Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭଞ୍ଜନଗର : ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ହେଲା ଲାଲସିଙ୍ଗି ପଞ୍ଚାୟତର କିଛି ଅଞ୍ଚଳ, କୋଭିଡ୍ ପଜିଟିଭ୍ ଚିହ୍ନଟ ପରେ ପଦକ୍ଷେପ
  • ||
  • ଭୁବନେଶ୍ବର : ବିଧାନସଭା ପରେ ସମସ୍ତଙ୍କର ହେବ RTPCR ଟେଷ୍ଟ : ବାଚସ୍ପତି
  • ||
  • ଭୁବନେଶ୍ବର : ମହାନଦୀରେ କମିଛି ଜଳ ପ୍ରବାହ, ୫୧୬ ଚେକ୍ ଡ୍ୟାମ୍ କରିଛି ଛତିଶଗଡ : ଜଳସମ୍ପଦ ମନ୍ତ୍ରୀ
  • ||
  • ଭୁବନେଶ୍ବର : ମମିତାକୁ ନ୍ୟାୟ ଦେବାକୁ ବିଜେପିର ଦାବି : ବ୍ୟାରିକେଟ୍ ଭାଙ୍ଗି ବିଧାନସଭା ଘେରାଉ ଉଦ୍ୟମ ବେଳେ ଧସ୍ତାଧସ୍ତି, ପୋଲିସର ଲାଠିଚାର୍ଜ
  • ||
  • ଜୟପୁର : ଜୟପୁର ଏସଡିଜେଏମ୍ କୋର୍ଟରେ NIAର ୨ ଜଣିଆ ଟିମ୍, ମାଓ ନେତା ଦୁବାସୀ ଶଙ୍କରକୁ ପଚରାଉଚରା ପାଇଁ ଲୋଡିଲେ ଅନୁମତି
  • ||
  • ଭୁବନେଶ୍ବର : ବିଜେଡି ଓ ବିଜେପି ବିକ୍ଷୋଭ ପ୍ରସଙ୍ଗ : କଂଗ୍ରେସ ବିଧାୟକ ମହମ୍ମଦ ମୋକିମ କହିଲେ- ଗୋଟିଏ ମୁଦ୍ରାର ଦୁଇ ପାର୍ଶ୍ବ
  • ||
  • ଟାଙ୍ଗୀ : କେନ୍ଦୁଆ ଜଙ୍ଗଲରୁ ମିଳିଲା ଅଜଣା ଯୁବକଙ୍କ ମୃତଦେହ, ମୃତ୍ୟୁର କାରଣ ଅସ୍ପଷ୍ଟ
  • ||
  • ବଡବିଲ : ଶନି ମନ୍ଦିରରୁ ଲୁଟ୍, ଦାନ ବାକ୍ସ ଉଠାଇନେଲେ ଦୁର୍ବୃତ୍ତ
  • ||
  • ନିଶ୍ଚିନ୍ତକୋଇଲି : ଛେଳି ଚୋରକୁ ଛେଚିଲେ ଗାଁ ଲୋକେ, ପୋଲିସର ଜିମାଦେଲେ
  • ||
  • ଭୁବନେଶ୍ବର : କୁନ୍ନୁର ସେନା ହେଲିକପ୍ଟର ଦୁର୍ଘଟଣା ନେଇ ବିଧାନସଭାରେ ଶୋକ ପ୍ରସ୍ତାବ ଆଗତ : ଗୃହରେ ୧ ମିନିଟ୍ ନୀରବ ପ୍ରାର୍ଥନା
  • ||

