Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବରଗଡ଼ରେ ବିରାଟ ଚାଷୀ ସମାବେଶ, ଯୋଗଦେଲେ ୧୦ ଜିଲ୍ଲାର ୫ ହଜାର କୃଷକ
  • ||
  • ଜୟପୁର : ଜୟପୁର କୋଟପାଡରେ ନକଲି ବିଦେଶୀ ମଦ କରାଖାନା ଠାବ, ବିପୁଳ ପରିମାଣର ନକଲି ମଦ
  • ||
  • ଜଳେଶ୍ଵର : STFର ଚଢାଉ ବେଳେ ଜଳେଶ୍ୱର ବଜାରରୁ ନକଲି ପାନ ମସଲା ଜବତ, ଦୁଇ ଅଟକ
  • ||
  • ଜଳେଶ୍ଵର : ଜଳେଶ୍ଵର ଝାଡ଼େଶ୍ୱରପୁର ବସ୍ତିରୁ ବିପୁଳ ପରିମାଣର ବ୍ରାଉନସୁଗାର ଜବତ, ଅଭିଯୁକ୍ତ ଫେରାର
  • ||
  • ବଲାଙ୍ଗୀର : ବୋଲେରୋ ଧକ୍କାରେ ସାଇକେଲ୍ ଆରୋହୀ ମୃତ, କ୍ଷତିପୂରଣ ଦାବିରେ ମୃତଦେହ ରଖି ରାସ୍ତାରୋକ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୪ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • କଟକ ନେତାଜୀ ବସ୍ ଟର୍ମିନାଲର ଶିଳାନ୍ୟାଶ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ଭୁବନେଶ୍ବରରେ ପହଞ୍ଚିଲା ଆଉ ୧ ଲକ୍ଷ ୪୯ ହଜାର ୭୬୦ ଡୋଜ୍ କୋଭାକ୍ସିନ୍ ଟିକା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୦ କୋଭିଡ୍ ସଂକ୍ରମିତ, ୩୩୪୧୫୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ପାରାଦୀପ : ନକଲି ସାର୍ଟିଫିକେଟ୍ ରାକେଟ୍‌ର ପର୍ଦ୍ଦାଫାଶ : ମେଡିକାଲ୍ ସାର୍ଟିଫିକେଟ୍ ତିଆରି ଅଭିଯୋଗରେ ଯୁବକ ଗିରଫ
  • ||

ମୋଦିଙ୍କୁ ଦିଦିଙ୍କ ଚ୍ୟାଲେଞ୍ଜ୍ : ‘ବେଙ୍ଗଲରେ ୨୯୪ ଆସନ ସ୍ବପ୍ନ ପରେ ଦେଖିବ ଆଗ ୩୦ ସିଟ୍ ଜିତିକି ଦେଖାଅ’

29/12/2020 at 4:20 PM

କୋଲକାତା ୨୯/୧୨ : ପଶ୍ଚିମବଙ୍ଗର ବୀରଭୂମିରେ ମଙ୍ଗଳବାର ଏକ ରାଲିକୁ ସମ୍ବୋଧିତ କରିବା ସହ ବିଜେପିକୁ ଟାର୍ଗେଟ କରିଛନ୍ତି ତୃଣମୂଳ କଂଗ୍ରେସ ପ୍ରମୁଖ ମମତା ବାନାର୍ଜୀ । ବିଜେପିକୁ ଚ୍ୟାଲେଞ୍ଜ କରି ମମତା କହିଛନ୍ତି, ପଶ୍ଚିମବଙ୍ଗରେ ପ୍ରଥମେ ୩୦ଟି ସିଟ୍ ଜିତିକି ଦେଖାନ୍ତୁ ପରେ ୨୯୪ ସିଟ କଥା କହିବେ । ମମତା କହିଛନ୍ତି, ବିଜେପି ନେତା ପ୍ରତି ସପ୍ତାହରେ ଆସୁଛନ୍ତି, ଫାଇବ୍ ଷ୍ଟାର ହୋଟେଲର ଖାଇବା ଖାଉଛନ୍ତି କିନ୍ତୁ ଆଦିବାସୀଙ୍କ ସହ ଖାଦ୍ୟ ଖାଉଥିବା ଦେଖାଉଛନ୍ତି ।

ମମତା ଆହୁରି ମଧ୍ୟ କହିଛନ୍ତି ଯେ, ଆମେ ବର୍ଷର ୩୬୫ ଦିନ ଗୁରୁଦେବ ରବୀନ୍ଦ୍ର ନାଥ ଟାଗୋରଙ୍କ ସହିତ ରହୁଛୁ । କିନ୍ତୁ ବିଜେପି ପ୍ରତିଦିନ ଜାଲ ଭିଡିଓ ତିଆରି କରି ଲୋକଙ୍କୁ ଭ୍ରମିତ କରିବା ସହ ସମାଜକୁ ଭାଗ ଭାଗ କରିବା ପାଇଁ ପ୍ରୟାସ କରୁଛି ।

ଏହା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମଧ୍ୟ ଟାର୍ଗେଟ କରିଛନ୍ତି ମମତା ବାନାର୍ଜୀ । ସେ କହିଛନ୍ତି, ‘କେହି ଜଣେ ନୂଆ ରୂପ ଧାରଣ କରିଛନ୍ତି । କେତେବେଳେ ରବୀନ୍ଦ୍ର ନାଥ ଟାଗୋର ହେବାକୁ ଚେଷ୍ଟା କରୁଛନ୍ତି ତ କେତେବେଳେ ଗାନ୍ଧୀ ଜୀ ହେବାକୁ ଚେଷ୍ଟା କରୁଛନ୍ତି । ବିଜେପି ବାଲା କେନ୍ଦ୍ରୀୟ ଏଜେନ୍ସିମାନଙ୍କୁ ଏବଂ ଅର୍ଥ ବଳ ବ୍ୟବହାର କରି ବେଙ୍ଗଲରେ ପଶିବାକୁ ଚାହୁଁଛନ୍ତି ’।

ବିଜେପିକୁ ଖୋଲାଖୋଲି ଭାବେ ଚ୍ୟାଲେଞ୍ଜ କରି ମମତା କହିଛନ୍ତି ପଶ୍ଚିମବଙ୍ଗରେ ବିଜେପି ୩୦ଟି ଆସନରେ ଜିତିକି ଦେଖାଉ, ପରେ ୨୯୪ସିଟ୍‌ର ସ୍ବପ୍ନ ଦେଖିବ । ଚାଷୀ ଆନ୍ଦୋଳନ ପ୍ରସଙ୍ଗରେ ମଧ୍ୟ ବିଜେପିକୁ ଘେରିଛନ୍ତି ମମତା ବାନାର୍ଜୀ । ସେ କହିଛନ୍ତି ଦିଲ୍ଲୀରେ ଚାଷୀମାନଙ୍କ ମଧ୍ୟରେ ଯେଉଁ ଆନ୍ଦୋଳନ ଜାରି ରହିଛି ତାହାକୁ କେନ୍ଦ୍ର ସରକାର ହୃଦବୋଧ କରିବା ଉଚିତ । ଏହା ସହ ତୁରନ୍ତ ନୂଆ କୃଷି ଆଇନକୁ ଫେରାଇ ନେବାକୁ ଦାବି କରିଛନ୍ତି ମମତା ବାନାର୍ଜୀ ।

   Related Posts