କଂଗ୍ରେସକୁ ଭୋଟ ଦେଇ ନିଜର ମୂଲ୍ୟବାନ ଭୋଟ ବରବାଦ ନ କରିବାକୁ ଜନତାଙ୍କୁ ଅପିଲ କଲେ ମମତା

Published By : Prameya-News7 Bureau | April 13, 2019 IST

କୋଲକାତା ୧୩/୪ : ଲୋକସଭା ନିର୍ବାଚନ ପାଇଁ ବିଜେପି ବିରୋଧରେ ଗଠନ ହୋଇଥିବା ମହାମେଣ୍ଟରେ ଫାଟ ସୃଷ୍ଟି ହୋଇଛି | ଏହି ଫାଟ ଧୀରେ ଧୀରେ ବଢ଼ିବାରେ ଲାଗିଛି | ମହାମେଣ୍ଟରେ ସାମିଲ ଥିବା ସମସ୍ତ ଦଳ ପୂର୍ବରୁ ହିଁ ନିଜ ଭବିଷ୍ୟତକୁ ନେଇ ଚିନ୍ତିତ ଥିଲେ | ବର୍ତ୍ତମାନ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏକ ବାବଦୀୟ ବୟାନ ଦେଇଛନ୍ତି |

{"id":103133}


ପଶ୍ଚିମବଙ୍ଗ ସିଲିଗୁଡ଼ିରେ ଏକ ନିର୍ବାଚନୀ ରାଲିକୁ ସମ୍ବୋଧିତ କରିଥିଲେ ମମତା | ଜନସଭାରେ ଉପସ୍ଥିତ ଜନତାଙ୍କୁ ମମତା ଅପିଲ କରିଥିଲେ ଯେ, ଜନତା କମ୍ୟୁନିଷ୍ଟ ପାର୍ଟି ସିପିଏମକୁ ଭୋଟ ନ ଦିଅନ୍ତୁ | ଏହାସହ କଂଗ୍ରେସକୁ ମଧ୍ୟ ଭୋଟ ନଦେବା ପାଇଁ ମମତା ଅପିଲ କରିଥିଲେ | କଂଗ୍ରେସକୁ ଭୋଟ ଦେଇ ନିଜର ମୂଲ୍ୟବାନ ଭୋଟକୁ ବରବାଦ ନ କରନ୍ତୁ ବୋଲି ମମତା ଜନତାଙ୍କୁ ଅପିଲ କରିଥିଲେ |

{"id":103134}


ସେ ଜନତାଙ୍କୁ କହିଥିଲେ ଯେ, ସେ ପୂର୍ବରୁ କଂଗ୍ରେସ ଦଳରେ ଥିଲେ | କିନ୍ତୁ ବହୁତ ହଇରାଣ ହରକତ ହେବାରୁ ସେ ଦଳ ଛାଡି ଦେଇଥିଲେ | କଂଗ୍ରେସ ଦଳ ଛାଡିବା ପରେ ସେ ତୃଣମୂଳ କଂଗ୍ରେସ ଦଳ ଗଠନ କରିଥିଲେ | ମମତା ତୃଣମୂଳ କଂଗ୍ରେସ ଗଠନ କରିବା ପରେ ରାଜ୍ୟ ଅନେକ ବିକାଶମୂଳକ କାର୍ଯ୍ୟ କରିଛନ୍ତି ବୋଲି ନିଜେ ପ୍ରକାଶ କରିଥିଲେ | ସେ ଜନତାଙ୍କୁ ଆକ୍ଷେପ କରି କରିଥିଲେ ଯେ, ରାଜ୍ୟର କେତେ ବିକାଶ ହୋଇଛି ତାର ପ୍ରମାଣ ଜନତା ନିଜେ | ନିର୍ବାଚନ ପୂର୍ବରୁ ମମତାଙ୍କ ଏହି ବୟାନ ମହାମେଣ୍ଟରେ ପଡିଥିବା ଫାଟକୁ ସ୍ପଷ୍ଟ ଦର୍ଶାଉଛି | ତେବେ ମମତାଙ୍କ ବୟାନ ମହାମେଣ୍ଟର ଅନ୍ୟ ଦଳ ପାଇଁ ସମସ୍ୟା ସୃଷ୍ଟି କରିପାରେ ବୋଲି ଆଶଙ୍କା କରାଯାଉଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.