Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିରାଟ କୋହଲିଙ୍କ ଘୋଷଣା, ଟି-୨୦ ୱାର୍ଲ୍ଡ କପ୍‌ ପରେ ଛାଡ଼ିବେ କ୍ୟାପ୍ଟେନ୍‌ ପଦ
  • ||
  • ସାନଖେମୁଣ୍ଡି : ଭିଜିଲାନ୍ସ ଜାଲରେ ଆସିଷ୍ଟାଣ୍ଟ ଇଂଜିନିୟର, ଠିକାଦାରଙ୍କଠୁ ନେଉଥିଲେ ୫୦ହଜାର ଟଙ୍କା ଲାଞ୍ଚ
  • ||
  • ନୂଆଦିଲ୍ଲୀ : ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ, ୧୯ ଓ ୨୦ରେ ପ୍ରବଳ ବର୍ଷା ସମ୍ଭାବନା : IMD ଡିଜି
  • ||
  • ମାଲକାନଗିରି : ମାଲକାନଗିରିରେ ସୁରକ୍ଷାକର୍ମୀ-ମାଓବାଦୀ ଗୁଳିବିନିମୟ, ଛତ୍ରଭଙ୍ଗ ଦେଲେ ମାଓବାଦୀ : କ୍ୟାମ୍ପ୍‌ରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଠାବ
  • ||
  • ପୁରୀ : ଶୁକ୍ରବାର ବନ୍ଦ ରହିବ ଶ୍ରୀମନ୍ଦିର, ବିଶେଷ ନୀତି ଯୋଗୁଁ ଶ୍ରୀଜିଉଙ୍କୁ ଦର୍ଶନ କରିପାରିବେନି ଶ୍ରଦ୍ଧାଳୁ
  • ||
  • ସୋର : ଫୁଲୁଛି କାଂଶ ବାଂଶ ନଦୀ, ବଢୁଛି ଜଳସ୍ତର : ଚିନ୍ତାରେ ତଳିଆ ଅଞ୍ଚଳବାସୀ
  • ||
  • ଖଣ୍ଡପଡା : ରଥିଆ ନାଳରେ ଭାସି ବୃଦ୍ଧ ନିଖୋଜ, ମାଛ ଧରିବାକୁ ଯାଇ ନାଳରେ ଭାସିଯାଇଥିବା ସନ୍ଦେହ
  • ||
  • ଜଗତସିଂହପୁର : ମହାନଦୀ ବନ୍ୟାଜଳରେ ବୁଡି ଗାଡି ଚାଳକ ନିଖୋଜ, ଇଟାଭାଟିକୁ ଯାଉଥିବା ବେଳେ ଅଘଟଣ
  • ||
  • ଯାଜପୁର : ପାଣିରେ ଭାସି ଯାଇଥିଲେ ବାପା-ପୁଅ, ଠାବ ହେଲା ମୃତଦେହ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ : ୨୪ ଘଣ୍ଟାରେ ବାହାରିଲେ ୫୮୦ କୋଭିଡ୍ ପଜିଟିଭ୍
  • ||

ବାୟୁସେନାର ସର୍ଜିକାଲ ଷ୍ଟ୍ରାଇକ ନେଇ ଏମିତି କହିଲେ ମମତା ବାନାର୍ଜି , ସମସ୍ତେ ତାଜୁବ

1/03/2019 at 12:47 PM

ନୂଆ ଦିଲ୍ଲୀ ୧|୩: ୨ ଦିନ ପୂର୍ବରୁ ଭାରତୀୟ ସେନା ପୁଲୱାମା ହମଲା ପରେ ପାକିସ୍ତାନକୁ କଡା ଜବାବ ଦେଇଛନ୍ତି। ଭାରତୀୟ ବାୟୁସେନାର ବିମାନ LoC ପାର କରି ପାକିସ୍ତାନର ଆତଙ୍କୀ ଠିକଣାକୁ ନଷ୍ଟ କରିଛନ୍ତି। ଏହି ଏୟାରଷ୍ଟ୍ରାଇକ୍‌ରେ ବାଲାକୋଟ, ଚକୋଟି ଓ ମୁଜଫରାବାଦ ଆତଙ୍କୀ ଆଡ୍ଡା ନଷ୍ଟ ହୋଇଯାଇଛି। ରିପୋର୍ଟ ଅନୁସାରେ ଭାରତୀୟ ବାୟୁ ସେନା ୧୦୦୦କିଲୋ ବମ୍‌ ବର୍ଷା କରିଛି। ଏହି କାରଣରୁ ପଶ୍ଚିମ୍‌ବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜି ପ୍ରଶ୍ନ ଉଠାଇଛନ୍ତି। ଏହି ଷ୍ଟ୍ରାଇକ୍‌ ବିଷୟରେ ମମତା ଭାରତ ସରକାରଙ୍କୁ ସଂପୂର୍ଣ୍ଣ ସୂଚନା ମାଗିଛନ୍ତି।
ଏହି ଷ୍ଟ୍ରାଇକ୍‌ ପରେ ପ୍ରଧାନମନ୍ତ୍ରୀ ଏ ଯାଏଁ କୌଣସି ସର୍ବଦଳୀୟ ବୈଠକ କରିନାହାନ୍ତି ବୋଲି ମମତା କହିଛନ୍ତି। ସେ ଦାବି କରିଛନ୍ତି ଯେ ତାଙ୍କୁ ମଧ୍ୟ ଏହି ଅପେରେସନର ପୁରା ସୂଚନା ଦରକାର। ବମ କେଉଁଠି କେବେ ପଡିଛି ଓ କେତେ ଲୋକ ମରିଛନ୍ତି, ଏହି ବିଷୟରେ ମମତା ଜାଣିବାକୁ ଚାହାନ୍ତି। କିଛି ବୈଦେଶିକ ମିଡିଆ ରିପୋର୍ଟ ଅନୁସାରେ ଏହି ଷ୍ଟ୍ରାଇକ୍‌ରେ କେହି ମରିନାହାନ୍ତି, କିନ୍ତୁ କିଛି ରିପୋର୍ଟ ଅନୁସାରେ ଜଣେ ଯବାନ ମରିଛନ୍ତି। ତେଣୁ ଏହାର ସଠିକ ସୂଚନା ତାଙ୍କୁ ଦରକାର ବୋଲି ମମତା କହିଛନ୍ତି।
ଭାରତୀୟ ବାୟୁ ସେନାଙ୍କ ଆକ୍ରମଣରେ ବାଲାକୋଟ, ଚକୋଟି ଓ ମୁଜଫରାବାଦରେ ଥିବା ଆତଙ୍କୀ ଆଡ୍ଡା ସହ ଜୈସ-ଏ-ମହମ୍ମଦର ଆଲ୍‌ଫା-୩ କଣ୍ଟ୍ରୋଲ ରୁମ ମଧ୍ୟ ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଛି। ସୂଚନାଯୋଗ୍ୟ ଯେ ଏହି ଆକ୍ରମଣରେ ୨୦୦-୩୦୦ ଆତଙ୍କବାଦୀଙ୍କର ମୃତ୍ୟୁ ହୋଇଛି। ଏହି ଖବର ସମ୍ପର୍କରେ ସେ ସଂପୂର୍ଣ୍ଣ ସୂଚନାର ଦାବି କରିଛନ୍ତି।

 

   Related Posts