Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକଣା କଡାକଡି କଲା ହଙ୍ଗକଙ୍ଗ, ବାହାର ଦେଶର ନାଗରିକଙ୍କ ପ୍ରବେଶ ଉପରେ ରୋକ୍
  • ||
  • ଟଳିଗଲା ମୃତ୍ୟୁ, ଅଳ୍ପକେ ମରଣ ମୁହଁରୁ ବର୍ତ୍ତିଲେ କଲେଜ ଛାତ୍ରୀ ଓ ସ୍କୁଟି ଚାଳକ : ସିସିଟିଭିରେ ଛାତିଥରା ଦୃଶ୍ୟ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୧୧କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୨୮ କରୋନା ସଂକ୍ରମିତ, ୧୦୪୯୧୦୮ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୬ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୦ ମୃତ
  • ||
  • ହଠାତ ହେଲା ବରଫ ଝଡ, ପବ୍‌ରେ ଫସିଗଲେ ୬୧ ଗ୍ରାହକ : ୩ ଦିନ ପରେ ଉଦ୍ଧାର
  • ||
  • ମା’ ସୁରେଶ୍ୱରୀ ମନ୍ଦିରରୁ ଚୋରି, ନେଇଗଲେ ଦେବୀଙ୍କ ରୁପା ମୁକୁଟ
  • ||
  • ବୁଧବାରଠୁ କମ୍ପିବ ବିଧାନସଭା, ଅଧିବେଶନ ପୂର୍ବରୁ ରଣନୀତି ପ୍ରସ୍ତୁତ କରିବେ ଶାସକ ଓ ବିରୋଧି
  • ||
  • ଆସୁଛି ବାତ୍ୟା ‘ଜଓ୍ୱାଦ’, ୪ ତାରିଖରେ କରିବ ଲ୍ୟାଣ୍ଡଫଲ
  • ||
  • ଜଗତସିଂହପୁରରେ ‘ସାଗର କବଚ ଓଡି-୨୧’, ସମରାଭ୍ୟାସରେ ସାମିଲ ଭାରତୀୟ ତଟରକ୍ଷୀ ବାହିନୀ ଓ ମେରାଇନ୍ ପୋଲିସ
  • ||

କଂଗ୍ରେସ ଉପରେ ଭଡକିଲେ ମମତା ବାନାର୍ଜୀ : କହିଲେ,‘ସେ ଦଳ ଉପରେ ଆଉ ଲୋକଙ୍କ ଭରଷା ନାହିଁ, BJP ସହିତ ସେଟିଂ ଅଛି’

1/11/2021 at 10:02 PM

କୋଲକାତା ୦୧/୧୧ : ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କଂଗ୍ରେସ ଉପରେ ପ୍ରବଳ ବର୍ଷିଛନ୍ତି । ଓ୍ବାନ୍‌ ମ୍ୟାନ୍‌ ଆର୍ମି ଭଳି ବିଜେପିକୁ ସବୁବେଳେ ଟାର୍ଗେଟ କରିଆସୁଥିବା ଦିଦି ଏବେ କଂଗ୍ରେସକୁ ଶାସକ ଦଳର ବି ଟିମ୍‌ ବୋଲି କହିଛନ୍ତି । କୋଲକାତାରେ ଏକ କାର୍ଯ୍ୟକ୍ରମ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି, ବିଜେପି ଏବଂ କଂଗ୍ରେସ ମଧ୍ୟରେ ସେଟିଂ ହୋଇଛି ।

ଏହା ସହିତ ବଡ ବୟାନ ଦେଇ ଦିଦି କହିଛନ୍ତି ଯେ, କଂଗ୍ରେସ ଦଳ ଲୋକମାନଙ୍କ ଭରଷା ହରାଇସାରିଛି । ସେ ଦଳକୁ ଭରଷା କରିବା ମଧ୍ୟ ଭୁଲ । କାଳି ପୂଜା ଉଦଘାଟନୀ ଉତ୍ସବରେ ଯୋଗ ଦେଇ କଂଗ୍ରେସ ଉପରେ ଏଭଳି ଭାବେ ବର୍ଷିଛନ୍ତ ଦିଦି । ମମତା ବାନାର୍ଜୀ କହିଛନ୍ତି, ଯେବେ ଠାରୁ ମୋଦି ସରକାର କ୍ଷମତାକୁ ଆସିଛି ସେବେଠୁ କଂଗ୍ରେସ କୌଣସି ଲଢେଇ ଲଢିନାହିଁ । ନିର୍ବାଚନ ଆସିଲେ କଂଗ୍ରେସ ବଡ ବଡ କଥା କୁହେ କିନ୍ତୁ ସରକାରଙ୍କୁ ଘେରିବାକୁ କେବେ ବାହାରେ ନାହିଁ । କିନ୍ତୁ ତୃଣମୂଳ ସରକାର ସବୁବେଳେ ବିଜେପିକୁ ବିରୋଧ କରିଆସିଛି ସେଥିପାଇଁ ଅନ୍ୟ ରାଜ୍ୟରେ ଆମର ଲୋକପ୍ରିୟତା ବୃଦ୍ଧି ପାଇବାରେ ଲାଗିଛି । ଅନ୍ୟ ପଟେ କଂଗ୍ରେସର ଲଗାତାର ଭାବେ ଲୋକପ୍ରିୟତା କମିବାରେ ଲାଗିଛି ।

ଦିଦି କହିଛନ୍ତି, କଂଗ୍ରେସ କେବଳ ଉପରେ ଉପରେ ବିରୋଧ କରୁଛି ଭିତରେ କିନ୍ତୁ ଭାରତୀୟ ଜନତା ପାର୍ଟି ସହ ସେଟିଂ ହୋଇଛି । ମମତା ବାନାର୍ଜୀ କହିଛନ୍ତି, ‘ଦିନ ଥିଲା ମୁଁ ବି କଂଗ୍ରେସରେ ଥିଲି କିନ୍ତୁ ମୁଁ କାହିଁକି ଦଳ ଛାଡିଲି ? କାରଣ କଂଗ୍ରେସ ଧୋକା ଦେଲା । କଂଗ୍ରେସ ଜନତାଙ୍କ ସହିତ ମଧ୍ୟ ଧୋକାବାଜି କରିଛି ।’

କଂଗ୍ରେସର ଗୋହି ଖୋଳି ମମତା ବାନାର୍ଜୀ କହିଛନ୍ତି, ସଂଯୁକ୍ତ ପ୍ରଗତିଶୀଳ ମେଣ୍ଟ (UPA) ଛାଡିବାର କାରଣ ହେଉଛି ସେତେବେଳେ ସରକାର ତେଲ ଦର ଅହେତୁକ ଭାବେ ବୃଦ୍ଧି ଘଟାଉଥିଲେ । ବେଳେବେଳେ ନିଷ୍ପତ୍ତି ନେବା ମଧ୍ୟ କଷ୍ଟ ହୋଇପଡୁଥିଲା । କେବଳ ସେତିକି ନୁହେଁ ନିର୍ବାଚନ ସମୟରେ ଦଳର ପ୍ରମୁଖ ବିରୋଧୀ ସିପିଏମ୍‌ ସହିତ ମଧ୍ୟ କଂଗ୍ରେସ ହାତ ମିଳାଇ ଦେଇଥିଲା । ଏହି ସବୁ କାରଣ ପାଇଁ କଂଗ୍ରେସ ଛାଡିବାକୁ ପଡିଥିଲା ବୋଲି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି ।

   Related Posts