Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୧ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୪ କୋଭିଡ୍ ସଂକ୍ରମିତ, ୩୩୩୪୪୪ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଲକ୍ଷ୍ନୌ : ଟ୍ରାକ୍‌ରୁ ଖସିଲା ଟ୍ରେନ୍‌, ଶହିଦ ଏକ୍ସପ୍ରେସ୍‌ର ୨ଟି ବଗି ଲାଇନ୍‌ଚ୍ୟୁତ
  • ||
  • କେନ୍ଦୁଝର : ସ୍ତ୍ରୀକୁ ପିଟିପିଟି ମାରିଦେଲା ସ୍ବାମୀ, ଅଭିଯୁକ୍ତ ଅଟକ
  • ||
  • ଖସୁଛି କରୋନା ଗ୍ରାଫ୍‌, ଦେଶରେ ଗତ ୨୪ଘଣ୍ଟାରେ ୧୩,୭୮୮ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ଭୁବନେଶ୍ୱର : ବିଶିଷ୍ଟ ଶ୍ରମିକ ନେତା ଲଳିତ ନାୟକଙ୍କ ପରଲୋକ
  • ||
  • କେନ୍ଦୁଗୁଡ଼ା ଘାଟିରେ ଓଲଟିଲା ଟୁରିଷ୍ଟ ବସ୍ : ଜଣେ ମୃତ , ୧୦ ରୁ ଅଧିକ ଆହତ
  • ||

ଦିଦିଙ୍କ ରାସନ ଥୋପ : ଆଉ ଥରେ କ୍ଷମତାକୁ ଆସିଲେ ସମସ୍ତଙ୍କୁ ମାଗଣାରେ ଚାଉଳ-ଗହମ

21/07/2020 at 6:50 PM

କୋଲକାତା, ୨୧|୦୭:  ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଙ୍ଗଳବାର ଭର୍ଚ୍ୟୁଆଲ୍ ରାଲିରେ ରାଜ୍ୟବାସୀଙ୍କୁ ସମ୍ବୋଧିତ କରିଛନ୍ତି । ରାଲିରେ ସେ ମାଗଣାରେ ରାସନ ସାମଗ୍ରୀରୁ ନେଇ କରୋନା ଭାଇରସ, ନିର୍ବାଚନ, ଏନପିଆର ଆଦି ପ୍ରସଙ୍ଗ ଉପରେ କହିଛନ୍ତି ।

ମମତା କହିଛନ୍ତି ଯେ, ୨୦୨୧ରେ ଯଦି ଟିଏମସି ସରକାରକୁ ଆସେ ତେବେ ଗରୀବଙ୍କୁ ଜୀବନ ସାରା ମାଗଣା ରାସନ ପ୍ରଦାନ କରାଯିବ । ଏହା ତାଙ୍କର ପ୍ରତିଶ୍ରୁତି । ସେ ଲକଡାଉନ ପୂର୍ବରୁ ମାଗଣା ରାସନ ଦେଉଛନ୍ତି । ୧୦ କୋଟି ଲୋକଙ୍କୁ ଏହି ସୁବିଧା ମିଳୁଛି । ଜୁନ ୨୦୨୧ ସୁଦ୍ଧା ଏହା ପ୍ରଦାନ କରାଯିବ । ଦିଲ୍ଲୀର କେନ୍ଦ୍ର ସରକାର ଯାହା ଅବହେଳା କରିଛନ୍ତି ତାହାର ଜବାବ ଦିଆଯିବ । ବାହାର ଲୋକଙ୍କୁ ପଶ୍ଚିମବଙ୍ଗରେ ପୁରାଇ ଦିଆଯିବ ନାହିଁ । ଟିଏମସି ଦୁର୍ବଳ ହୋଇଥିବା କେହି ଭାବନ୍ତୁ ନାହିଁ ।

ବିଜେପିକୁ ଟାର୍ଗେଟ୍ କରି ସେ କହିଛନ୍ତି ଯେ, ଏହି ଦଳ କେବଳ ପାଟି କରୁଛି । ହିଂସା ସୃଷ୍ଟିକାରୀ ବୟାନବାଜି କରୁଛନ୍ତି । କଳାକାର ଓ ଶିକ୍ଷାବିତଙ୍କୁ ସେମାନେ ସମାଲୋଚନା କରୁଛନ୍ତି । କୋଲକାତା କେବେବି ଏନପିଆପ ଓ ଏନଆରସିକୁ ଭୁଲି ନାହିଁ । ଦିଲ୍ଲୀରେ ଲୋକଙ୍କୁ ହତ୍ୟା କରି ନାଳରେ ଫିଙ୍ଗି ଦିଆଯାଇଚି । ପଶ୍ଚିମବଙ୍ଗରେ କରୋନା ଜାରି ରହିଛି । ଏହାର ଅର୍ଥ ନୁହେଁ ଯେ ଏନପିଆର ଓ ଏନଆରସିକୁ ଭୁଲିଯାଇଛେ । ଏପରି ନିୟମ କରିବାକୁ କେନ୍ଦ୍ର କିଏ ବୋଲି ସେ ପ୍ରଶ୍ନ କରିଛନ୍ତି । ଏହା ହିନ୍ଦୁ ବନାମ ମୁସଲିମ ବୋଲି ସେ କହିଛନ୍ତି ।

   Related Posts