ପ୍ରଧାନମନ୍ତ୍ରୀ ମୋଦୀଙ୍କ ଉପରେ ବର୍ଷିଲେ ମମତା, କହିଲେ- ଲୋକଙ୍କ ରୁଚି କୋଭିଡ୍ ଖବର ଉପରେ, ନା ତୁମର 'ମନ କି ବାତ୍‌'ରେ

Published By : Prameya-News7 Bureau | April 25, 2021 IST

କୋଲକାତା ୨୫।୦୪: ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କରୋନା ମହାମାରୀର ସଙ୍କଟ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସମାଲୋଚନା କରିଛନ୍ତି।  ସେ ରବିବାର କହିଛନ୍ତି ଯେ, ଲୋକଙ୍କ ରୁଚି ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ  'ମନ କି ବାତ୍‌' କାର୍ଯ୍ୟକ୍ରମ ଉପରେ ନାହିଁ ବରଂ ଏହା ପରିବର୍ତ୍ତେ କୋଭିଡ୍ ସଂପର୍କିତ କଥା ଶୁଣିବାକୁ ଚାହୁଁଛନ୍ତି। କାରଣ ମହାମାରୀରେ ଅକ୍ସିଜେନ୍ ଏବଂ ଟିକାର ଅଭାବ କାରଣରୁ ଆକ୍ରାନ୍ତଙ୍କ ଜୀବନ ମୁସ୍କିଲରେ ପଡି ଯାଇଛି।

ଏହା ପୂର୍ବରୁ ମୋଦୀ ଆଜି  ନିଜର ମାସିକିଆ ରେଡିଓ କାର୍ଯ୍ୟକ୍ରମ 'ମନ କି ବାତ୍‌'ରେ କହିଛନ୍ତି ଯେ, କରୋନାର ଦ୍ଵିତୀୟ ଲହର ଦେଶକୁ ଦୋହଲାଇ ଦେଇଛି। ଅନ୍ୟପଟେ ମୁର୍ଶିଦାବାଦ ଜିଲ୍ଲାର ସଭାଗାରରେ ପାର୍ଟିର କାର୍ଯ୍ୟକର୍ତ୍ତାଙ୍କ ସହିତ ବୈଠକ ସମରୟେ ବାନାର୍ଜୀ କହିଛନ୍ତି ଯେ, ମୋଦୀ ଓ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ୍ ଶାହା ସେହି ସମୟରେ ପଶ୍ଚିମବଙ୍ଗ ଉପରେ କବ୍‌ଜା କରିବାକୁ ଯୋଜନା କରିବାରେ ବ୍ୟସ୍ତ ଥିଲେ, ଯେତେବେଳେ କରୋନା ମହାମାରୀର ଦ୍ଵିତୀୟ ଲହରକୁ ନିୟନ୍ତ୍ରଣ କରିବା ପାଇଁ ଉଚିତ୍ ପଦକ୍ଷେପ ନେବାର ଆବଶ୍ୟକତା ଥିଲା।

ବାନାର୍ଜୀ କହିଛନ୍ତି, କାହାର 'ମନ କି ବାତ୍‌' ଚାଲିଛି। ଲୋକେ ବର୍ତ୍ତମାନ କୋଭିଡ୍ ସଂପର୍କିତ ଖବର ଜାଣିବାକୁ ଚାହୁଁଛନ୍ତି। ଯଦି ହଜାରେ ଲୋକଙ୍କ ଭିଡରେ ଜଣେ ସଂକ୍ରମିତ ଅଛନ୍ତି ତେବେ ସମସ୍ତେ ସଂକ୍ରମଣର ଶିକାର ହୋଇ ପାରନ୍ତି। କେନ୍ଦ୍ରୀୟ ଅର୍ଦ୍ଧସାମରିକ ବଳର ଦୁଇ ଲକ୍ଷ ଯବାନ ଉତ୍ତର ପ୍ରଦେଶ, ରାଜସ୍ଥାନ ଓ ଦିଲ୍ଲୀ ପରି ରାଜ୍ୟରୁ ଆସିଛନ୍ତି ଏବଂ ସେମାନେ ଅଜାଣତରେ ଭାଇରସ୍‌ ବାହକ ହୋଇ ଥାଇ ପାରନ୍ତି। କାରଣ ନିର୍ବାଚନ ଆୟୋଗଙ୍କ ଦ୍ଵାରା ସେମାନଙ୍କର ଆରଟି ପିସିଆର  ଟେଷ୍ଟ କରାଯାଇ ନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.