Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅକ୍ଟୋବର-ନଭେମ୍ବର ମାସର ପାର୍ବଣ ଗାଇଡ୍‌ଲାଇନ୍‌, ମୂର୍ତ୍ତି ବିସର୍ଜନରେ ରହିବେ ଏତିକି ଲୋକ, ହବିଷ୍ୟାଳୀଙ୍କୁ ମନ୍ଦିର ମନା
  • ||
  • ଘଟଗାଁରେ ହାତୀ ଆତଙ୍କ, ଘଉଡାଇବାକୁ ବନ ବିଭାଗର କସରତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୬ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୩ ହଜାରରୁ ଅଧିକ କରୋନା ପଜିଟିଭ୍, ୧୬୪ ମୃତ
  • ||
  • ରାସ୍ତା ଅତିକ୍ରମ ବେଳେ ଧକ୍କା ଦେଲା ଟ୍ରକ, ଚାଲିଗଲା ଜୀବନ
  • ||
  • ଲଘୁଚାପ ପ୍ରଭାବ : ମଙ୍ଗଳବାର ଯାଏଁ ପ୍ରବଳ ବର୍ଷା, ୫୦ କିମି ବେଗରେ ବହିବ ପବନ
  • ||
  • ନୀଳଗିରିରେ ଭାଲୁ ଆତଙ୍କ, ସାଇକେଲରୁ ଟାଣିନେଇ ଯୁବକଙ୍କୁ ଘାଇଲା କଲେ
  • ||
  • ଅଢେଇ କୋଟି ଟଙ୍କାର ବ୍ରାଉନସୁଗାର ଜବତ, ଡାଇମଣ୍ଡ ହୋଟେଲ ମାଲିକ ଅଟକ
  • ||

‘ମୋତେ ଗିରଫ କର’, ମନ୍ତ୍ରୀ ଓ ବିଧାୟକଙ୍କ ଗିରଫଦାରୀ ପରେ କଡା ପ୍ରତିକ୍ରିୟା ରଖିଲେ ଦିଦି

17/05/2021 at 2:55 PM

କୋଲକାତା, ୧୭|୦୫:ଗିରଫ ହୋଇଛନ୍ତି ପଶ୍ଚିମବଙ୍ଗର ୨ ମନ୍ତ୍ରୀ ଓ ଜଣେ ବିଧାୟକ । ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସ (ଟିଏମସି) ସରକାର ଗଠନ ହେବା ମାତ୍ରେ ନାରଦା ସ୍କାମର ତଦନ୍ତ ପୁଣି ଆରମ୍ଭ ହୋଇଛି । ଏହି ଦୁର୍ନୀତି ଅଭିଯୋଗ ନେଇ କ୍ୟାବିନେଟ ମନ୍ତ୍ରୀ ଫିରହାଦ୍ ହାକିମ, କ୍ୟାବିନେଟ ମନ୍ତ୍ରୀ ସୁବ୍ରତ ମୁଖାର୍ଜୀ, ଟିଏମସି ବିଧାୟକ ମଦନ ମିତ୍ର ଏବଂ ପୂର୍ବତନ ବିଜେପି ନେତା ଶୋଭନ ଚାଟାର୍ଜୀଙ୍କ ଘରେ ରେଡ କରିବା ପରେ ସିବିଆଇ ଗିରଫ କରିଛି ।

ସୂଚନାନୁସାରେ, ସୋମବାର ସକାଳେ ପରିବହନ ମନ୍ତ୍ରୀ ତଥା କୋଲକାତା ମ୍ୟୁନିସିପାଲିଟି କର୍ପୋରେସନର ସଭାପତି ଫିରହାଦ୍ ହାକିମଙ୍କ ଘରେ ସିବିଆଇ ଟିମ୍ ପହଞ୍ଚିଥିଲା । କିଛି ସମୟ ପରେ ସିବିଆଇ ଫିରହାଦ୍ ହାକିମଙ୍କୁ ସାଙ୍ଗରେ ନେଇ ଯାଇଥିଲା । ତାଙ୍କ ସମର୍ଥକମାନେ ଫିରହାଦଙ୍କ ଘରେ ଓ ପରେ ସିବିଆଇ କାର୍ଯ୍ୟାଳୟରେ ପହଞ୍ଚି ପ୍ରଦର୍ଶନ କରିଥିଲେ ।ଏପରିକି ମମତା ବାନାର୍ଜୀ ନିଜେ ସିବିଆଇ ଅଫିସରେ ପହଁଚିଥିଲେ ।

ଟିଏମସି ନେତାଙ୍କୁ ସିବିଆଇ ଗିରଫ କରିବା ପରେ ତୃଣମୂଳ କଂଗ୍ରେସ କର୍ମୀ ସିବିଆଇ ଅଫିସ ସାମ୍ନାରେ ଧାରଣା ଦେଇଥିଲେ । ପରିସ୍ଥିତି ଏପରି ହୋଇଥିଲା ଯେ, ସେମାନଙ୍କୁ ଘଉଡାଇବାକୁ ଲାଠି ଚାର୍ଜ କରିବାକୁ ପଡିଥିଲା ।

ତେବେ ମନ୍ତ୍ରୀ ଓ ବିଧାୟକଙ୍କ ଗିରଫଦାରୀକୁ ନେଇ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ, ସିବିଆଇ ଯେପରି ଭାବେ ଗିରଫ ଦାରି କରିଛି ତାହା ବେଆଇନ । ତାଙ୍କୁ ମଧ୍ୟ ସିବିଆଇ ଗିରଫ କରୁ ବୋଲି ସେ କହିଥିଲେ ।

   Related Posts