Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଏସଏଫର ବଡ କାର୍ଯ୍ୟାନୁଷ୍ଠାନ, ବାଂଲାଦେଶ ସୀମାରେ ୮୨ ନକଲି ଡ୍ରାଇଭିଂ ଲାଇସେନ୍ସ ଜବତ
  • ||
  • ୟୁପି ସମର: ଅଖିଳେଶଙ୍କ ପାଇଁ ପ୍ରଚାର କରିବେ ମମତା, ଫେବୃଆରୀ ୮ରେ ଲକ୍ଷ୍ନୌରେ ଭର୍ଚୁଆଲ ରାଲି
  • ||
  • ଆସନ୍ତାକାଲି ପ୍ରଥମ ଦିନିକିଆ: କିଏ କରିବ ଓପନିଂ ? ଖୁଲାସା କଲେ ରାହୁଲ, ୫ ବର୍ଷ ପରେ ଦିନିକିଆକୁ ପ୍ରତ୍ୟାବର୍ତ୍ତନ କରିବେ ଏହି ଖେଳାଳି
  • ||
  • କାରିଗରଙ୍କଠୁ ଲାଞ୍ଚ ନେବା ମହଙ୍ଗା ପଡିଲା, ଭିଜିଲାନ୍ସ ଦ୍ଵାରା ବନ୍ଧା ହେଲେ ହସ୍ତଶିଳ୍ପ ନିଗମର ସହ-ନିର୍ଦ୍ଦେଶକ ଓ କ୍ରାପ୍ଟମ୍ୟାନ୍
  • ||
  • କଲେଜ୍ରେ ନିର୍ବାଚନୀ ସଭା ନେଇ କଠୋର ହେଲେ ଏସଇସି: ଏସଡିପିଓ ଏବଂ ପ୍ରିନ୍ସିପାଲଙ୍କୁ ନିଲମ୍ବନ କରିବାକୁ ଦେଲେ ନିର୍ଦ୍ଦେଶ
  • ||
  • IPL 2022: କେଏଲ ରାହୁଲଙ୍କ ସହ ଏହି ଦୁଇ ଖେଳାଳିଙ୍କୁ ନିଜ ଦଳରେ ସାମିଲ୍ କଲା ଲକ୍ଷ୍ନୌ ଫ୍ରାଞ୍ଚାଇଜି
  • ||
  • ମଙ୍ଗଳବାର ପୃଥିବୀର ନିକଟତର ହେବ ବିରାଟ ଗ୍ରହାଣୁ : ମାଡ ହେଲେ ଘଟାଇବ ବିନାଶ !
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୩୮ ହଜାରରୁ ଅଧିକ କରୋନା ପଜିଟିଭ୍, ୩୧୦ ମୃତ
  • ||
  • ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୮କୁ ବୃଦ୍ଧି
  • ||
  • ରାଜ୍ୟରେ ୧୧ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୧୦୮୬ କୋଭିଡ୍ ପଜିଟିଭ୍, ୧୧୫୫୪୮୭ରେ ପହଞ୍ଚିଲା ସଂଖ୍ୟା
  • ||

ପଶ୍ଚିମବଙ୍ଗରେ ଘରୋଇ ବିମାନ ଚଳାଚଳ ପାଇଁ ରାଜି ନୁହନ୍ତି ମମତା : ମେ ୩୦ ପର୍ଯ୍ୟନ୍ତ ବିମାନ ସେବା ରଦ୍ଦ କରିବାକୁ କେନ୍ଦ୍ରକୁ ଅନୁରୋଧ

24/05/2020 at 10:42 AM

କୋଲକାତା ୨୪/୦୫ : ମେ ୨୫ ତାରିଖରୁ ଘରୋଇ଼ ବିମାନ ସେବା ଆରମ୍ଭ ହେବାକୁ ଯାଉଛି | କିନ୍ତୁ ମହାରାଷ୍ଟ୍ର ସରକାର ଏହାକୁ ଆପତ୍ତି ଜଣାଇଛନ୍ତି | ମହାରାଷ୍ଟ୍ରରେ କରୋନା ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଉଥିବା ଯୋଗୁଁ ମହାରାଷ୍ଟ୍ର ସରକାର ଘରୋଇ ବିମାନ ଚଳାଚଳ ପାଇଁ ଅମଙ୍ଗ ହୋଇଛନ୍ତି | ମହାରାଷ୍ଟ୍ର ପରେ ପଶ୍ଚିମବଙ୍ଗ ସରକାର ମଧ୍ୟ ଘରୋଇ ବିମାନ ଚଳାଚଳକୁ ସମର୍ଥନ କରୁନାହାନ୍ତି | ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଶନିବାର ଦିନ କହିଛନ୍ତି ଯେ, ସେ କୋଲକାତା ଓ ବାଡ଼ଡୋଗରା ବିମାନବନ୍ଦରରେ ଘରୋଇ ବିମାନ ଚଳାଚଳ ପାଇଁ ବର୍ତ୍ତମାନ ଆଗ୍ରହୀ ନୁହନ୍ତି | ରାଜ୍ୟରେ ବାତ୍ୟା ଅମ୍ପାନ ଯୋଗୁଁ ବ୍ୟାପକ କ୍ଷୟକ୍ଷତି ହୋଇଛି | ବର୍ତ୍ତମାନ ପଶ୍ଚିମବଙ୍ଗ ସରକାର ରିଲିଫ କାର୍ଯ୍ୟରେ ବ୍ୟସ୍ତ ଅଛନ୍ତି | ସେଥିପାଇଁ ମେ ୩୦ ତାରିଖ ପର୍ଯ୍ୟନ୍ତ କୋଲକାତା ବିମାନବନ୍ଦର ଓ ମେ ୨୮ ତାରିଖ ପର୍ଯ୍ୟନ୍ତ ବାଡ଼ଡୋଗରା ବିମାନବନ୍ଦରରେ ବିମାନ ଚଳାଚଳ ସ୍ଥଗିତ ରଖିବା ପାଇଁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିବେ ବୋଲି କହିଛନ୍ତି | 

