ମମତାଙ୍କ ‘ଖେଲା ହୋବେ’ ସ୍ଲୋଗାନକୁ ଖୁବ୍ ପସନ୍ଦ କରିଥିଲେ ଲୋକେ, ଏବେ ରାଜ୍ୟରେ ପାଳନ ହେବ ଦିବସ

Published By : Prameya-News7 Bureau | July 06, 2021 IST

କୋଲକାତା ୬।୭ :  ଗତ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ଶାସକ ତୃଣମୂଳ କଂଗ୍ରେସ (ଟିଏମସି)ର ସ୍ଲୋଗାନ ‘ଖେଲା ହୋବେ’ ଲୋକଙ୍କ ଦ୍ୱାରା ବେଶ୍ ଆଦ୍ରୁତ ହୋଇଥିଲା। ପରିଣାମ ଟିଏମସିକୁ ରାଜ୍ୟବାସୀ ପୁଣି ବହୁମତ ଦେଇଥିବା ବେଳେ ଦଳ ତୃତୀୟବାର କ୍ଷମତାକୁ ଫେରିଛି। ରାଜ୍ୟ ବିଧାନସଭାର ଏବେ ବଜେଟ୍ ଅଧିବେଶନ ଚାଲିଛି। ମୁଖ୍ୟମନ୍ତ୍ରୀ ସୁଶ୍ରୀ ମମତା ବାନାର୍ଜୀ ମଙ୍ଗଳବାର ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଲୋଚନା କାଳରେ ଆମେ ‘ଖେଲା ହୋବେ ଦିବସ’ ପାଳନ କରିବା ବୋଲି ଘୋଷଣା କରିଛନ୍ତି।

{"id":476499,"width":838,"height":549,"sizeSlug":"large","linkDestination":"none"}

ମମତା କହିଛନ୍ତି ଯେ ରାଜ୍ୟର ବିଜେପି ବିଧାୟକଙ୍କୁ କେନ୍ଦ୍ର ନେତୃତ୍ୱଙ୍କ ଦ୍ୱାରା ନିଯୁକ୍ତ ରାଜ୍ୟପାଳଙ୍କ ଅଭିଭାଷଣକୁ ସଦନରେ ବିରୋଧ କରିବାର ନଥିଲା। ବିଜେପି ବିଧାୟକଙ୍କ ହୋ ହଲ୍ଲା ଯୋଗୁ ରାଜ୍ୟପାଳ ୧୮ ପୃଷ୍ଠାର ଅଭିଭାଷଣରୁ ମାତ୍ର କିଛି ପଙକ୍ତି ପଢିବାକୁ ସମର୍ଥ ହୋଇଥିଲେ। ରାଜ୍ୟରେ ବିଜେପିକୁ ଯଦି ନିର୍ବାଚନ ଆୟୋଗଙ୍କ ସହଯୋଗ ମିଳିନଥାନ୍ତା ଏଠାକାର ପରିଦୃଶ୍ୟ ଏବେ କଣ ଥାନ୍ତା ସେମାନେ ନିଜେ ଅନୁଭବ କରିପାରୁଥିବେ ବୋଲି ମମତା କହିଛନ୍ତି।

wp:embed {"url":"https://twitter.com/ANI/status/1412332450450083840","type":"rich","providerNameSlug":"twitter","responsive":true,"className":""}
https://twitter.com/ANI/status/1412332450450083840
/wp:embed

ରାଜ୍ୟପାଳଙ୍କ ଅଭିଭାଷଣ ଲାଗି ଧନ୍ୟବାଦ ଜ୍ଞାପନ କରି ମମତା କହିଛନ୍ତି ଯେ ମୁଁ ରାଜନାଥ ସିଂହଙ୍କଠାରୁ ଆରମ୍ଭ କରି ସୁଷମା ସ୍ୱରାଜ ପର୍ଯ୍ୟନ୍ତ ଅନେକ ବିଜେପି ନେତାଙ୍କୁ ଦେଖିଛି, ତେବେ ଏ ବିଜେପି ଭିନ୍ନ। ଏବେକାର ବିଜେପି ନେତାମାନେ ସଂସ୍କୃତି, ଶାଳିନତା, ଶିଷ୍ଟାଚାର ଓ ସଭ୍ୟତା ଜାଣି ନଥିବା ସେ କହିଛନ୍ତି। ନିର୍ବାଚନ ପରଠାରୁ ବିଜେପି ବିଧାୟକମାନେ ନିୟମିତ ନିର୍ବାଚନ ପରବର୍ତ୍ତି ହିଂସାକୁ ପ୍ରସଙ୍ଗ କରି ରଖିଛନ୍ତି। ମଙ୍ଗଳବାର ମଧ୍ୟ ବିଜେପି ସଦସ୍ୟମାନେ ବିଧାନସଭା ବହିଷ୍କାର କରିଛନ୍ତି। ତେବେ ନିର୍ବାଚନ ପରବର୍ତ୍ତି ହିଂସା ସମ୍ପର୍କରେ ସେମାନେ ଯେଉଁ ଅଭିଯୋଗ କରୁଛନ୍ତି ସେମାନଙ୍କୁ ମୁଁ ଏହା ପଚାରିବାକୁ ଚାହୁଁଛି ୫ ତାରିଖରେ ମୁଁ କାର୍ଯ୍ୟଭାର ସମ୍ଭାଳିବା ପରେ ଏହି ପରି କେତେ ହିଂସା ହୋଇଛି ? ତେବେ ମୁଁ ଦେଖିଛି ମୁଁ ପ୍ରତିଦ୍ୱନ୍ଦ୍ୱୀତା କରିଥିବା ନିର୍ବାଚନମଣ୍ଡଳିରେ ଭୋଟରଙ୍କୁ ଭୋଟ ନ ଦେବା ଲାଗି ଧମକା ଯାଇଛି, ବିଏସଏଫ ଓ ସିଆରପିଏଫଙ୍କୁ ଲଗାଇ ମାରପିଟ କରାଯାଇଛି। ଏହି ମାମଲା ଏବେ କୋର୍ଟରେ ଅଛି ପ୍ରସଙ୍ଗରେ ଅଧିକ କିଛି କହିବାକୁ ଚାହୁଁ ନଥିବା କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.