚନ ଅଭିଯାନକୁ ମମତା ସଫଳତାପୂର୍ବକ ସାମ୍ନା କରିଥିଲେ। ଏଥିସହ ବିଜେପି ପାର୍ଟିକୁ ୭୭ ସିଟ୍‌ ପର୍ଯ୍ୟନ୍ତ ରୋକିବାରେ ସଫଳ ହୋଇଥିଲେ। ବିଜେପି ରାଜ୍ୟରେ ୨୦୦ରୁ ଅଧିକ ଆସନ ଜିତିବ ବୋଲି ଦାବି କରିଥିଲା। ମୋଦୀଙ୍କ ସହିତ ବିଜେପିର ଅନେକ ନେତାଙ୍କ ମାରାଥନ ପ୍ରଚାର ଅଭିଯାନ ଟିଏମସିକୁ ଚିନ୍ତିତ କରି ଦେଇଥିଲା। ମମତା ବାନାର୍ଜୀ କ୍ରମାଗତ କ୍ଷମତା ହାସଲ କରିଥିଲେ ମଧ୍ୟ ନିଜେ ନନ୍ଦିଗ୍ରାମ ଆସନରୁ ଶୁଭେନ୍ଦୁ ଅଧିକାରୀଙ୍କଠୁ ପରାଜିତ ହୋଇଛନ୍ତି।

   Related Posts