Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୪ କ୍ବିଣ୍ଟାଲ ୬୦ କେଜି ଚନ୍ଦନ କାଠ ଜବତ: ଆନୁମାନିକ ମୂଲ୍ୟ ୭୦ ଲକ୍ଷ ଟଙ୍କାରୁ ଅଧିକ
  • ||
  • ଜଳେଶ୍ବର: ବିଶାଖା ଏଗ୍ରୋ ସୋରୁମ୍ ଆଗରେ ଚାଷୀମାନଙ୍କ ପକ୍ଷରୁ ଆମରଣ ଅନଶନ
  • ||
  • ଅପରାହ୍ନରେ ସ୍ଥଳଭାଗ ଛୁଇଁବ ‘ବୁରେଭି’ : କେରଳ-ତାମିଲନାଡୁର କିଛି ଜିଲ୍ଲାରେ ଛୁଟି ଘୋଷଣା, ବିମାନବନ୍ଦର ବନ୍ଦ
  • ||
  • ଜଗତପୁର : ଧାନ କଟାଳୀଙ୍କୁ ଶୁଣ୍ଢରେ କଚାଡି ମାରିଲା ହାତୀ
  • ||
  • ବାଲେଶ୍ବର ଓ ମୟୁରଭଞ୍ଜରେ ମୃଦୁ ଭୂକମ୍ପ ଝଟ୍‌କା ଅନୁଭୂତ
  • ||
  • ଆଜି ପ୍ରଥମ ଟି୨୦ : ଅଷ୍ଟ୍ରେଲିଆକୁ କଡା ଟକ୍କର ଦେବ ଭାରତ, ଓ୍ୱାର୍ଣ୍ଣରଙ୍କ ଅନୁପସ୍ଥିତିର ଫାଇଦା ନେବ ବିରାଟ ବାହିନୀ
  • ||
  • ଜି.ଉଦୟଗିରି : ନାବାଳିକା ଝିଅକୁ ଦୁଷ୍କର୍ମ ଅଭିଯୋଗ, ଅଭିଯୁକ୍ତକୁ ଗିରଫ କଲା ପୋଲିସ
  • ||
  • ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର: ପ୍ରାଥମିକ ତଦନ୍ତରୁ ହତ୍ୟା ସନ୍ଦେହ
  • ||
  • ପୋଲିସ୍‌ ଏବଂ ଜୁଆ ଆଡ୍ଡା ମାଲିକଙ୍କ କଥାବାର୍ତ୍ତାର ଅଡିଓ କଲ ଭାଇରାଲ
  • ||
  • ହାଇଦ୍ରାବାଦ ମ୍ୟୁନିସିପାଲ କର୍ପୋରେସନ ନିର୍ବାଚନ : ଏବେସୁଦ୍ଧା ଆଗରେ ବିଜେପି, ପଛରେ ଟିଆରଏସ ଓ ଏଆଇଏମଆଇଏମ
  • ||

ପ୍ରଧାନମନ୍ତ୍ରୀଙ୍କ ସହିତ ବୈଠକରେ ବର୍ଷିଲେ ଦିଦି, କହିଲେ- ସଙ୍କଟ ସମୟରେ ରାଜନୀତି ନକରୁ କେନ୍ଦ୍ର ସରକାର

11/05/2020 at 5:39 PM

ନୂଆଦିଲ୍ଲୀ ୧୧।୦୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କରୋନା ସଙ୍କଟ ମଧ୍ୟରେ ଲକ୍‌ଡାଉନ୍‌ ପରବର୍ତ୍ତୀ ସ୍ଥିତି ଏବଂ କୋଭିଡ୍-୧୯ ମୁକାବିଲା ଲାଗି ରଣନୀତି ପ୍ରସ୍ତୁତି ପ୍ରସଙ୍ଗରେ ପୁଣି ଥରେ ମୁଖ୍ୟମନ୍ତ୍ରୀଙ୍କ ସହିତ ଭିଡିଓ କନଫରେନ୍ସିଂ ଜରିଆରେ ବୈଠକ କରିଛନ୍ତି। ବୈଠକରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କେନ୍ଦ୍ର ସରକାରଙ୍କ ଉପରେ କରୋନା ବାହାନରେ ରାଜନୀତି କରିବାର ଅଭିଯୋଗ କରିଛନ୍ତି। ମମତା କହିଛନ୍ତି କରୋନା ସଙ୍କଟ ସମଗ୍ର ଦେଶର ସମସ୍ୟା। ମାତ୍ର କେନ୍ଦ୍ର ସରକାର ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହିତ କୌଣସି ବିଚାର ବିମର୍ଶ ନକରି ପୂର୍ବରୁ ହିଁ ସବୁ କିଛି ସ୍ଥିର କରି ଦେଉଛନ୍ତି। କେନ୍ଦ୍ର ସରକାର ଭେଦଭାବ କରୁଥିବା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆରୋପ ଲଗାଇଛନ୍ତି।

ସମଗ୍ର ଦେଶରେ କରୋନା ଭୂତାଣୁର ପ୍ରକୋପ ବଢିବାରୋ ଲାଗିଛି। କେନ୍ଦ୍ର ସ୍ଵାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ସମଗ୍ର ଦେଶରେ ମୋଟ୍ କରୋନା ସଂକ୍ରମିତ ସଂଖ୍ୟା  ପାଖାପାଖି ୬୭ ହଜାର ରହିଛି। ଏହି ମହାମାରୀରେ ୨୨୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟି ସାରିଛି। ଏହା ମଧ୍ୟରେ କେନ୍ଦ୍ର ସରକାରଙ୍କ ଉପରେ ମମତା ବାନାର୍ଜୀଙ୍କ ଆରୋପ ପରେ ରାଜନୀତି ସରଗରମ ହୋଇଛି। ମମତା କହିଛନ୍ତି, କେନ୍ଦ୍ର ସରକାର ଏକ ସ୍କ୍ରିପ୍ଟ ଅନୁସାରେ କାମ କରୁଛନ୍ତି। ଏହା ରାଜନୀତି ଖେଳିବାର ସମୟ ନୁହେଁ। ଯେ କୌଣସି ବଡ ନିଷ୍ପତ୍ତି ନେବା ବେଳେ କେନ୍ଦ୍ର କେବେ ବି ଆମର ରାୟ ନେଉ ନାହିଁ। ଏମିତି ସଙ୍ଘୀୟ ବ୍ୟବସ୍ଥାକୁ ଧ୍ଵସ୍ତ କରନ୍ତୁ ନାହିଁ ବୋଲି ମମତା କହିଛନ୍ତି।

ଉଲ୍ଲେଖନୀୟ ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କରୋନା ସଙ୍କଟର ମୁକାବିଲା ଓ ଲକ୍‌ଡାଉନ୍‌ ନେଇ ମୁଖ୍ୟମନ୍ତ୍ରୀଙ୍କ ସହିତ ବୈଠକ କରିଛନ୍ତି। ବୈଠକରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହିତ ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ, ସ୍ଵରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହା ଓ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଉପସ୍ଥିତ ଥିଲେ। ବୈଠକରେ କରୋନା ସଙ୍କଟ, ଲକ୍‌ଡାଉନ୍, ଅର୍ଥବ୍ୟବସ୍ଥା, ଶ୍ରମିକଙ୍କ ପ୍ରତ୍ୟାବର୍ତ୍ତନ ପରି ପ୍ରସଙ୍ଗରେ ଆଲୋଚନା ହୋଇଛି।

   Related Posts