ପଶ୍ଚିମବଙ୍ଗରେ ବ୍ୟାପିଲା କରୋନା, ବାକି ଆସନରେ ଥରକରେ ନିର୍ବାଚନ ଲାଗି ECଙ୍କୁ ମମତାଙ୍କ ନିବେଦନ

Published By : Prameya-News7 Bureau | April 15, 2021 IST

କୋଲକାତା ୧୫।୪: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗୁରୁବାର ତାଙ୍କ ଟ୍ୱିଟ୍ ହ୍ୟାଣ୍ଡଲରେ ଏକ ପୋଷ୍ଟ କରିଛନ୍ତି। ଏଥିରେ ରାଜ୍ୟରେ କରୋନା ବ୍ୟାପିବାର ସେ ଆଶଙ୍କା କରିଥିବା ବେଳେ ୮ ପର୍ଯ୍ୟାୟ ନିର୍ବାଚନର ବାକି ପର୍ଯ୍ୟାୟ ଭୋଟ ଥରକରେ ସାରିବାକୁ ନିର୍ବାଚନ ଆୟୋଗ (ଇସି)ଙ୍କୁ ନିବେଦନ କରିଛନ୍ତି। ରାଜ୍ୟରେ ବଢୁଥିବା କରୋନା ସଂକ୍ରମଣ ସଂଖ୍ୟାକୁ ଧ୍ୟାନରେ ରଖି ନିର୍ବାଚନକୁ ଇସି ଥରକରେ ଶେଷ କରନ୍ତୁ ବୋଲି ମମତା ଟ୍ୱିଟ୍‌ରେ ଉଲ୍ଲେଖ କରିଛନ୍ତି।

wp:embed {"url":"https://twitter.com/MamataOfficial/status/1382689776843771914","type":"rich","providerNameSlug":"twitter","responsive":true,"className":""}
https://twitter.com/MamataOfficial/status/1382689776843771914
/wp:embed

ମମତା କହିଛନ୍ତି ଯେ ଗୋଟିଏ ପର୍ଯ୍ୟାୟରେ ବାକି ପର୍ଯ୍ୟାୟ ଭୋଟ ଗ୍ରହଣ  କରାଗଲେ ଲୋକଙ୍କୁ କରୋନା ସଂକ୍ରମଣରୁ ରକ୍ଷା କରାଯାଇପାରିବ। ତେବେ ମମତା ବାନାର୍ଜୀଙ୍କ ଟ୍ୱିଟ୍‌ ପୂର୍ବରୁ ତୃଣମୂଳ ସାଂସଦ ମହୂଆ ମଇତ୍ର ଏକ ଟ୍ୱିଟ୍‌ କରିଥିଲେ। ଏଥିରେ ସେ କରୋନାର ବଢୁଥିବା ସଂକ୍ରମଣରେ ବିଧାନସଭା ନିର୍ବାଚନକୁ ୮ଟି ପର୍ଯ୍ୟାୟରେ କରିବା ଲାଗି ଇସିଙ୍କ ନିଷ୍ପତ୍ତିକୁ ‘ଅପରାଧିକ ଅବହେଳା’ ବୋଲି ଉଲ୍ଲେଖ କରିଥିଲେ।

wp:embed {"url":"https://twitter.com/MahuaMoitra/status/1382589727111483394","type":"rich","providerNameSlug":"twitter","responsive":true,"className":""}
https://twitter.com/MahuaMoitra/status/1382589727111483394
/wp:embed

