ମମିତା ହତ୍ୟା ମାମଲା: ରାଧେ ଘରୁ ମିଳିଥିବା ବ୍ୟାଗକୁ ନେଇ ସ୍ପଷ୍ଟ କଲେ ପରିବାର

Published By : Prameya-News7 Bureau | October 23, 2021 IST

ବଲାଙ୍ଗୀର, ୨୩/୧୦: ରାଧେ ଘରୁ ମିଳିଥିବା  ବ୍ୟାଗ ମମିତାଙ୍କର  ନୁହଁ ତାହା ସ୍ପଷ୍ଟ କଲେ ପରିବାର ଲୋକ। ସେପଟେ ମମିତାଙ୍କୁ ହତ୍ୟା କରାଯାଇଥିବା ସ୍ପଟରୁ ମିଳିଥିବା ପାଉଁଜି ଓ ଚେନ ତାହା ମମିତାଙ୍କର ବୋଲି ଚିହିଁବା ସହ ତାହାକୁ ପୋଲିସ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ଅନ୍ୟପଟେ ବଲାଙ୍ଗୀର ଜିଲ୍ଲାପାଳଙ୍କୁ ଭେଟି ଘଟଣାକୁ ରାଜନୀତିକରଣ କରାନଯାଉ ଓ ଘଟଣାର ତଦନ୍ତ କରି ଦୋଷୀ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି ।

ଜିଲ୍ଲାପାଳଙ୍କୁ ଭେଟିବା ପରେ ବଲାଂଗୀର ମନୋହରପୁର ରିଜର୍ଭ ପୋଲିସଠାରେ ଥିବା ଏସପିଙ୍କ  ଅଫିସରେ ଉତ୍ତରାଞ୍ଚଳ ଡ଼ିଆଇଜି ଓ ବଲାଙ୍ଗୀର ଏସପିଙ୍କ ସହ ଆଲୋଚନା କରି ଫେରିଛନ୍ତି ପରିବାର ଲୋକ। ତେବେ ରିଜର୍ଭ ପୋଲିସର ମୁଖ୍ୟ ଗେଟରେ ପ୍ରବେଶ କରିବା ସହ ଗଲା ବେଳେ ପଛପଟ ଗେଟ ଦେଇ ଫେରିଛନ୍ତି ପିଡ଼ିତାଙ୍କ ମାଆ ବାପା ଓ ତାଙ୍କ ବଡବାପା।  ତେବେ ବର୍ତ୍ତମାନ ପୋଲିସ ପାଖରେ ବ୍ୟାଗକୁ ନେଇ ବଡ଼ ପ୍ରଶ୍ନ । ଯଦି ମମିତାଙ୍କ ନୁହେଁ -ବ୍ୟାଗଟି କାହାର ? ସପିଙ୍ଗ କରିବା ସମୟରେ ଯାଇଥିବା  ବେଳର ବ୍ୟାଗ କି ? ଏ ନେଇ ବର୍ତ୍ତମାନ ତଦନ୍ତ କରିବା ସହ ଘଟଣାର ସତ୍ୟାସତ୍ୟ ବାହାର କରିବା ଜରୁରୀ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.