Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚମକିଲେ ଆୟର-ତ୍ରିପାଠୀ, ଏମଆଇକୁ ୭ ଓ୍ବିକେଟ୍‌ରେ ମାତ୍‌ ଦେଲା କେକେଆର
  • ||
  • ଭୁବନେଶ୍ବର : ଜଳଦ କୁମାର ତ୍ରିପାଠୀ ହେଲେ ମୁଖ୍ୟ ସୂଚନା କମିଶନର, ନିଯୁକ୍ତିକୁ ଅନୁମୋଦନ କଲେ ରାଜ୍ୟପାଳ
  • ||
  • ମୋରଡା : ବନ୍ୟା ପ୍ରଭାବିତ ଗାଁ ବୁଲିଲେ ବିଧାୟକ ପ୍ରଣବ ପ୍ରକାଶ ଦାସ, ମୃତକଙ୍କ ପରିବାରକୁ ପ୍ରଦାନ କଲେ ଆର୍ଥିକ ସହାୟତା
  • ||
  • ଝାରସୁଗୁଡା : ନକଲି ମାଓବାଦୀ ଗିରଫ, କମ୍ପାନୀର ସାଇଟ୍ ଇନଚାର୍ଜଙ୍କୁ ମାଗୁଥିଲା ଟଙ୍କା
  • ||
  • ଖଲ୍ଲିକୋଟ : ବିଦ୍ୟୁତ ଆଘାତ ଲାଗି ଚାଲିଗଲା ବୃଦ୍ଧଙ୍କ ଜୀବନ
  • ||
  • ଭୁବନେଶ୍ବର : ମୋଟୁ ଥାନା IICଙ୍କୁ ଗିରଫ କଲା ଭିଜିଲାନ୍ସ, କାର୍‌ରୁ ଜବତ ହୋଇଥିଲା ୨ ଲକ୍ଷ ୮୦ ହଜାର ଟଙ୍କା
  • ||
  • ପୁରୀ : ସରକାରୀ ଗାଡିରୁ ଧଳା ଜହର ଜବତ, ୪୦ଗ୍ରାମ୍ ବ୍ରାଉନସୁଗାର ସହ ୩ ଅଭିଯୁକ୍ତ ଗିରଫ
  • ||
  • କଳାହାଣ୍ଡି : କର୍ଲାପାଟ ବକ୍ସାଇଟ୍ ଖଣିର ନିଲାମ ଉପରେ ହାଇକୋର୍ଟଙ୍କ ରହିତାଦେଶ
  • ||
  • ସମ୍ବଲପୁର : ବେଆଇନ ଭାବେ ବନ୍ଧୁକ ତିଆରି ଓ ବିକ୍ରି : ଦମ୍ପତ୍ତିଙ୍କ ସମେତ ୫ ଗିରଫ, ୪ଟି ଦେଶୀ ବନ୍ଧୁକ ଜବତ
  • ||
  • ବୌଦ୍ଧ : ରାସ୍ତାରେ ପଡିଛି ଅଜଣା ଯୁବକଙ୍କ ମୃତଦେହ, ମୃତ୍ୟୁର କାରଣ ଅସ୍ପଷ୍ଟ
  • ||

ଅନ୍ୟ ରାଜ୍ୟରେ ଫସିଥିବା ଶ୍ରମିକଙ୍କୁ ଫେରାଇ ଆଣିବାକୁ ମମତାଙ୍କ ସ୍ୱତନ୍ତ୍ର ବ୍ୟବସ୍ଥା, ୧୦୫ ଟ୍ରେନ୍ ପାଇଁ ସମତ୍ତି ଦେଇଛି ରେଳ ବିଭାଗ

