ଷଣ୍ଢକୁ ନାଲି କପଡା ଦେଖାଇବା ଯାହା, ମମତାଙ୍କ ଆଗରେ 'ଜୟ ଶ୍ରୀରାମ' କହିବା ସେୟା- ବିଜେପି ନେତା ଅନିଲ ବିଜ୍

Published By : Prameya-News7 Bureau | January 24, 2021 IST

କୋଲକାତା,୨୪/୦୧:ନେତାଜୀ  ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୫ଜମ ଜୟନ୍ତୀ ଅବସରରେ କୋଲକାତାର ଭିକ୍ଟୋରିଆ ମେମୋରିଆଲରେ ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏଥିରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଯୋଗ ଦେଇଥିଲେ । କିନ୍ତୁ ଜୟ ଶ୍ରୀରାମ ନାରା ଲଗାଇବାରୁ ସେ ଭାଷଣ ଦେବାକୁ ମନା କରିଦେଇଥିଲେ । ଏହି ନାରାବାଜିକୁ ନେଇ ବିଜେପି ଓ ଟିଏମସି ମୁହାଁମୁହିଁ ହୋଇଛନ୍ତି ।

ବିଜେପି ନେତା ତଥା ହରିୟାଣାର ମନ୍ତ୍ରୀ ଅନିଲ ବିଜ୍ ଟ୍ୱିଟ୍ କରି କହିଛନ୍ତି ଯେ, ଷଣ୍ଢକୁ ନାଲି କପଡା ଦେଖାଇବା ଯାହା ଦିଦିଙ୍କ ଆଗରେ ଜୟ ଶ୍ରୀରାମ ନାରା ଲଗାଇବା ତାହା ଅଟେ । ତେଣୁ ସେ ଭିକ୍ଟୋରିଆ ମେମୋରିଆଲରେ ନିଜର ଭାଷଣ ଦେଇ ନଥିଲେ ।

wp:html /wp:html

ସେହିପରି ଉତ୍ତର ପ୍ରଦେଶ ସରକାରର ମନ୍ତ୍ରୀ ମୋହସିନ୍ ରାଜା କହିଛନ୍ତିଯେ, ଦିଦିଙ୍କୁ ଏବେ ରାମ ନାମରୁ ମଧ୍ୟ ଅପମାନ ଲାଗୁଛି । ଶ୍ରୀରାମ ଭାରତୀୟ ସଂସ୍କୃତିର ଆତ୍ମା ଅଟନ୍ତି । ଯଦି ମମତା ଜୟ ଶ୍ରୀରାମ, ଭାରତ ମାତା କି ଜୟ ଓ ବନ୍ଦେ ମାତରମ ଶୁଣି ଅପମାନିତ ହେଉଛନ୍ତି ତେବେ ଜନତା ଏହି ମାନସିକତାକୁ ଘୃଣା କରନ୍ତି । ଏହାର ଜବାବ ପଶ୍ଚିମବଙ୍ଗର ଜନତା ଦିଦିଙ୍କୁ ଦେବେ ।

ସେହିପରି ବିଜେପି ନେତା ଅମିତ ମାଲବୀୟ କହିଛନ୍ତି ଯେ, ମମତା ଏପରି କରି ମହାପୁରୁଷଙ୍କୁ ଅପମାନ କରିଛନ୍ତି । ଏପରି କରି ସେ ରବୀନ୍ଦ୍ରନାଥ ଟାଗୋରଙ୍କୁ ଅପମାନ କରିଛନ୍ତି ବୋଲି ସେ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.