Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଖରାଟିଆ ପାଗ, ୨୩ ସୁଦ୍ଧା ଫେରିଯିବ ମୌସୁମୀ
  • ||
  • ରାଜଧାନୀରେ ରହିବନି ମୁକୁଳା ଡ୍ରେନ୍ : ଦୁଇ ପାର୍ଶ୍ୱରେ ଲାଗିବ ତାରଜାଲି, ସମ୍ପ୍ରସାରଣ ହେବ ସଙ୍କୁଚିତ ନାଳ
  • ||

ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଅପେକ୍ଷା କରାଇବା, ପୁଣି ବୈଠକରୁ ଉଠି ଆସିବା ଉପରେ କହିଲେ ମମତା- ମୁଁ ଅନୁମତି ଆଣିଥିଲି

28/05/2021 at 9:36 PM

କୋଲକାତା ୨୮।୦୫: ବାତ୍ୟା ୟାସ୍‌ରେ ଘଟିଥିବା କ୍ଷୟକ୍ଷତିର ସମୀକ୍ଷା ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଅଧ ଘଣ୍ଟା ଅପେକ୍ଷା କରାଇବା ଓ ତୁରନ୍ତ କିଛି ଫାଇଲ୍ ଦେଇ ଚାଲିଯିବା ଅଭିଯୋଗ ଉପରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସଫେଇ ଦେଇଛନ୍ତି। ସେ କହିଛନ୍ତି, ଏହି  ବୈଠକ ସମୟରେ ରାଜ୍ୟର ଅନ୍ୟ ଏକ ଅଞ୍ଚଳରେ ବୈଠକ ଥିଲା।

ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୈଠକ ଡକାଇଥିଲେ। ମୋତେ ଏହି ବିଷୟରେ ଜଣା ନଥିଲା ଯେ, ସମାନ ସମୟରେ ଦୀଘାରେ ମୋର ଆଉ ଏକ ବୈଠକ ଥିଲା। ତେଣୁ ମୁଁ ପ୍ରଧାନମନ୍ତ୍ରୀଙ୍କ ବୈଠକରେ ତୁରନ୍ତ ବାତ୍ୟା କ୍ଷୟକ୍ଷତି ସଂପର୍କିତ ରିପୋର୍ଟ ଦେଇ ୨୦ ହଜାର କୋଟି ଟଙ୍କାର ସହାୟତା ଦାବି କରିଥିଲି। ୧୦ ହଜାର କୋଟି ଟଙ୍କା ଦୀଘାର ବିକାଶ ପାଇଁ ଏବଂ ଆଉ ୧୦  ହଜାର ସୁନ୍ଦରବନର ବିକାଶ ପାଇଁ ଦାବି କରିଛି।

ମମତା ବାନାର୍ଜୀ କହିଛନ୍ତି, ମୁଁ ପ୍ରଧାନମନ୍ତ୍ରୀଙ୍କ ଅନୁମତି ନେବା ପରେ ବୈଠକ ଛାଡିଥିଲି। ମୁଁ ପ୍ରଧାମମନ୍ତ୍ରୀଙ୍କୁ ଜଣାଇଥିଲି ଯେ, ମୋର ରାଜ୍ୟ ସରକାରଙ୍କ ଅଧିକାରୀଙ୍କ ସହିତ ବୈଠକ ଅଛି। ଏହା ପରେ ମୁଁ ତାଙ୍କ ଅନୁମତି ନେଇ  ବୈଠକରୁ ବାହାରିଥିଲି। ମୁଖ୍ୟମନ୍ତ୍ରୀ କହିଛନ୍ତି, ସେ ଶନିବାର ରାଜ୍ୟରେ ବାତ୍ୟା ୟାସ୍ କ୍ଷୟକ୍ଷତିର ସମୀକ୍ଷା କରିବେ। ସେ ଟ୍ଵିଟ୍ କରିଛନ୍ତି, ସାଗର ଓ ହିଙ୍ଗଲଜଙ୍ଗରେ ସମୀକ୍ଷା ବୈଠକ ପରେ ମୁଁ ପ୍ରଧାନମନ୍ତ୍ରୀଙ୍କୁ ଭେଟିଥିଲି। ତାଙ୍କୁ ବାତ୍ୟା କ୍ଷୟକ୍ଷତି ସଂପର୍କରେ ସୂଚନା ଦେଲି। ମୁଁ ତାଙ୍କୁ ରିପୋର୍ଟ ମଧ୍ୟ ଦେଇଛି ବୋଲି ମମତା କହିଛନ୍ତି।

   Related Posts