ମହୂଆ ଓ ମମତାଙ୍କ ପୂର୍ବରୁ ପଶ୍ଚିମବଙ୍ଗରେ ବଢୁଥିବା କରୋନା ସଂକ୍ରମଣ ଦୃଷ୍ଟିରୁ ରାଜ୍ୟରେ ବଡ଼ ଆକାରର କୌଣସି ରାଲି ଅଥବା ନିର୍ବାଚନ ପ୍ରଚାର ଅଭିଯାନ ନ କରିବାକୁ ସିପିଆଇଏମ୍‌ ବୁଧବାର ଘୋଷଣା କରିଥିଲା। ଗତ ଫେବୃଆରୀ ଶେଷ ସପ୍ତାହରେ ନିର୍ବାଚନ ଆୟୋଗ ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ଘୋଷଣା କରିଥିଲେ। ଏଥିରେ ଇସି ବେଙ୍ଗଲ ସମେତ ଆସାମ, ପୁଡୁଚେରୀ, ତାମିଲନାଡୁ ଓ କେରଳ ଲାଗି ନିର୍ବାଚନ ଘୋଷଣା କରିଥିବା ବେଳେ ୪ଟି ରାଜ୍ୟରେ ଭୋଟ ଗ୍ରହଣ ଶେଷ ହୋଇ ଏବେ ଗଣନାକୁ ଅପେକ୍ଷା କରାଯାଇଛି। ତେବେ ପଶ୍ଚିମବଙ୍ଗରେ ଚୂଡ଼ାନ୍ତ ପର୍ଯ୍ୟାୟ ନିର୍ବାଚନ ଏପ୍ରିଲ ୨୯ରେ ହେବ।

wp:embed {"url":"https://twitter.com/manojkikalam/status/1381847124648726528","type":"rich","providerNameSlug":"twitter","responsive":true,"className":""}
https://twitter.com/manojkikalam/status/1381847124648726528
/wp:embed

ବିଭିନ୍ନ ରାଜ୍ୟରେ ବିଧାନସଭା ନିର୍ବାଚନକୁ ନେଇ ସୋସିଆଲ ମିଡିଆରେ ମିମସ୍‌ ଭାଇରାଲ ହେବାରେ ଲାଗିଛି। ଏଥିରେ ଲୋକେ ଅନ୍ୟ ରାଜ୍ୟମାନଙ୍କରେ କରୋନା କଟକଣା ଲାଗୁ ହେଉଥିବା ବେଳେ ନିର୍ବାଚନଗ୍ରସ୍ତ ରାଜ୍ୟରେ କାହିଁକି କଟକଣା ନାହିଁ ବୋଲି ପ୍ରଶ୍ନ ଉଠାଉଥିଲେ। ସେଠାରେ ଅନୁଷ୍ଠିତ ହେଉଥିବା ସଭା,ସମିତି ଓ ରାଲିରେ ଲୋକଙ୍କ କୋଭିଡ ନିୟମ ଉଲ୍ଲଂଘନର ଫଟୋ ବି ସୋସିଆଲ ମିଡିଆରେ ସେୟାର ହେଉଛି। ଏଥିରେ ମହୂଆ ଓ ମମତାଙ୍କ ଟ୍ୱିଟ୍‌ ପ୍ରସଙ୍ଗରେ ନିର୍ବାଚନ କମିଶନଙ୍କୁ ଉତ୍ତରଦାୟୀ କରିଦେଇଛି।

{"id":439014,"width":838,"height":551,"sizeSlug":"large","linkDestination":"none"}

କରୋନା ସଂକ୍ରମଣ ଆୟତ ଲାଗି ନୈତିକତା ଦୃଷ୍ଟିରୁ ସମସ୍ତେ ଦାୟିତ୍ୱବାନ । ଏଥିଲାଗି ନିର୍ବାଚନ ଆୟୋଗ କୌଣସି କଟକଣା ଲାଗୁ କରିଥିଲେ କି ? ଯଦି ହଁ ତେବେ ପାଳନ ହୋଇଛି କି ନା ? ତାହାର କଡାକଡି ପାଳନ ଦାୟିତ୍ୱ ନିଶ୍ଚିତ ନିର୍ବାଚନ ଆୟୋଗଙ୍କର ଥିଲା ବୋଲି ଏବେ ଚର୍ଚ୍ଚା ହେଉଛି। ତେବେ ନିର୍ବାଚନ କମିସନ ପଶ୍ଚିମବଙ୍ଗରେ ବାକିଥିବା ୩ ପର୍ଯ୍ୟାୟ ନିର୍ବାଚନ ଏପ୍ରିଲ ୨୨, ୨୬ ଓ ୨୯ ଭୋଟ ଗ୍ରହଣ ଏକା ଥରକେ କରିବାର କୌଣସି ଯୋଜନା ନଥିବା ଇସିଙ୍କ ମୁଖପାତ୍ର ଗୁରୁବାର ସ୍ପଷ୍ଟ କରିଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.