Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ICC ଟି-୨୦ ରାଙ୍କିଂ : ୪ର୍ଥ ସ୍ଥାନରେ ପାକିସ୍ତାନ ବ୍ୟାଟ୍ସମ୍ୟାନ୍‌ ମହମ୍ମଦ ରିଜଓ୍ବାନ, ବିରାଟ କୋହଲି (୫) ଏବଂ ଲୋକେସ ରାହୁଲ (୮) ଖସିଲେ
  • ||
  • କରଞ୍ଜିଆ : ନଭେମ୍ବର ପହିଲାରୁ ଖୋଲିବ ଶିମିଳିପାଳ ଜାତୀୟ ଉଦ୍ୟାନ
  • ||
  • ସୋର : ଭଙ୍ଗା ଘରୁ ମିଳିଲା ପୁଳା ପୁଳା ରାସନ କାର୍ଡ, ଲୋକଙ୍କୁ ଦିଆନଯାଇ ଲୁଚାଇ ରଖାଯାଇଥିଲା କାହିଁକି ?
  • ||
  • ଆନନ୍ଦପୁର : କଣ୍ଡକ୍ଟରଙ୍କ ଭୁଲ୍, ଯାତ୍ରୀଙ୍କ ଗୋଡ ଉପରେ ଚଢିଗଲା ବସ୍
  • ||
  • କୋଣାର୍କ : ବାଇକ୍ ଚୋରି ରାକେଟ୍ ଠାବ : ୮ ବାଇକ୍ ସହ ୪ ଅଭିଯୁକ୍ତ ଗିରଫ
  • ||
  • ତେଲକୋଇ : କାଞ୍ଜିପାଣି ଘାଟିରେ ଭାରସ୍ୟାମ ହରାଇ ଓଲଟିଲା ଅଟୋ, ୫ବର୍ଷର ଶିଶୁ ସମେତ ୩ ଗୁରୁତର
  • ||
  • ଚାନ୍ଦବାଲି : ଅଘୋଷିତ ବିଦ୍ୟୁତ କାଟ୍ : ଦୀର୍ଘ ୧୨ଘଣ୍ଟା ଧରି ଅନ୍ଧାରରେ ରହିଲା ଆଖଣ୍ଡଳମଣୀ ପୀଠ
  • ||
  • ଭୁବନେଶ୍ବର : ନଭେମ୍ବର ୧ରୁ ଯୁକ୍ତ ୩ ପ୍ରଥମ ବର୍ଷ ଏବଂ ୧୫ରୁ ପିଜି ପ୍ରଥମ ବର୍ଷ କ୍ଲାସ୍ ଖୋଲିବ
  • ||
  • ଖୋର୍ଦ୍ଧା : ୩ ଦିନ ହେବ ଚିଲିକା ମଝିରେ ଫସିଥିଲା ଡଙ୍ଗା, ୨ ମତ୍ସ୍ୟଜୀବୀଙ୍କ ସହ ୧୦ବର୍ଷର ଛୁଆ ଉଦ୍ଧାର
  • ||
  • ଭୁବନେଶ୍ବର : ମମିତା ମେହେର ହତ୍ୟା ଘଟଣାରେ ନୀରବତାକୁ ବରଦାସ୍ତ କରାଯିବନି : କଂଗ୍ରେସ
  • ||