ମହାରାଷ୍ଟ୍ରର ଜଣେ ଅଧିକାରୀ ଶନିବାର ଦିନ କହିଛନ୍ତି ଯେ, ରାଜ୍ୟ ସରକାର ମେ ୧୯ ତାରିଖର ଲକଡାଉନ ଆଦେଶରେ ସଂଶୋଧନ କରିନାହାନ୍ତି ଯେଉଁଥିରେ କିଛି ବିଶେଷ ବିମାନ ସେବାକୁ ଅନୁମତି ମିଳିଥିଲା |

ପଶ୍ଚିମବଙ୍ଗ ସରକାର କେନ୍ଦ୍ର ସରକାରଙ୍କୁ ଅପିଲ କରିଛନ୍ତି ଯେ, ଅମ୍ପାନ ବାତ୍ୟା ପରେ ରାଜ୍ୟ ସରକାର ରିଲିଫ ଓ ପୁନର୍ବାସ କାର୍ଯ୍ୟରେ ଲାଗିଛନ୍ତି | ସେଥିପାଇଁ ଆଗାମୀ କିଛି ଦିନ ପର୍ଯ୍ୟନ୍ତ ସ୍ପେଶାଲ ଟ୍ରେନ ରିସିଭ କରିବା ସମ୍ଭବ ନୁହେଁ | ସେଥିପାଇଁ ଆସନ୍ତା ମେ ୨୭ ତାରିଖ ପର୍ଯ୍ୟନ୍ତ ରାଜ୍ୟକୁ କୌଣସି ସ୍ପେଶାଲ ଟ୍ରେନ ନ ପଠାଇବାକୁ ସେ କେନ୍ଦ୍ରକୁ ଅନୁରୋଧ କରିଛନ୍ତି |

ମମତା କହିଛନ୍ତି ବାହାର ରାଜ୍ୟରୁ ଫେରୁଥିବା ଲୋକଙ୍କୁ ୧୪ ଦିନ ଯାଏଁ କ୍ଵାରେଣ୍ଟାଇନରେ ରଖାଯିବ ଏବଂ ପ୍ରୋଟୋକଲ ପାଳନ କରାଯିବ | ସେଥିପାଇଁ ସେ କେନ୍ଦ୍ର ସରକାରଙ୍କ ସହଯୋଗ ଲୋଡିଛନ୍ତି | ବାହାରୁ ଆସୁଥିବା ଲୋକଙ୍କ ପାଇଁ ପ୍ରତ୍ୟେକ ଜିଲ୍ଲାରେ ପରୀକ୍ଷା ସୁବିଧା କରାଯିବ ବୋଲି କହିଛନ୍ତି ମମତା | 

କୌଣସି ଧାର୍ମିକ ସଭାକୁ ଅନୁମତି ନଦେଇ ଏମଏଚଏଙ୍କ ଆଦେଶ ପାଳନ କରି ମମତା ଚଳିତ ବର୍ଷ ନିଜ ନିଜ ଘରେ ନମାଜ ପାଠ କରିବାକୁ ଲୋକଙ୍କୁ ଆଦେଶ ଦେଇଛନ୍ତି | ସେ କହିଛନ୍ତି କରୋନା ଯୋଗୁଁ ଚଳିତବର୍ଷ ବଙ୍ଗାଳି ନବବର୍ଷ ପାଳନ କରାଯାଇନାହିଁ, ଅନ୍ନପୂର୍ଣ୍ଣା ପୂଜା ମଧ୍ୟ ଆୟୋଜନ କରାଯାଇନାହିଁ | ସେଥିପାଇଁ ଇଦରେ ମଧ୍ୟ କୌଣସି ଜାଗାରେ ଭିଡ ନ କରି ନିଜ ନିଜ ଘରେ ଇଦ ପାଳନ କରିବାକୁ ସେ ଲୋକଙ୍କୁ ପରାମର୍ଶ ଦେଇଛନ୍ତି | ମାତ୍ର କିଛି ସେକେଣ୍ଡର ସଭାରେ ଏକ ବଡ ଧରଣର ସଂକ୍ରମଣ ହେବାର ଆଶଙ୍କା ରହିଛି ବୋଲି କହିଛନ୍ତି ମମତା |

   Related Posts