ଫୋନ ଟ୍ୟାପ ହେଉଥିବା ଅଭିଯୋଗ କରିଛନ୍ତି ମମତା : "ସମୟ ଆସିଲେ ପ୍ରମାଣ ଦେବି"

Published By : Prameya-News7 Bureau | February 18, 2019 IST

କୋଲକାତା ୧୮/୨ : ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପୁଲଓ୍ବାମା ହମଲା ପରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି | ସରକାର ପାକିସ୍ତାନ ବିରୋଧରେ ଗତ ୫ ବର୍ଷ ହେଲା କ'ଣ ପଦକ୍ଷେପ ନେଇଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ମମତା | ଏବେ ନିର୍ବାଚନ ସମୟ ପାଖେଇ ଅସିଲାବେଳକୁ ଯୁଦ୍ଧ ପ୍ରସଙ୍ଗ ଉଠାଉଛନ୍ତି ବୋଲି କହିଛନ୍ତି ମମତା | ମମତା ଅଭିଯୋଗ କରିଛନ୍ତି ଯେ, ତାଙ୍କ ଫୋନ ଟ୍ୟାପ କରାଯାଇଛି | ଏହାର ପ୍ରମାଣ ସେ ଠିକ ସମୟରେ ଦେବେ ବୋଲି କହିଛନ୍ତି |


ବିଜେପି ଉପରେ ଅଭିଯୋଗ କରି ମମତା କହିଛନ୍ତି ଯେ, ବିଜେପି ଏବଂ ଆରଏସଏସ କର୍ମୀ ରାତିରେ ଏଠାକୁ ଆସି ପତାକା ଧରି ବୁଲୁଛନ୍ତି | ଏମାନେ ପଶ୍ଚିମବଙ୍ଗର ନିର୍ବାଚନୀ ମାହୋଲ ଖରାପ କରୁଛନ୍ତି ବୋଲି ଆକ୍ଷେପ କରିଛନ୍ତି ମମତା | ହିନ୍ଦୁ ଏବଂ ମୁସଲମାନଙ୍କ ମଧ୍ୟରେ ଦୂରତା ସୃଷ୍ଟି କରିବା ପାଇଁ ଏମାନେ ଚେଷ୍ଟା କରୁଛନ୍ତି ବୋଲି କହିଛନ୍ତି |


ମମତା କହିଛନ୍ତି ଯେ, ବଙ୍ଗଳା ଏକ ଶାନ୍ତିପ୍ରିୟ ରାଜ୍ୟ | ଏଠାରେ ସବୁ ଧର୍ମ, ସବୁ ଜାତିର ଲୋକ ସୁଦ୍ଧା ଭାବନାର ସହ ବସବାସ କରୁଛନ୍ତି | ଏହି ସଂସ୍କୃତି ବହୁ ପୂର୍ବରୁ ଚାଲି ଆସିଛି ବୋଲି କହିଛନ୍ତି ମମତା |


ପୁଲଓ୍ବାମାରେ ୪୨ ଯବାନ ସହିଦ ହୋଇଯିବ ଘଟଣା ରେ ପ୍ରତିକ୍ରିୟା ରଖି ମମତା କହିଛନ୍ତି ଯେ, ଏହା ପୂର୍ବରୁ ସେ ସରକାରଙ୍କ ବିରୋଧରେ କିଛି କହିନାହାନ୍ତି | ଏବେର ପରିସ୍ଥିତିରେ ସମସ୍ତ ବିରୋଧୀ ସରକାରଙ୍କ ସମକକ୍ଷ ଛିଡା ହୋଇଛନ୍ତି | କିନ୍ତୁ ଗୁଇନ୍ଦା ସୂଚନା ପରେ ମଧ୍ୟ ଏତେ ସଂଖ୍ୟକ ଯବାନଙ୍କୁ କାହିଁକି ନିଆଯାଉଥିଲା ବୋଲି ପ୍ରଶ୍ନ କରିଛନ୍ତି ମମତା | ଯବାନଙ୍କୁ କାହିଁକି ଟ୍ରେନ କିମ୍ବା ଏୟାରଲିଫ୍ଟ ଜରିଆରେ ନିଆଗଲା ନାହିଁ ବୋଲି କ୍ରୋଧର ସହ କହିଛନ୍ତି ମମତା |


ମୋଦିଙ୍କ ପରେ ମମତା ପୁଣି ଅମିତ ଶାହଙ୍କୁ ଟାର୍ଗେଟ କରିଥିଲେ | ସେ କହିଥିଲେ ଯେ, ଅମିତ ଶାହ ପ୍ରତିଦିନ ଭାଷଣ ଦେଉଛନ୍ତି ସତେ ଯେମିତି ସେ ଜଣେ ହିଁ ଦେଶପ୍ରେମୀ | ବିଜେପିକୁ ଆକ୍ଷେପ କରି ମମତା କହିଛନ୍ତି ଯେ, ପଶ୍ଚିମବଙ୍ଗରେ ମଧ୍ୟ ଦଙ୍ଗା କରିବାକୁ ପ୍ରୟାସ କରାଯାଇଛି | ବିଜେପି ସରକାର ପାକିସ୍ତାନ ବିରୋଧରେ ପଦକ୍ଷେପ ନେବା ପାଇଁ ପ୍ରସ୍ତୁତି କରୁଛି | ନିଅନ୍ତୁ କିନ୍ତୁ ଅନ୍ୟମାନଙ୍କୁ ପାକିସ୍ତାନ ପ୍ରେମୀ ବୋଲି କହିବା ମାନେ କ'ଣ ବୋଲି ପ୍ରଶ୍ନ କରିଛନ୍ତି ମମତା | ଦେଶର ଜନତା ଜାଣିଛନ୍ତି ଯବାନ କାହା ପାଇଁ ସହିଦ ହୋଇଛନ୍ତି | ଆତଙ୍କବାଦର କୌଣସି ଧର୍ମ ନାହିଁ | କିନ୍ତୁ ଏହାକୁ ବିଜେପି ସାମ୍ପ୍ରଦାୟିକ ରଙ୍ଗ ଦେବାକୁ ଚେଷ୍ଟା କରୁଛି ଏବଂ ଏହା ସମ୍ପୂର୍ଣ ଭାବେ ଭୁଲ ବୋଲି କହିଥିଲେ ମମତା |
ବଙ୍ଗଳାବାସୀଙ୍କୁ ମାମଲା କହିଛନ୍ତି ଯେ, ବିଜେପି କିମ୍ବା ଆରଏସଏସର କଥାରେ ନ ପଡନ୍ତୁ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.