ମୁକୁଲଙ୍କ ପାଇଁ ସଭାରେ ଚେୟାର ବଦଳାଇଲେ ମମତା, ପଛକୁ ହଟିଲେ ଅଭିଷେକ !

Published By : Prameya-News7 Bureau | June 11, 2021 IST

କୋଲକାତା ୧୧।୬: ଅନେକ କଳ୍ପନା ଜଳ୍ପନା ପରେ ଶୁକ୍ରବାର ବରିଷ୍ଠ ନେତା ମୁକୁଲ ରାୟଙ୍କ ତୃଣମୂଳ ପ୍ରତ୍ୟାବର୍ତ୍ତନ ହୋଇଛି। ଏଥିପାଇଁ ତୃଣମୂଳ କଂଗ୍ରେସ (ଟିଏମସି) କାର୍ଯ୍ୟାଳୟରେ ଏକ ସଂକ୍ଷିପ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ମୁକୁଲ ରାୟ ତାଙ୍କ ପୁତ୍ର ଶୁଭ୍ରାଂଶୁ ରାୟଙ୍କ ସହ ନିଜ ହାତ ଗଢା ଦଳକୁ ଫେରିଛନ୍ତି। ତେବେ ମୁକୁଲଙ୍କ ଗୃହ ପ୍ରତ୍ୟାବର୍ତ୍ତନ କାର୍ଯ୍ୟକ୍ରମର କିଛି ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଯେଉଁଥିରେ ମମତା ପୂର୍ବ ଭଳି ମୁକୁଲଙ୍କ ନିମନ୍ତେ ନିଜ ଚୌକି ଛାଡି ସାଦା ଚୌକିରେ ବସିଥିବା ବେଳେ ମଞ୍ଚକୁ ଉଠିବା ବେଳେ ଅଭିଷେକ ନିଜେ ପଛକୁ ହଟି ମୁକୁଲଙ୍କୁ ଆଗରେ ଯିବାକୁ ଦେଇଥିଲେ।

{"id":464606,"width":836,"height":627,"sizeSlug":"large","linkDestination":"none"}

ଦଳୀୟ କର୍ମୀ, କାର୍ଯ୍ୟକର୍ତ୍ତା ଓ ଗଣମାଧ୍ୟମ ପ୍ରତିନିଧିରେ ଭରା କାର୍ଯ୍ୟାଳୟକୁ ମମତା ବାନାର୍ଜୀ ସାଙ୍ଗରେ ମୁକୁଲ ରାୟ ଓ ଅଭିଷେକ ବାନାର୍ଜୀଙ୍କ ସହ ପ୍ରବେଶ କରିଥିଲେ। ପରିବେଶ ବେଶ ଗମ୍ଭୀର ଥିଲା। ମଞ୍ଚରେ ମମତାଙ୍କ ଲାଗି ତାଙ୍କ ସଂରକ୍ଷିତ ଚୌକିଟି ଥିବା ବେଳେ ଅନ୍ୟଗୁଡିକ ସାଧାରଣ ଚୌକି ଥିଲା। ତେବେ ଅଭ୍ୟାସ ବସତଃ ମମତା ଅଭିଷେକଙ୍କୁ ଡାକି ତାଙ୍କ ଚୌକି ବଦଳାଇଥିଲେ। ଅଭିଷେକଙ୍କ ଭଳି ସାଦା ଚୌକିରେ ନିଜେ  ବସି ପ୍ରାୟତଃ ସାମ୍ବାଦିକ ସମ୍ମିଳନୀ ବେଳେ ବସୁଥିବା ଚୌକିଟିକୁ ମୁକୁଲଙ୍କ ଆଗକୁ କରି ଦିଆଯାଇଥିଲା। ସଭାରେ ମୁକୁଲ ତାଙ୍କ ପାର୍ଟିକୁ ଫେରି ଆସିଥିବାର ମମତା ସଦର୍ପେ ଘୋଷଣା କରିଥିଲେ।

{"id":464608,"width":836,"height":627,"sizeSlug":"large","linkDestination":"none"}