ଦିଦିଙ୍କ ଗୋଡରେ ଲାଗିଛି ଗୁରୁତର ଆଘାତ, ଶ୍ୱାସପ୍ରଶ୍ୱାସ ନେବାରେ ହେଉଛି କଷ୍ଟ

11/03/2021 at 8:22 AM

ଆଗ୍ରା, ୧୧|୦୩: ପ୍ରଚାର ବେଳେ ଆହତ ହେଲେ ଟିଏମସି ନେତ୍ରୀ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ।  ନିର୍ବାଚନୀ ପ୍ରଚାର ସମୟରେ ଆହତ ହୋଇଛନ୍ତି ଦିଦି। ତାଙ୍କ ପାଦରେ ଆଘାତ ଲାଗିଥିବା ଜଣାପଡ଼ିଛି। ଏହାକୁ ବିଜେପିର ଚକ୍ରାନ୍ତ ବୋଲି କହିବା ସହ ତାଙ୍କ ଉପରେ ଆକ୍ରମଣ ହୋଇଥିବା ଅଭିଯୋଗ କରିଛନ୍ତି ଦିଦି। ଏହା ସହ କିଛି ଅଜଣା ଲୋକ ତାଙ୍କୁ ଧକ୍କା ମାରି ତଳେ ପକାଇ ଦେଇଥିବାରୁ ତାଙ୍କ ପାଦ, ହାତ ଏବଂ ମୁଣ୍ଡରେ ଆଘାତ ଲାଗିଥିବା ସେ କହିଛନ୍ତି।

ବୁଧବାର ରାତିରେ ଦିଦିଙ୍କୁ ଏସଏସକେଏମ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଡାକ୍ତରଙ୍କ କହିବାନୁସାରେ, ମମତାଙ୍କ ଗୋଡରେ ଆଘାତ ଲାଗିଛି । ଏହା ଗୁରୁତର ଅଛି । ଏପରିକି ଛାତିରେ ବ୍ୟଥା ଓ ଶ୍ୱାସ କ୍ରିୟାରେ ମଧ୍ୟ କଷ୍ଟ ଅନୁଭୂତ ହେଉଛି ।

କେବଳ ଏତିକି ନୁହେଁ ତାଙ୍କ ଗୋଡ ସହ ଡାହାଣ କାନ୍ଧରେ ମଧ୍ୟ କଷ୍ଟ ଅନୁଭୂତ ହେଉଛି । ପ୍ରଥମେ ଦିଦିଙ୍କ କହୁଣି ଓ ବେକରେ ଆଘାତ ଲାଗିଥିବା ଜଣାପଡିଥିଲା । ଦିଦିଙ୍କ ଉପରେ ଆହୁରି ୪୮ ଘଣ୍ଟା ଯାଏଁ ନଜର ରଖାଯିବ ବୋଲି ଏସଏସକେଏମର ଡାକ୍ତର କହିଛନ୍ତି ।ଏହାସହ ୫ଜଣିଆ ଡାକ୍ତରୀ ଟିମ୍ ମମତାଙ୍କ ତତ୍ତ୍ୱାବଧାନ କରୁଛନ୍ତି ।

ବୁଧବାର ମମତା ଅଭିଯୋଗ କରିଥିଲେ ଯେ, ‘ କିଛି ଲୋକ ଯାହାଙ୍କୁ ମୁଁ ଜାଣିନାହିଁ , ମୋତେ ଧକ୍କା ମାରି ତଳେ ପକାଇଦେଲେ। ଏହା ଦ୍ବାରା ମୁଣ୍ଡ, ପାଦ ଏବଂ ହାତରେ ଆଘାତ ଲାଗିଛି। ବହୁତ କଷ୍ଟ ହେଉଛି। ଆଜି ରାତିରେ ନନ୍ଦିଗ୍ରାମରେ ରହିଯିବି ଭାବୁଛି। ଚିକତ୍ସା ପାଇଁ କୋଲକାତା ଫେରିଯିବାକୁ ହେବ। ’ ଏହାସହ ଘଟଣାସ୍ଥଳରେ ସ୍ଥାନୀୟ ପୋଲିସ କିମ୍ବା ଏସପି ଉପସ୍ଥିତ ନଥିବା ମଧ୍ୟ ଅଭିଯୋଗ କରିଥିଲେ ମମତା।

   Related Posts