Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୟୁପିରେ ବଡ ଧରଣର ଦୁର୍ଘଟଣା, ଖେରୀ ଘାଘରା ନଦୀରେ ଓଲଟିଲା ଡଙ୍ଗା, ୧୦୦ ଭାସିଗଲେ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୯ କୋଭିଡ୍ ପଜିଟିଭ୍
  • ||
  • ଓ୍ୱାର୍ମ ଅପ୍ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ, କଙ୍ଗାରୁ ବାହିନୀକୁ ମାତ୍ ଦେବାକୁ ତୟାର ବିରାଟ ଏଣ୍ଡ କୋ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୭ ମୃତ
  • ||
  • ଆଜି କୁମାର ପୂର୍ଣ୍ଣିମା : ମା’ ବୃନ୍ଦାବତୀଙ୍କ ନିକଟରେ ଆଞ୍ଜୁଳି ଟେକିଲେ କୁମାରୀ
  • ||
  • ପୁରୀ : ଦାଦାବଟିକୁ କେନ୍ଦ୍ରକରି ମହିଳାଙ୍କୁ ଗୁଳିମାଡ଼, ପୂର୍ବରୁ ମିଳିଥିଲା ଧମକ
  • ||
  • ଜଗତସିଂହପୁର : କେନାଲର ଭାସୁଛି ଏକ ଗଳିତ ମୃତଦେହ, ୩ ଅଭିଯୁକ୍ତ ଅଟକ
  • ||

ଦିଦିଙ୍କ ଦିଲ୍ଲୀ ବ୍ଲୁ-ପ୍ରିଣ୍ଟ୍ ! ୨୦୨୧ ସଫଳତା ପରେ ୨୪ ପାଇଁ ପ୍ଲାନ୍ : ପ୍ରଶାନ୍ତ କିଶୋରଙ୍କ ସହ ମମତାଙ୍କ ୩ ଘଣ୍ଟା ବୈଠକ, ରାଜନୀତି ଉଷ୍ମ

10/07/2021 at 12:20 PM

କୋଲକାତା,୧୦/୦୭:  ଜାତୀୟ ରାଜନୀତିରେ ଏଣ୍ଟ୍ରି କରିବେ କି ଦିଦି ? ଆଗକୁ କଣ ଯୋଜନା କରୁଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ? ଗତ ବିଧାନସଭା ନିର୍ବାଚନରେ ତୃଣମୂଳ କଂଗ୍ରେସର ବିପୁଳ ବିଜୟ ପରେ ମମତା ଆଗକୁ ଦିଲ୍ଲୀ ରାଜନୀତିରେ ସକ୍ରିୟ ରହିବେ ବୋଲି ସଙ୍କେତ ଦେଇଥିଲେ । ଏହାପରଠୁ ତାଙ୍କର ଜାତୀୟ ରାଜନୀତିରେ ଅଭ୍ୟୁଦୟ ବାବଦରେ ଅନେକ ଚର୍ଚ୍ଚା ହେଉଛି । ଏହାମଧ୍ୟମରେ ଶୁକ୍ରବାର ମମତା ଓ ଦଳର ରାଜନୀତିକ ରଣନୀତିଜ୍ଞ ପ୍ରଶାନ୍ତ କିଶୋରଙ୍କ ସହ ୩ ଘଣ୍ଟା ଘରି ଆଲୋଚନା କରିଛନ୍ତି ।

ବୈଠକରେ ଦଳର ଜିଲ୍ଲା ସ୍ତରରେ ସଙ୍ଗଠନରେ ପରିବର୍ତ୍ତନ ହେବ ବୋଲି ନିଷ୍ପତ୍ତି ନିଆଯାଇଛି । କାରଣ ଦଳ ଜଣେ ବ୍ୟକ୍ତି ଗୋଟିଏ ପଦବୀ ନୀତିରେ ଆଗକୁ ବଢିବାକୁ ଚାହୁଁଛି । ତେଣୁ ଜିଲ୍ଲା ସଙ୍ଗଠନରେ ଆମୂଳଚୂଳ ପରିବର୍ତ୍ତନ ହେବ । ଆସନ୍ତା ସପ୍ତାହରେ ଏହାକୁ ଚୂଡାନ୍ତ ରୂପରେଖ ଦିଆଯିବ ।

କେବଳ ଜିଲ୍ଲାସ୍ତର ନୁହେଁ, ମମତା ଜାତୀୟ ସ୍ତରରେ ରାଜନୀତି କରିବାକୁ ଇଚ୍ଛୁକ ରହିଛନ୍ତି । ଟିଏମସି ପକ୍ଷରୁ ଏନେଇ ବ୍ଲୁପ୍ରିଣ୍ଟ୍ ପ୍ରସ୍ତୁତ କରାଯାଉଛି । ଯାହାକୁ ଜୁଲାଇ ଶେଷ କିମ୍ବା ଅଗଷ୍ଟ ମାସର ଆରମ୍ଭରେ ସାର୍ବଜନୀନ କରାଯିବ । ତ୍ରିପୁରାରୁ ହିଁ ଟିଏମସି ଜାତୀୟ ରାଜନୀତିରେ ମୂଳଦୁଆ ପକାଇବ ବୋଲି ଅନୁମାନ କରାଯାଉଛି । ଏହାପରେ ମମତା ୨୦୨୪ ସାଧାରଣ ନିର୍ବାଚନ ପାଇଁ କ୍ଷେତ୍ର ପ୍ରସ୍ତୁତ କରିପାରନ୍ତି । ତ୍ରିପୁରାର ସ୍ଥିତିକୁ ନେଇ ଉଭୟ ପ୍ରଶାନ୍ତ ଓ ମମତା ଆଲୋଚନା କରିଥିବା ମଧ୍ୟ ଚର୍ଚ୍ଚା ହେଉଛି ।

ସୂଚନାଯୋଗ୍ୟ, ସାନିଟାଇଜେସନ ପାଇଁ ପଶ୍ଚିମବଙ୍ଗ ବିଧାନସଭା ବନ୍ଦ ରହିଛି । ଶୁକ୍ରବାର ମମତା ବିଧାନସଭା ଯାଇନଥିଲେ । ମମତା ନିଜ ବାସଭବନରେ ପ୍ରଶାନ୍ତ କିଶୋରଙ୍କ ସହ ୩ ଘଣ୍ଟା ଧରି ଦଳର ଅନେକ ଗୁରୁତ୍ୱପୂର୍ଣ୍ଣ ରଣନୀତି ଉପରେ ଆଲୋଚନା କରିଥିଲେ ।

   Related Posts