Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମୁଛି କରୋନା ପ୍ରଭାବ: ୨୪ ଘଣ୍ଟାରେ ସୁସ୍ଥ ହୋଇ ଘରକୁ ଫେରିଲେ ୬୪୮ ସଂକ୍ରମିତ
  • ||
  • ଲଭ୍‌ ଜିହାଦ ଉପରେ ଅଧ୍ୟାଦେଶ ପାରିତ କଲା ୟୁପି କ୍ୟାବିନେଟ୍‌, ଧୋକା-ଧମକ ଦେଇ ଧର୍ମ ପରିବର୍ତ୍ତନ କରାଇଲେ ୧୦ ବର୍ଷ ଜେଲ୍‌
  • ||
  • ଅତ୍ୟଧିକ କାମର ବୋଝ ସହିନପାରି ଆଖି ବୁଜିଲେ ବାପା: ଉପର ଅଧିକାରୀଙ୍କ ବିରୋଧରେ ସଂଗୀନ ଅଭିଯୋଗ ଆଣିଲେ ଝିଅ, କହିଲେ…
  • ||
  • Snack Video ସମେତ ପୁଣି ୪୩ଟି ମୋବାଇଲ୍‌ ଆପ୍‌ ବ୍ୟାନ୍‌ କଲେ ଭାରତ ସରକାର
  • ||
  • ୨ ବାରହା ଶିକାରୀ ଗରିଫ: ମାଂସ ଭାଗବଣ୍ଟା ବେଳେ ମାଡି ବସିଲେ ବନ ବିଭାଗର କର୍ମଚାରୀ
  • ||
  • କରୋନାରେ ଜୀବନ ହାରିଥିବା ଠିକାଦାରଙ୍କୁ ଆର୍ଥିକ ସହାୟତା ଦେଲା ଠିକାଦାର ସଂଘ
  • ||
  • ୧୦ ଡଲାରରୁ କମ୍‌ ମୂଲ୍ୟରେ ମିଳିବ ଋଷ କରୋନା ଭ୍ୟାକ୍‌ସିନ Sputnik V, ଜାନୁଆରୀରୁ ଆରମ୍ଭ ହେବ ଡେଲିଭରି
  • ||
  • ହାଇଓ୍ବା ଧକ୍କାରେ ଜଣେ ଶିଶୁଙ୍କ ସମେତ ୬ ଜଣଙ୍କ ମୃତ୍ୟୁ: ଚାଲି ଚାଲି ଯିବା ବେଳେ ପଛରୁ ମାଡିଗଲା
  • ||
  • ଭୁବନେଶ୍ୱର : ପୁରୀ ହାଜତ ମୃତ୍ୟୁ ଘଟଣାର ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ
  • ||
  • ଯୋଜନାବଦ୍ଧ ଲୁଟ୍ : ସାଙ୍ଗଙ୍କୁ ଲଗାଇ ଡକାୟତି କରାଇଥିଲା IIFL କର୍ମଚାରୀ ଲାଲା ଅମ୍ରିତ ରାୟ
  • ||

ମୋଦୀଙ୍କଠୁ ଆଗରେ ଦିଦି, ୨୦୨୧ ଜୁନ ପର୍ଯ୍ୟନ୍ତ ଗରିବଙ୍କୁ ଯୋଗାଇବେ ମାଗଣା ରାସନ

30/06/2020 at 7:36 PM

କୋଲକାତା ୩୦।୦୬: କରୋନା ପରି ସଙ୍କଟମୟ ସମୟରେ ଗରିବଙ୍କୁ ସରକାର ମାଗଣାରେ ରାସନ ଯୋଗାଇ ଦେଉଛନ୍ତି। ଏହା ମଧ୍ୟରେ ରାସନ ବାହାନାରେ ରାଜନୈତିକ ସ୍ଵାର୍ଥ ସାଧନ ପାଇଁ ମଧ୍ୟ ପ୍ରୟାସ ଆରମ୍ଭ ହୋଇ ଯାଇଛି। ଏହି କ୍ରମରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମାଗଣା ରାସନ ଯୋଜନାକୁ ୨୦୨୧ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ ପୂରା ଦେଶରେ ୨୦୨୦ ନଭେମ୍ବର ପର୍ଯ୍ୟନ୍ତ ମାଗଣାରେ ରାସନ ଦିଆଯିବ ବୋଲି ଘୋଷଣା କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ଛଟ୍ ପର୍ଯ୍ୟନ୍ତ ମାଗଣା ରାସନା ମିଳିବ ବୋଲି କହିଛନ୍ତି। ଉଲ୍ଲେଖଯୋଗ୍ୟ, ବିହାରରେ ଏବଂ ୨୦୨୧ରେ ପଶ୍ଚିମବଙ୍ଗରେ  ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ତେଣୁ ମାଗଣା ରାସନ ସମୟ ସୀମା ଏବେ ସ୍ଵତଃ ପ୍ରବୃତ ଭାବେ ଯୋଡି ହୋଇ ଯାଇଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମ୍ବୋଧନ ପରେ ମମତା ବାନାର୍ଜୀ ମଧ୍ୟ ଏକ ସାମ୍ଵାଦିକ ସମ୍ମିଳନୀକୁ ସମ୍ଵୋଧିତ କରିଛନ୍ତି। ସେ କହିଛନ୍ତି, ଗରିବଙ୍କୁ ମାଗଣାରେ ରାସନ ଯୋଗାଇ ଦେବା ଯୋଜନାକୁ ୨୦୨୧ ପର୍ଯ୍ୟନ୍ତ ବଢାଇ ଦିଆଯାଇଛି। ତୃଣମୂଳ କଂଗ୍ରେସର ମୁଖିଆ ମମତା ବାନାର୍ଜୀ ଏହା ମଧ୍ୟ କହିଛନ୍ତି, କେନ୍ଦ୍ର ସରକାର ପୂରା ଜନତାଙ୍କୁ ମାଗଣାରେ ରାସନ ଦେବା ଉଚିତ୍।

ଏହା ସହିତ କେନ୍ଦ୍ର ଗୃହ ମନ୍ତ୍ରଣାଳୟଠାରେ ଦାବି କରିଛନ୍ତି ଯେ, ରାଜ୍ୟରେ ମେଟ୍ରୋ ସେବା ଆରମ୍ଭ କରିବାକୁ ଅନୁମତି ଦିଆଯାଉ। ଏଥିରେ ଜରୁରୀ ସେବାରେ ସଂପୃକ୍ତ ଲୋକଙ୍କୁ ଏହାର ଫାଇଦା ମିଳି ପାରିବ। ମମତା କହିଛନ୍ତି, ଆଜି ମୁଖ୍ୟ ସଚିବ ରାଜୀବ ସିହ୍ନା କେନ୍ଦ୍ର ଗୃହ ସଚିବ ଅଜୟ ଭଲ୍ଲାଙ୍କୁ ଚିଠି ଲେଖି ଜୁଲାଇ ୧୫ ପର୍ଯ୍ୟନ୍ତ ଅନ୍ତରାଷ୍ଟ୍ରୀୟ ସେବା ବନ୍ଦ କରିବା, ହଟ୍‌ସ୍ପଟ୍‌ ସ୍ଥାନରୁ କୋଲକାତାକୁ ଆସୁଥିବା ଘରୋଇ ବିମାନ ଉପରେ ମଧ୍ୟ ପ୍ରତିବନ୍ଧ ଲଗାଇବାକୁ ଦାବି କରିଛନ୍ତି।

   Related Posts