Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସମ୍ବଲପୁର : ଗୋଶାଳା କଲପଡାରେ ଖାଲରେ ଖସିପଡି ୨ ଶିଶୁ ମୃତ
  • ||
  • ଢେଙ୍କାନାଳ : ଭିଜିଲାନ୍ସ ଜାଲରେ ଥାନା ଅଧିକାରୀ, ଯୌତୁକ ମାମଲାରେ ଦଫା କାଟିବାକୁ ନେଉଥିଲେ ୬ହଜାର ଟଙ୍କା
  • ||
  • ନବରଙ୍ଗପୁର : କୁନ୍ଦେଇ ସରପଞ୍ଚ ନିଲମ୍ବିତ, ଭାରତମାଳା ଯୋଜନାକୁ ବିରୋଧ କରିବାରୁ କାର୍ଯ୍ୟାନୁଷ୍ଠାନ
  • ||
  • ୨ ଦିନିଆ କନ୍ଧମାଳ ଗସ୍ତରେ ଶିଶୁ ସୁରକ୍ଷା ଅଧିକାର ଅଧ୍ୟକ୍ଷା
  • ||
  • ବ୍ରହ୍ମପୁର : ବ୍ରହ୍ମପୁର ଫାଷ୍ଟଗେଟ୍ ଅଞ୍ଚଳରୁ ଜଣଙ୍କ ମୃତଦେହ ଠାବ, ହତ୍ୟା ସନ୍ଦେହ
  • ||
  • ନୀଳଗିରି: ହାତୀ ଆତଙ୍କରେ ଅଞ୍ଚଳବାସୀ
  • ||
  • ମାଲକାନଗିରି : ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ, ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ
  • ||
  • କେନ୍ଦୁଝର : ବାଇକ୍ ଧକ୍କାରେ ଜଣେ ଗୁରୁତର, ମେଡିକାଲରେ ଭର୍ତ୍ତି
  • ||

ବଙ୍ଗାଲ ନିର୍ବାଚନ ପୂର୍ବରୁ ମମତା ବାନାର୍ଜୀଙ୍କ ନୂତନ ଦାବି- ଦେଶରେ ହେବା ଉଚିତ୍ ୪ ରାଜଧାନୀ, କେବଳ ଦିଲ୍ଲୀ କଣ ପାଇଁ ?

23/01/2021 at 3:47 PM

କୋଲକାତା ୨୩।୦୧: ଆଗାମୀ ବିଧାନସଭା ନିର୍ବାଚନ ପୂର୍ବରୁ ପଶ୍ଚିମବଙ୍ଗ ରାଜନୀତି ଚଳଚଞ୍ଚଳ  ହୋଇ ଉଠିଛି। ଶାସକ ତୃଣମୂଳ କଂଗ୍ରେସ ଓ ଭାରତୀୟ ଜନତା ପାର୍ଟି ମଧ୍ୟରେ ପ୍ରତିଦ୍ଵନ୍ଦିତା ହେବାକୁ ଯାଉଛି। ଏବେଠୁ ଉଭୟ ଦଳର ନେତାଙ୍କ ମଧ୍ୟରେ ବାକ୍ ଯୁଦ୍ଧ ମଧ୍ୟ ଆରମ୍ଭ ହୋଇ ଯାଇଛି। ଏହି କ୍ରମରେ ଶନିବାର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି ଦେଶର ରାଜଧାନୀ କେବଳ ଦିଲ୍ଲୀ କଣ ପାଇଁ ରହିବ। ଦେଶର ଚାରି କୋଣରେ ଚାରି ରାଜଧାନୀ ହେବା ଉଚିତ୍। ବାନାର୍ଜୀ ନିଜ ସାଂସଦଙ୍କୁ ଏହି ପ୍ରସଙ୍ଗ ସଂସଦରେ ଉଠାଇବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ସେ କହିଛନ୍ତି ଦିଲ୍ଲୀରେ ଅଧିକାଂଶ ଲୋକ ବାହାରର ଅଟନ୍ତି।

କୋଲକାତାରେ ନେତାଜୀ ସୁଭାଷ ବୋଷଙ୍କ ୧୨୫ତମ ଜନ୍ମ ଜୟନ୍ତୀ ଅବସରରେ ଆୟୋଜିକ ଏକ ରାଲିକୁ ସମ୍ବୋଧିତ କରି ମମତା ବାନାର୍ଜୀ କହିଛନ୍ତି, ସମୟ ଥିଲା କୋଲକାତା ଦେଶର ରାଜଧାନୀ ଥିଲା। ତେଣୁ ଦେଶର ଏହି ସହରକୁ ରାଜଧାନୀ କଣ ପାଇଁ ଘୋଷଣା କରାଯାଇ ପାରିବ ନାହିଁ ? କୋଲକାତାକୁ ଦେଶର ଦ୍ଵିତୀୟ ରାଜଧାନୀ କରିବାକୁ ପଡିବ ବୋଲି ମମତା କହିଛନ୍ତି।

ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀଙ୍କ ଏହି ବୟାନ ସେହି ସମୟରେ ଆସିଛି, ଯେତେବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନେତାଜୀଙ୍କ ଜନ୍ମ ଜୟନ୍ତୀ ପାଳନ ପାଇଁ ଶନିବାର ଛଅ ଘଣ୍ଟିଆ କୋଲକାତା ଗସ୍ତରେ ଆସୁଛନ୍ତି। ମମତା ବାନାର୍ଜୀ ଟିଏମସି ସାଂସଦଙ୍କୁ ଏହି ପ୍ରସଙ୍ଗ ସଂସଦରେ ଉଠାଇବାକୁ ନିର୍ଦ୍ଦେଶ ଦେବା ସହ କହିଛନ୍ତି ଯେ, କଣ ପାଇଁ ଦେଶରେ ଗୋଟିଏ ରାଜଧାନୀ ରହିବ ? ଦେଶର ପ୍ରତି କୋଣରେ ଗୋଟିଏ ରାଜଧାନୀ ହେବା ଉଚିତ୍ ଏବଂ ମୋଟ୍ ୪ ରାଜଧାନୀ ହେଉ। ସଂସଦର ସମସ୍ତ ଅଧିବେଶନ ରାଜଧାନୀରେ ଆୟୋଜିତ କରାଯାଉ।

ମମତା ଏହା ମଧ୍ୟ କହିଛନ୍ତି, ଦକ୍ଷିଣ ଭାରତୀୟ ରାଜ୍ୟ ତାମିଲନାଡୁ, କର୍ଣ୍ଣାଟକ କିମ୍ବା କେରଳରେ ମଧ୍ୟ ଗୋଟିଏ ରାଜଧାନୀ ହେବା ଉଚିତ୍। ପରବର୍ତ୍ତୀ ରାଜଧାନୀ ଉତ୍ତର ପ୍ରଦେଶ, ପଞ୍ଜାବ କିମ୍ଵା ରାଜସ୍ଥାନରେ ରହିବା ଉଚିତ୍। ସେହି ପରି ବିହାର, ଓଡିଶା କିମ୍ବା କୋଲକାତାରେ ହେବା ଉଚିତ୍ ବୋଲି ମମତା କହିଛନ୍ତି।

   Related Posts