Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

କରୋନା ତଥ୍ୟକୁ ନେଇ ବିବାଦରେ ମମତା ସରକାର, ଅଡୁଆ ବଢିବା ପରେ ସ୍ୱାସ୍ଥ୍ୟ ସଚିବଙ୍କୁ ହଟାଇଲେ

12/05/2020 at 3:22 PM

କୋଲକାତା, ୧୨|୦୫ : କରୋନା ସଙ୍କଟ ମଧ୍ୟରେ ପଶ୍ଚିମବଙ୍ଗରେ ନେତୃତ୍ୱାଧିନ ମମତା ବାନାର୍ଜୀଙ୍କ ସରକାର ସଂକ୍ରମିତ ସଂଖ୍ୟାକୁ ନେଇ ହରଡଘଣାରେ ପଡିଛି । ଏହା ମଧ୍ୟରେ ରାଜ୍ୟ ସରକାର କାର୍ଯ୍ୟାନୁଷ୍ଠାନ ସ୍ୱରୂପ ସ୍ୱାସ୍ଥ୍ୟସଚିବ ବିବେକୁ କୁମାରକୁ ହଟାଇ ଦେଇଛନ୍ତି । ସରକାର ତାଙ୍କୁ ପରିବେଶ ବିଭାଗ ଦାୟିତ୍ୱ ଦେଇଛନ୍ତି ।

ସୂଚନାନୁସାରେ, କରୋନା ସଂଖ୍ୟାକୁ ନେଇ ମମତା ସରକାରଙ୍କ ଉପରେ ଅନେକ ଅଭିଯୋଗ ଲାଗିଛି । ଏପରିକି ତଥ୍ୟରେ ତାଳମେଳ ନତିବା ବିରୋଧି ଦଳ ଅଭିଯୋଗ କରିଥିଲେ । ସରକାର ଏବେ ନାରାୟଣ ସ୍ୱରୂପଙ୍କୁ ନୂତନ ସ୍ୱାସ୍ଥ୍ୟ ସଚିବ ଭାବେ ନିଯୁକ୍ତ କରିଛନ୍ତି । ସ୍ୱାସ୍ଥ୍ୟ ସଚିବଙ୍କୁ ହଟାଇବା ପୂର୍ବରୁ ମମତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସମାଲୋଚନା କରିଥିଲେ ।

ସୋମବାର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରଧାନମନ୍ତ୍ରୀଙ୍କ ସହ ବୈଠକରେ କହିଥିଲେ ଯେ, କେନ୍ଦ୍ର ସରକାର ସଙ୍ଘୀୟ ଢାଞ୍ଚାକୁ ରକ୍ଷା କରନ୍ତୁ । ଏହି ସଙ୍କଟ ସମୟରେ ରାଜନୀତି କରିବା ଠିକ ନୁହେଁ । ଏପରିକି ସେ କେନ୍ଦ୍ର ସରକାର ଭେଦଭାବ କରୁଥିବା ମଧ୍ୟ ଅଭିଯୋଗ ଲଗାଇଥିଲେ । ପଶ୍ଚିମବଙ୍ଗ ସହ ଅନ୍ତାରାଷ୍ଟ୍ରୀୟ ସୀମା ଲାଗି ରହିଛି ଓ ରାଜ୍ୟ କରୋନା ମୁକାବିଲା ସଠିକ ଭାବେ କରୁଛି ବୋଲି କହିଥିଲେ ।

ସୂଚନାଯୋଗ୍ୟ, ଗତ କିଛି ଦିନ ତଳେ କେନ୍ଦ୍ରୀୟ ଟିମ୍ ପଶ୍ଚିମବଙ୍ଗର ମୁଖ୍ୟ ଶାସନ ସଚିବ ରାଜିବ ସିହ୍ନାଙ୍କୁ ଏକ ଚିଠି ଲେଖିଥିଲେ । ଏଥିରେ ରାଜ୍ୟର ଖରାପ ପ୍ରଦର୍ଶନ ବାବଦରେ ଉଲ୍ଲେଖ ରହିଥିଲା । ଟିମ୍ ମୁଖ୍ୟ ତଥା କେନ୍ଦ୍ର ସରକାରଙ୍କ ସ୍ୱତନ୍ତ୍ର ସଚିବ ଅପୂର୍ବ ଚନ୍ଦ୍ର ରାଜ୍ୟ ସରକାରଙ୍କ ଉପରେ ଭିନ୍ନ ସମୟରେ ଅଲଗା ଅଲଗା ତଥ୍ୟ ଦର୍ଶାଯାଉଥିବା ଅଭିଯୋଗ କରିଥିଲେ ।ଏଠାରେ ମୃତ୍ୟୁଦର ୧୨.୮ ପ୍ରତିଶତ ଯାହା ଅନ୍ୟ ରାଜ୍ୟ ତୁଳନାରେ ସର୍ବାଧିକ ବୋଲି କୁହାଯାଇଥିଲା ।  

   Related Posts