Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭାରତୀୟ ଶିକ୍ଷୟିତ୍ରୀଙ୍କ ପାକିସ୍ତାନ ପ୍ରେମ, ଷ୍ଟାଟସ୍ ଦେଲେ ‘ଆମେ ମ୍ୟାଚ୍ ଜିତିଗଲୁ’
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍ : କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୩୩ କୋଭିଡ୍ ପଜିଟିଭ୍
  • ||
  • ନୂଆଦିଲ୍ଲୀ ସୀମାପୁରୀରେ ଅଭାବନୀୟ ଘଟଣା : ଘରେ ଲାଗିଲା ନିଆଁ, ୪ ମୃତ
  • ||
  • ଏବର୍ଷ ରାଜ୍ୟରେ ହାଡଭଙ୍ଗା ଶୀତ, ଅଧିକ ଦିନ ଥରାଇବ
  • ||
  • ସିଆରପିଏଫ କ୍ୟାମ୍ପରେ ରାତି ବିତାଇଲେ ଶାହ, ଯବାନଙ୍କ ସହ କଲେ ରାତ୍ରି ଭୋଜନ
  • ||
  • ମମିତା ମେହେର ହତ୍ୟା ମାମଲା : ବିଜେପି ପକ୍ଷରୁ ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ, ସେପଟେ ଡିଜିପି ଅଫିସ ଘେରାଉ କରିବ କଂଗ୍ରେସ
  • ||

ବିଜେପିକୁ ମମତାଙ୍କ ଆକ୍ଷେପ : କହିଲେ ବଙ୍ଗଳାକୁ କେବେହେଲେ ଗୁଜରାଟ ହେବାକୁ ଦେବେନାହିଁ, ଏଠାରେ ବଙ୍ଗାଳି ଭାଷା କହିବା ଜରୁରୀ

14/06/2019 at 4:55 PM

କୋଲକାତା ୧୪/୬ : ପଶ୍ଚିମବଙ୍ଗରେ ରାଜନୈତିକ ହିଂସା ଏବଂ ଲଢେଇ ଏବେ ମଧ୍ୟ ଜାରି ରହିଛି । ଭାରତୀୟ ଜନତା ପାର୍ଟି ପଶ୍ଚିମବଙ୍ଗରେ ନିଜର କାୟା ବିସ୍ତାର କରିବାରେ ଲାଗିଛି । ଅପରପକ୍ଷରେ ମମତା ବାନାର୍ଜୀ ମଧ୍ୟ ବିଜେପି ବିରୋଧରେ ଅଣ୍ଟା ଭିଡିଛନ୍ତି । ଆଜି ଉତ୍ତର ୨୪ ପ୍ରଗଣାରେ ମମତା ବାନାର୍ଜୀ ଏକ ଜନସଭାକୁ ସମ୍ବୋଧିତ କରିଥିଲେ । ଜନସଭାରେ ମମତା କହିଥିଲେ ଯେ, ସେ ପଶ୍ଚିମବଙ୍ଗକୁ ଗୁଜରାଟ ହେବାକୁ ଦେବେନାହିଁ । ବଙ୍ଗଳା ବଙ୍ଗଳା ହିଁ ରହିବ ବୋଲି ସେ ଦୃଢର ସହ କହିଥିଲେ ।

ସେ କହିଥିଲେ ଯେ ବଙ୍ଗାଳି ଭାଷାକୁ ଆଗକୁ ବଢାଇବାକୁ ହେବ । ଯେତେବେଳେ ସେ ବିହାର, ଉତ୍ତର ପ୍ରଦେଶ କିମ୍ବା ପଞ୍ଜାବ ଯାଆନ୍ତି ସେତେବେଳେ ସେ ତାଙ୍କ ଭାଷାରେ ଭାଷଣ ଦେବା ପାଇଁ ଚେଷ୍ଟା କରିଥାନ୍ତି । ସେହିଭଳି ପଶ୍ଚିମବଙ୍ଗରେ ରହିଲେ ବଙ୍ଗଳା ଭାଷା ଆସୁଥିବା ଦରକାର । ଏପରିକି ଯିଏ ପଶ୍ଚିମବଙ୍ଗ ବୁଲିବାକୁ ଆସୁଛନ୍ତି ତାଙ୍କୁ ମଧ୍ୟ ବଙ୍ଗଳା ଭାଷା ଆସୁଥିବା ଦରକାର । ବଙ୍ଗଳାରେ ଗୁଣ୍ଡାମାନେ ବାଇକରେ ବୁଲିବା ସେ କଦାପି ସହ୍ୟ କରିବେନି ବୋଲି କହିଥିଲେ ।

