ଭବାନୀପୁର ଟକ୍କର : ବିଜୟ ଅଭିମୁଖେ ଦିଦି, ୪୨ହଜାର ଭୋଟରେ ଆଗୁଆ

Published By : Prameya-News7 Bureau | October 03, 2021 IST

କୋଲକାତା, ୦୩/୧୦ : ବିଜୟ ଆଡକୁ ମୁହାଁଉଛନ୍ତି ଦିଦି । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବେସୁଦ୍ଧା ୪୦ ହଜାରରୁ ଅଧିକ ଭୋଟରେ ଆଗୁଆ ରହିଛନ୍ତି । ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ୧୬ ରାଉଣ୍ଡ ସୁଦ୍ଧା ୨୦୪୬୮ ପାଇଥିବା ବେଳେ ଦିଦି ୬୨୭୬୦ ଭୋଟ୍ ପାଇଛନ୍ତି ।

ପଶ୍ଚିମବଙ୍ଗର ହାଇପ୍ରୋଫାଇଲ୍ ସିଟ୍ ଭବାନୀପୁରରେ ଭୋଟ ଗଣତି ଜାରି ରହିଛି। ୧୬ତମ ରାଉଣ୍ଡ ସୁଦ୍ଧା ଟିଏମସି ଆଗରେ ରହିଛି। ଟ୍ରେଣ୍ଡ୍ ଅନୁଯାୟୀ, ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ୪୨୨୯୨ ଭୋଟରେ ଆଗରେ ରହିଛନ୍ତି। ଏବେ ସୁଦ୍ଧା ଟିଏମସିକୁ ୬୨୭୬୦ ଖଣ୍ଡ ଭୋଟ୍ ମିଳିଥିବା ବେଳେ ବିଜେପିକୁ ୨୦୪୬୮ ଭୋଟ୍ ମିଳିଛି। ସେପଟେ ଟ୍ରେଣ୍ଡ୍‌କୁ ଦେଖି ଟିଏମସି କାର୍ଯ୍ୟାଳୟରେ କାର୍ଯ୍ୟାକର୍ତ୍ତାମାନେ ଉତ୍ସବ ପାଳନ କରିବା ଆରମ୍ଭ କରିଦେଲେଣି। ସମର୍ଥକମାନଙ୍କ ଭିଡ ଜମିଲାଣି। ତେବେ ଆଗକୁ ଏହି ଟ୍ରେଣ୍ଡ୍ ବଦଳିପାରେ।

ଏହି ଆସନରେ ବିଜେପି ପ୍ରାର୍ଥୀ ପ୍ରିୟଙ୍କା ଟିବରୱାଲଙ୍କ ମମତାଙ୍କ ମଧ୍ୟରେ କଡ଼ା ଫାଇଟ୍ ହୋଇଥିଲା। ଉଭୟ ବିଜେପି ଏବଂ ଟିଏମସି ଭବାନୀପୁର ବିଜୟ ଦାବି କରୁଛନ୍ତି । ତେବେ ମୁଖ୍ୟମନ୍ତ୍ରୀ ପଦ ବଜାୟ ରଖିବାକୁ ହେଲେ ମମତାଙ୍କୁ ଭବାନୀପୁର ହାତେଇବାକୁ ପଡ଼ିବ । ତେଣୁ ଏହି ସିଟ୍ ଉପରେ ସମସ୍ତଙ୍କର ନଜର ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.