ପଶ୍ଚିମବଙ୍ଗ: ନିର୍ବାଚନ ପରବର୍ତ୍ତି ହିଂସାକୁ ନେଇ ଜରୁରି ବୈଠକ ଡାକିଲେ ମମତା ବାନାର୍ଜୀ

4/05/2021 at 8:28 PM

କୋଲକାତା ୪।୫: ତୃଣମୂଳ କଂଗ୍ରେସ ନେତ୍ରୀ ମମତା ବାନାର୍ଜୀ ରାଜ୍ୟରେ ନିର୍ବାଚନ ପରବର୍ତ୍ତି ହିଂସାକୁ ନେଇ ମଙ୍ଗଳବାର ବରିଷ୍ଠ ପ୍ରଶାସନିକ ଓ  ପୋଲିସ ଅଧିକାରୀଙ୍କ ସହ ବୈଠକ କରିଛନ୍ତି। ଏହି ବୈଠକ ମମତାଙ୍କ କାଲିଘାଟ ବାସଭବନରେ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ରାଜ୍ୟ ମୁଖ୍ୟ ଶାସନ ସଚିବ ଅଲପନ ବନ୍ଦୋପଦ୍ଧାୟ, ଗୃହସଚିବ ଏଚ.କେ.ଦ୍ୱିବେଦୀ, ଡିଜିପି ପି.ନିରଜ ନୟନ ଓ କୋଲକାତା ପୋଲିସ କମିଶନର ସୋମେନ ମିତ୍ର ପ୍ରମୁଖ ଯୋଗ ଦେଇଥିଲେ। ବୈଠକରେ ମମତା ପରିସ୍ଥିତିର ସମୀକ୍ଷା କରିଛନ୍ତି। 

ଗତ ରବିବାର ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଭୋଟ ଗଣନା ପରେ ରାଜ୍ୟରେ ଛୋଟମୋଟ ହିଂସାକାଣ୍ଡ ଘଟିଥିବାର ବୈଠକରେ କୁହାଯାଇଛି। ଯେଉଁଥିରେ ଏପର୍ଯ୍ୟନ୍ତ ୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ରାଜଧାନୀ କୋଲକାତାରେ ଆକ୍ରମଣର ଶିକାର ହୋଇ ପ୍ରାଣ ହରାଇଥିବା ଜଣାପଡିଛି। ତୃଣମୂଳ ସମର୍ଥିତ ଗୁଣ୍ଡାମାନେ ନିର୍ବାଚନ ଫଳାଫଳ ଆସିବା ପରେ କେତେକ ସ୍ଥାନରେ ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ଉପରେ ଆକ୍ରମଣ କରିଥିବା, ସେମାନଙ୍କ ଘରର ମହିଳାଙ୍କ ପ୍ରତି ଅସଦାଚରଣ ସମେତ ସମର୍ଥକଙ୍କ ଦୋକାନ ବଜାର ଜଳାପୋଡା କରିଥିବା ବିଜେପି ଅଭିଯୋଗ କରିଛି। ତେବେ ତୃଣମୂଳ ଏପରି ଅଭିଯୋଗର କୌଣସି ସତ୍ୟତା ନଥିବା କହିଛି।

ଗତ ରବିବାର ନିର୍ବାଚନ ଫଳାଫଳ ଘୋଷଣା ପରେ ଟିଏମସି ଅଧ୍ୟକ୍ଷା ମମତା ବାନାର୍ଜୀ ସମର୍ଥକଙ୍କୁ ଶାନ୍ତି ବଜାୟ ରଖିବା ସହ କୌଣସି ପ୍ରକାର ହିଂସାରେ ଲିପ୍ତ ନ ହେବା ପାଇଁ ନିବେଦନ କରିଥିଲେ। ରାଜ୍ୟପାଳ ଜଗଦ୍ଦୀପ ଧନଖଡ ଭୋଟ ଗଣତି ପରେ ରାଜ୍ୟରେ କାଁଭାଁ ହିଂସା ହୋଇଥିବାର ସୂଚନା ଥିବା କହିଛନ୍ତି। ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ତାଙ୍କୁ ଟେଲିଫୋନ ଯୋଗେ ସୂଚିତ କରିବା ସହ ଆଇନଶୃଙ୍ଖଳା ନିୟନ୍ତ୍ରଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ସେପଟେ କେନ୍ଦ୍ର ଗୃହମନ୍ତ୍ରାଳୟ ମଧ୍ୟ ରାଜ୍ୟରେ ବିରୋଧୀ ଦଳ ଉପରେ ହେଉଥିବା ଆକ୍ରମଣ ଲାଗି ରାଜ୍ୟ ସରକାରଙ୍କୁ ତଥ୍ୟାତ୍ମକ ରିପୋର୍ଟ ମାଗିଥିବା ବେଳେ ରାଜ୍ୟପାଳ ମଧ୍ୟ ରାଜ୍ୟର ଗୃହସଚିବ, ପୋଲିସ ଡିଜି ଓ କୋଲକାତା ପୋଲିସ କମିଶନରଙ୍କୁ ଡକାଇ ଶାନ୍ତିଶୃଙ୍ଖଳା ରକ୍ଷା କରିବାକୁ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି।

   Related Posts