ସଭାରେ ମମତାଙ୍କ ଆଚରଣ ମୁକୁଲଙ୍କୁ ଦଳରେ ତାଙ୍କର ପୁରୁଣା ପ୍ରଭାବର ମନେପକାଇ ଦେବା ଲାଗି ଥିଲା। ଯାହା ସେ ଦଳକୁ ଫେରିବା ପରେ  ନିଜକୁ ଘରର ମୁରବୀ ଭଳି ଅନୁଭବ କରିବାରେ ଯଥେଷ୍ଠ ଥିଲା । ମମତାଙ୍କ ଘୋଷଣା ପରେ ଗଣମାଧ୍ୟମକୁ ଭେଟିବାର ପାଳିଥିଲା ମୁକୁଲଙ୍କର। ତେବେ ପରିସ୍ଥିତିକୁ ସ୍ୱଭାବିକ ରଖିବା ଲାଗି ମମତାଙ୍କ ଉଦ୍ଦେଶ୍ୟକୁ ମୁକୁଲ ମଧ୍ୟ ସଫଳ କରିଥିଲେ।  ଗଣମାଧ୍ୟମର ପ୍ରଶ୍ନ ଯେପରିକି ସେ କାହିଁକି ବିଜେପିକୁ ଯାଇଥିଲେ, କାହିଁକି ଦଳ ଛାଡିବାକୁ ନିଷ୍ପତି ନେଲେ ଇତ୍ୟାଦି ଇତ୍ୟାଦି ମୁକୁଲଙ୍କ ପ୍ରତି ଅନେକ ପ୍ରଶ୍ନ  ବର୍ଷିଯାଇଥିଲା।

{"id":464610,"width":839,"height":629,"sizeSlug":"large","linkDestination":"none"}

ସମ୍ପୂର୍ଣ୍ଣ ପରିବେଶ ନିରବ ଥିଲା । ଅବସରକୁ ତୃଣମୂଳ ବନାମ ବିଜେପି ନକରିବାକୁ ମମତା ଚାହୁଁଥିଲେ। ସେହି ଅନୁସାରେ ମୁକୁଲ ଗଣମାଧ୍ୟମକୁ ମାତ୍ର ପଦଟିଏ କହିଥିଲେ ‘ମୁଁ କାହିଁକି ଦଳରେ ରହିପାରିଲିନି ଲିଖିତ ଉତ୍ତର ଦେବି’। ଏହା ସତ୍ତ୍ୱେ ସାମ୍ବାଦିକ ପ୍ରଶ୍ନ କରିବାରୁ ମମତା ଉଠି କୌଣସି ବ୍ୟକ୍ତିଗତ ପ୍ରଶ୍ନ ନ ପଚାରନ୍ତୁ ବୋଲି ନିବେଦନ କରିଥିଲେ। ଏଥିରେ ତୃଣମୂଳରୁ ଯାଇଥିବା କେହି ଜଣେ ବି ବିଜପିରେ ରହିବାକୁ ଚାହାଁନ୍ତି ନାହିଁ ବୋଲି କହି ପକାଇଥିଲେ ମୁକୁଲ । ତେବେ ତାଙ୍କର ଏହି କଥା ପଦକ ଏବେ ବେଙ୍ଗଲ ରାଜନୀତିକୁ ହଲଚଲ କରିଛି। ମୁକୁଲଙ୍କ ପଛରେ କେତେଜଣ ଦଳକୁ ଫେରୁଛନ୍ତି ସେ ନେଇ ଏବେ ଅଙ୍କକଷା ଆରମ୍ଭ ହୋଇଯାଇଥିବା ବେଳେ ତାଲିକା ଲମ୍ବି ଲମ୍ବି ଚାଲିଛି। ଏଥିରେ ଦଳ ଛାଡିଥିବା ୩୦ରୁ ଅଧିକ ନେତା ପୁଣି ଦଳକୁ ପ୍ରତ୍ୟାବର୍ତ୍ତନ କରୁଥିବାର ଆକଳନ କରାଯାଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.