ଲୋକସଭା ନିର୍ବାଚନ ଠାରୁ ବିଜେପି ଏବଂ ତୃଣମୂଳ କଂଗ୍ରେସ ମଧ୍ୟରେ ବିବାଦ ଚାଲିଛି । ପ୍ରଥମ ମତଦାନ ଦିନରୁ ହିଁ ହିଂସା ଆରମ୍ଭ ହୋଇଥିଲା । ଫଳାଫଳ ପରେ ବିଜେପି ୧୮ଟି ଆସନ ହାତେଇବା ପରେ ହିଂସା ଦିନକୁ ଦିନ ବଢ଼ିବାରେ ଲାଗିଛି । ୨୦୧୧ ମସିହାରେ ହେବାକୁ ଥିବା ବିଧାନସଭା ନିର୍ବାଚନ ଉପରେ ଉଭୟ ଦଳର ନଜର ରହିଛି । ବିଜେପି ବିଧାନସଭା ନିର୍ବାଚନରେ ମଧ୍ୟ ଅଧିକ ଆସନ ହାତେଇବା ଆଶଙ୍କାରେ ରହିଛି ଟିଏମସି ।

ବିଜେପି ମଧ୍ୟ ଲଗାତାର ଏକ୍ସନରେ ଅଛି । ବିଜେପି ନୂଆ ତରିକାରେ ସଦସ୍ୟତା ଅଭିଯାନ ଆରମ୍ଭ କରିଛି । ଏହି ଅଭିଯାନରେ ସବୁଠାରୁ ଅଧିକ ଫୋକସ ପଶ୍ଚିମବଙ୍ଗ ଉପରେ କରୁଛି ଦଳ । ବଙ୍ଗଳାର ବିଜେପି ପ୍ରଭାରୀ କୈଳାସ ବିଜୟବର୍ଗିୟ ମଧ୍ୟ ଟ୍ୱିଟ କରି ମମତାଙ୍କୁ ଟାର୍ଗେଟ କରିଛନ୍ତି । ବଙ୍ଗଳାରେ ଡାକ୍ତରଙ୍କ ଧାରଣା ପ୍ରସଙ୍ଗରେ କୈଳାସ ବିଜୟବର୍ଗିୟ ଟ୍ୱିଟ କରି ମମତାଙ୍କୁ କହିଛନ୍ତି, ଦିଦି ଆପଣ ହିଁ ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀ, ତଥାପି ଆପଣଙ୍କ ରାଜ୍ୟରେ ରୋଗୀ ହନ୍ତସନ୍ତ ହେଉଛନ୍ତି ।

ସୂଚନାଯୋଗ୍ୟ ଯେ, ପଶ୍ଚିମବଙ୍ଗରେ ସମସ୍ତ ଡାକ୍ତର ଧାରଣା ଦେଇଛନ୍ତି । ଯେଉଁଥିପାଇଁ ରାଜ୍ୟରେ ସ୍ୱାସ୍ଥ୍ୟ ବ୍ୟବସ୍ଥା ଦୋହଲିଯାଇଛି । ଜଣେ ଜୁନିୟର ଡାକ୍ତରଙ୍କ ସହିତ କିଛି ରୋଗୀ ଦୁର୍ବ୍ୟବହାର କରିବା ସହ ମାଡ ମାରିଥିଲେ । ଏହାପରେ ରାଜ୍ୟରେ ଡାକ୍ତରମାନେ ଧାରଣା ଦେଇଛନ୍ତି । କିଛି ଡାକ୍ତର ହେଲମେଟ ପିନ୍ଧି ରୋଗୀଙ୍କ ଚିକିତ୍ସା କରୁଛନ୍ତି । ପାଖାପାଖି ୩୦ ଜଣ ଡାକ୍ତର ଇସ୍ତଫା ଦେଇଦେଇଛନ୍ତି ।

   Related Posts