14/05/2020 at 4:29 PM

କୋଲକାତା, ୧୪|୦୫:  କରୋନା ସଙ୍କଟ ମଧ୍ୟରେ ଦେଶ ଭିନ୍ନ ଭିନ୍ନ ସ୍ଥାନରେ ଲକ୍ଷାଧିକ ଶ୍ରମିକ ଫସି ରହିଛନ୍ତି । ପଶ୍ଚିମବଙ୍ଗର ଯେଉଁ ଶ୍ରମିକମାନେ ବିଭିନ୍ନ ସ୍ଥାନରେ ଫସିରହିଛନ୍ତି ସେମାନଙ୍କୁ ଫେରାଇ ଆଣିବା ପାଇଁ ରାଜ୍ୟ ସରକାରଙ୍କ ତରଫରୁ ୧୦୫ଟି ଅତିରିକ୍ତ ସ୍ୱତନ୍ତ୍ର ଟ୍ରେନ୍ ଚଳାଇବା ପାଇଁ ନିଷ୍ପତ୍ତି ନିଆଯାଇଛି । ରାଜ୍ୟ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗୁରୁବାର ଏନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ।

ମମତା ଟ୍ୱିଟ୍ କରି କହିଛନ୍ତି ଯେ, ପଶ୍ଚିମବଙ୍ଗର ଯେଉଁମାନେ ବିଭିନ୍ନ ସ୍ଥାନରେ ଫସି ରହିଛନ୍ତି ସେମାନଙ୍କୁ ଉଦ୍ଧାର କରାଯିବ । ସେମାନଙ୍କୁ ଫେରାଇ ଆଣିବା ପାଇଁ ସରକାର ପ୍ରୟାସ କରୁଛନ୍ତି । ଏଥିପାଇଁ ୧୦୫ଟି ଅତିରିକ୍ତ ଟ୍ରେନ୍ ଚଳାଚଳ କରିବ । ରାଜ୍ୟ ସରକାର ଏଥିପାଇଁ ରଳବିଭାଗକୁ ସୁପାରିଶ କରିଥିଲେ । ଯାହାକୁ ବିଭାଗ ମଞ୍ଜୁରୀ ପ୍ରଦାନ କରିଛି ।

ମମତାଙ୍କ କହିବାନୁସାରେ, ଦେଶର ବିଭିନ୍ନ ଅଞ୍ଚଳକୁ ପଶ୍ଚିମବଙ୍ଗ ପାଇଁ ଟ୍ରେନ ଚଳାଚଳ କରିବ । ଟ୍ରେନ କେଉଁଠାରୁ କେଉଁ ସ୍ଥାନକୁ ଯିବ ସେନେଇ ମଧ୍ୟ ଟ୍ୱିଟ୍ କରାଯାଇଛି । ସେ ଏଥିପାଇଁ ଲିଙ୍କ୍ ମଧ୍ୟ ସେୟାର କରିଛନ୍ତି । ଯାହାକୁ କ୍ଲିକ୍ କରି ଟ୍ରେନର ଟାଇମିଂ ଦେଖିହେବ ।

ସୂଚନାଯୋଗ୍ୟ, ଗତ କିଛିଦିନ ତଳେ ବିଭିନ୍ନ ସ୍ଥାନରେ ଫସିଥିବା ପଶ୍ଚିମବଙ୍ଗ ଶ୍ରମିକଙ୍କୁ ନେଇ ଅେକ ରାଜନୀତି ହୋଇଥିଲା । ଏହି ମାମଲାରେ ଗୃହମନ୍ତ୍ରୀ ଅମିତ ଶାହ ମମତାଙ୍କୁ ଚିଠି ଲେଖିଥିଲେ । ଚିଠିରେ ଲେଖାଥିଲା ଯେ, ଅନ୍ୟ ରାଜ୍ୟରେ ଫସିଥିବା ଶ୍ରମିକମାନେ କୋଲକାତା ଫେରିବାକୁ ଚାହୁଁଛନ୍ତି । କିନ୍ତୁ ରାଜ୍ୟ ସରକାରଙ୍କ ଆଭିମୁଖ୍ୟ ଠିକ ନାହିଁ । କରୋନାକୁ ନେଇ ମମତା ସରକାର ତତ୍ପରତା ପ୍ରକାଶ କରୁ ନାହାଁନ୍ତି । ଏହାସହ ରାଜ୍ୟକୁ ଟ୍ରେନ୍ ପ୍ରବେଶ ପାଇଁ ମଞ୍ଜୁରୀ ଦେଉନଥିବା ଶାହ କହିଥିଲେ ।

   Related Posts