Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଜେଡିରେ ମିଶିବେ ପ୍ରଦୀପ ମାଝୀ, କହିଲେ ନବୀନଙ୍କ ହାତମୁଠା ଟାଣ କରିବି
  • ||
  • ଆଇଆଇଟି ଜମ୍ମୁର ନୂତନ ଗୃହ ଲୋକାର୍ପଣ କରିବେ ଗୃହମନ୍ତ୍ରୀ ଅମିତ ଶାହ, ଉପସ୍ଥିତ ରହିବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୭ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୫ ହଜାରରୁ ଅଧିକ କରୋନା ପଜିଟିଭ୍, ୫୬୧ ମୃତ
  • ||
  • ଚିଲିକାକୁ ଆସିଲେଣି ବିଦେଶୀ ପକ୍ଷୀ, ସୁରକ୍ଷା ପାଇଁ ବନ ବିଭାଗ ପ୍ରସ୍ତୁତ
  • ||
  • ଲକ୍ଷ୍ମୀପୁର ହିଂସାର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କୁ ଡେଙ୍ଗୁ, ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି
  • ||
  • କମୁଛି ତାପମାତ୍ରା, ଦାରିଙ୍ଗିବାଡିରେ ୧୧ ଡିଗ୍ରୀକୁ ଖସିଲା ପାରଦ
  • ||
  • ସୁପର ସଣ୍ଡେରେ ସୁପର ମୁକାବିଲା : ଟି୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ହାଇଭୋଲଟେଜ୍ ଫାଇଟ୍
  • ||

କଂଗ୍ରେସ ଉପରେ ବର୍ଷିଲେ ଦିଦି, କହିଲେ- ବିଜେପି ସହ ଏହି ଦଳର  ଭିତିରି ସଂପର୍କ ରହିଛି

26/09/2021 at 7:58 PM

କୋଲକାତା ୨୬।୦୯: ୨୦୨୪ ଲୋକସଭା ନିର୍ବାଚନ ପାଇଁ ଏବେଠୁ ଆରମ୍ଭ ହୋଇ ଯାଇଛି ବିରୋଧୀଙ୍କ ରଣନୀତି। ହେଲେ ଲୋକସଭା ନିର୍ବାଚନରେ କଂଗ୍ରେସ ପାର୍ଟି ମମତା ବାନାର୍ଜୀଙ୍କୁ ବିରୋଧୀଙ୍କ ଚେହେରା କରିବାକୁ ମନା କରିବାରୁ ତୃଣମୂଳ କଂଗ୍ରେସର ପ୍ରମୁଖ ଦେଶର ଏହି ପୁରାତନ ଦଳ ପ୍ରତି ଅସନ୍ତୁଷ୍ଟ ପ୍ରକାଶ କରିଛନ୍ତି। ଏପରି କି ଟିଏମସି କଂଗ୍ରେସଠୁ ଦୂରେଇ ଯାଇଛି। ମୋଦୀ ଓ ବିଜେପି ସରକାର ବିରୋଧରେ ବିରୋଧୀଙ୍କୁ ଏକଜୁଟ କରିବାରେ ଜୁଟିଥିବା ମମତା ବାନାର୍ଜୀ ଅଭିଯୋଗ କରିଛନ୍ତି ଯେ, କଂଗ୍ରେସ ଓ ବିଜେପି ହାତ ମିଳାଇଛନ୍ତି। ଏହି ଦୁଇ ଜାତୀୟ ରାଜନୈତିକ ଦଳର ଭିତିରି ସଂପର୍କ ରହିଛି।

ଭବାନୀପୁରରୁ ଉପ ନିର୍ବାଚନ ଲଢୁଥିବା ମମତା ବାନାର୍ଜୀ ଏକ ସଭାରେ କହିଛନ୍ତି, ମୁଁ ସିପିଏମ ବିରୋଧରେ ୩୦ ବର୍ଷ ଲଢେଇ କଲି। ମୁଁ କଂଗ୍ରେସ ପାର୍ଟି ଏଥିପାଇଁ ଛାଡିଲି କାରଣ ସିପିଏମ ସହ ଏହି ଦଳର ସଂପର୍କ ଥିଲା, ଯାହା ଆଜି ପର୍ଯ୍ୟନ୍ତ ଜାରି ରହିଛି। ଏହି ଦଳ ବିଜେପି ସହ ମଧ୍ୟ ଭିତିରି ସଂପର୍କ ରଖିଛି। କିନ୍ତୁ ଆମେ ବିଜେପିକୁ ଦେଶରୁ ବିଦା କରିବାକୁ ପ୍ରତିଶ୍ରୁତି ଦେଇଛୁ। ଉଲ୍ଲେଖନୀୟ ଗତ ଦିନରେ ତୃଣମୂଳ କଂଗ୍ରେସ ବୟାନ ଦେଇଥିଲା ଯେ, ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିକଳ୍ପ ହୋଇ ପାରି ନାହାନ୍ତି। ଏଥିପାଇଁ ମମତା ବାନାର୍ଜୀଙ୍କୁ ବିରୋଧୀଙ୍କ ଚେହେରା କରାଯାଉ। ମାତ୍ର କଂଗ୍ରେସ ପାର୍ଟି ଏହାକୁ ସଂପୂର୍ଣ୍ଣ  ଭାବେ ଖାରଜ କରିଥିଲା।

ମମତା ବାନାର୍ଜୀ କହିଛନ୍ତି, ବିଜେପି ଦେଶକୁ ବିକ୍ରି କରୁଛି। ପଶ୍ଚିମବଙ୍ଗରେ ହାରିବା ପରେ ମଧ୍ୟ ଏହି ପାର୍ଟିରେ ଲଜ୍ଜା ବୋଲି କିଛି ନାହିଁ। ଏଜେନ୍ସିକୁ ପଠାଉଛନ୍ତି, ଚିନ୍ତା କରୁଛନ୍ତି ଯେ, ତାଙ୍କ ବିରୋଧରେ କେହି ମୁହଁ ଖୋଲି ପାରିବେ ନାହିଁ। ବିଜେପି ଗୁଜରାଟକୁ ସଂପୂର୍ଣ୍ଣ ବରବାଦ କରିଦେଲା। କିନ୍ତୁ ଆମେ ଦେଶକୁ ବଞ୍ଚାଇବାକୁ ଚାହୁଁ ବୋଲି ମମତା କହିଛନ୍ତି।

   Related Posts