ଡବ୍ଲ୍ୟୁଏଚଓ ଟିମ୍ ପାଇଁ ରେଡ୍ କାର୍ପେଟ୍ ବିଛାଇଥିଲେ ମମତା ସରକାର, ସମାଲୋଚନା କଲେ ରାଜ୍ୟପାଳ

Published By : Prameya-News7 Bureau | April 23, 2020 IST

କୋଲକାତା, ୨୩|୦୪:  ପଶ୍ଚିମବଙ୍ଗରେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ଟିମ ପାଇଁ ରେଡ୍ କାର୍ପେଟ୍ ବିଛାଇବାକୁ ନେଇ ରାଜ୍ୟପାଳ ଜଗଦୀପ ଧନଖଡ ଗୁରୁବାର ଟ୍ୱିଟ କରି ମମତା ବାନାର୍ଜୀ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି । ଏହି ଗସ୍ତର ଫଳାଫଳ କଣ ହେଲା ତାହା ମଧ୍ୟ ରାଜ୍ୟପାଳ ସରକାରଙ୍କୁ ପ୍ରଶ୍ନ କରିଛନ୍ତି ।

ରାଜ୍ୟପାଳ ଟ୍ୱିଟରେ କହିଛନ୍ତି ଯେ, କେନ୍ଦ୍ରୀୟ ଟିମ୍ ପାଇଁ ମମତା ସରକାର ସକରାତ୍ମକ ଆଭିମୁଖ୍ୟ ପୋଷଣ କରନ୍ତୁ । କରୋନାକୁ ନେଇ ଗସ୍ତ କରିଥିବା କେନ୍ଦ୍ରୀୟ ଟିମକୁ ଅଟକାଇବା ନେଇ ସେ ଚିନ୍ତିତ ଅଛନ୍ତି । ପୂର୍ବ ମେଦିନାପୁର ଓ ବିଷ୍ଣୁପୁରରେ ଡବ୍ଲ୍ୟୁଏଚଓ ଟିମ ଗସ୍ତ କରିବା ପରେ ଫାଇଦା କଣ ହେଲା ବୋଲି ସେ ପ୍ରଶ୍ନ କରିଛନ୍ତି ।

wp:core-embed/twitter {"url":"https://twitter.com/jdhankhar1/status/1253147095361441793?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1253147095361441793\u0026ref_url=https%3A%2F%2Fwww.livehindustan.com%2Fnational%2Fstory-west-bengal-governor-questions-mamata-banerjee-red-carpet-to-who-team-3169830.html","type":"rich","providerNameSlug":"twitter","className":""}
https://twitter.com/jdhankhar1/status/1253147095361441793?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1253147095361441793&ref_url=https%3A%2F%2Fwww.livehindustan.com%2Fnational%2Fstory-west-bengal-governor-questions-mamata-banerjee-red-carpet-to-who-team-3169830.html
/wp:core-embed/twitter

ଏହା ମଧ୍ୟରେ କେନ୍ଦ୍ରୀୟ ଟିମ୍ କୋଲକାତା ରାଜରହାଟ ଅଞ୍ଚଳ ଗସ୍ତ କରିଛି । ଏହି ଅଞ୍ଚଳରେ ଟିମ୍ କରୋନା ମୁକାବିଲା ପାଇଁ ପ୍ରସ୍ତୁତି  ସମୀକ୍ଷା କରିବା ସହ ଓ କ୍ୱାରେଣ୍ଟାଇନ  ସେଣ୍ଟର ବୁଲି ଦେଖିଛନ୍ତି । ଏହାସହ ଟିମ୍ ସରକାରଙ୍କୁ ବିସ୍ତୃତ ରିପୋର୍ଟ ମାଗିଛି । ଏହାସହ କେତେ ପରିମାଣରେ ଟେଷ୍ଟିଂ ହେଉଛି, ଅକ୍ସିଜେନ ଅଛି ନା ନାହିଁ, ଆଇସିୟୁ ଓ ଭେଣ୍ଟିଲେଟର ବାବଦରେ ମଧ୍ୟ ତଥ୍ୟ ମଗାଯାଇଛି ।

ଏନେଇ ଜଣେ ଅଧିକାରୀ କହିଛନ୍ତି ଯେ, କୋଲକାତାରେ କେନ୍ଦ୍ରୀୟ ଟିମ ଉତ୍ତର ୨୪ ପ୍ରଗଣାରେ ଥିବା କ୍ୱାରେଣ୍ଟାଇନ ସେଣ୍ଟର ବୁଲି ଦେଖିଥିଲେ । ଅନ୍ୟ ଏକ ଟିମ୍ ବର୍ତ୍ତମାନ ବିଭିନ୍ନ ସ୍ଥାନକୁ ଗସ୍ତ କରିବେ ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.