ପ୍ରଧାନମନ୍ତ୍ରୀଙ୍କ ଉପରେ ବର୍ଷିଲେ ମମତା, କହିଲେ- 'ବହୁମତ ଲୋକଙ୍କୁ ମାରିବା ପାଇଁ ଅନୁମତି ଦିଏ ନାହିଁ'

Published By : Prameya-News7 Bureau | January 28, 2021 IST

କୋଲକାତା,୨୮/୦୧: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ଟିଏମସି ନେତ୍ରୀ ମମତା ବାନାର୍ଜୀ ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ଅନେକ ପ୍ରସଙ୍ଗ ଉପରେ ମତ ରଖିଛନ୍ତି । ଦିଲ୍ଲୀରେ କୃଷକଙ୍କ ପ୍ରଦର୍ଶନଠୁ ଆରମ୍ଭ କରି ଦିଲ୍ଲୀ ହିଂସା, ରାଜ୍ୟ ବନାମ କେନ୍ଦ୍ର ଓ ପଶ୍ଚିମବଙ୍ଗ ନିର୍ବାଚନ ବାବଦରେ ଖୋଲାଖୋଲି ଭାବେ କଥା ହୋଇଛନ୍ତି । ଏହାସହ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଗୃହମନ୍ତ୍ରୀ ଅମିତ ଶାହଙ୍କ ଉପରେ ବର୍ଷିଛନ୍ତି ।

କୃଷି ଆଇନ ଉପରେ ମମତା କହିଛନ୍ତି ଯେ, ସରକାରଙ୍କ ପାଖରେ ବହୁମତ ଅଛି । ସଂସଦରେ କୃଷି ଆଇନ ପାରିତ ହୋଇଛି । ବହୁମତ ଲୋକଙ୍କୁ ମାରିବାକୁ ଦିଏନାହିଁ । ସରକାର ଏହାକୁ ଫେରସ୍ତ ନିଅନ୍ତୁ । ଏହି ଆଇନକୁ ନେଇ ରାଜ୍ୟ ସହିତ କେନ୍ଦ୍ର ସରକାର ଆଲୋଚନା କରିନାହାଁନ୍ତି । ମୋଦୀ ଦେଶକୁ ଓ୍ୱାନ ମ୍ୟାନ୍ ସୋ ଭାବେ ଚଲାଇପାରିବେ ନାହିଁ । ରାଜୀବ ଗାନ୍ଧୀଙ୍କ ପାଖରେ ମଧ୍ୟ ପ୍ରଚଣ୍ଡ ବହୁମତ ଥିଲା । ସେ ମଧ୍ୟ ପ୍ରତିଦିନ ଗୋଟିଏ ଦେଶ ଗୋଟିଏ ପାର୍ଟି କଥା କହୁଥିଲେ । ଏହାସହ ସେ ଅବିନ୍ଦ କେଜ୍ରିଓ୍ୱାଲ, ଏମକେ ଷ୍ଟାଲିନ ଓ ଉଦ୍ଧବ ଠାକରେ ଏକାଠି ଅଛନ୍ତି ବୋଲି ସେ କହିଛନ୍ତି ।

ମମତା ଆହୁରି କହିଛନ୍ତି ଯେ, କୃଷକ ଆନ୍ଦୋଳନ କୌଣସି ନେତା ନୁହେଁ, ଚାଷୀମାନେ ନିଜେ ଲଢୁଛନ୍ତି ।  ଅମିତ ଶାହଙ୍କ ପାଖରେ ୫୧ ଲକ୍ଷ ହ୍ୱାଟସଆପ୍ ଗ୍ରୁପ୍ ଅଛି । ତେଣୁ ସେ କୃଷକଙ୍କୁ ବଦନାମ ମଧ୍ୟ କରିପାରନ୍ତି । ସରକାର ସଙ୍ଘୀୟ ବ୍ୟବସ୍ଥାକୁ ନଷ୍ଟ କରିବାକୁ ଚାହୁଁଛନ୍ତି । ଏହାସହ ପଶ୍ଚିମବଙ୍ଗରେ ହେବାକୁ ଥିବା ନିର୍ବାଚନ ନିରପେକ୍ଷ ଓ ଶାନ୍ତି ଶୃଙ୍ଖଳାରେ ହେଉ ବୋଲି ସେ ଚାହୁଁଥିବା କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.