ଥମୁନି ମମିତା ମେହେର ରାଜନୀତି: ବିରୋଧୀଙ୍କ ଅଭିଯୋଗ- ମମିତାଙ୍କ ବାପାଙ୍କ ଏପରି ବୟାନ ପଛରେ ରହିଛି ସରକାରୀ ଚାପ

Published By : Prameya-News7 Bureau | November 07, 2021 IST

ଭୁବନେଶ୍ଵର ୦୭।୧୧: ମମିତା ମେହର ହତ୍ୟାକୁ ନେଇ ରାଜନୀତି ନକରିବାକୁ ମମିତାଙ୍କ ପରିବାର ଅପିଲ କରିବା ପରେ ବି ରାଜନୀତି ଥମିବାର ନାଁ ନେଉନି । ଆଜି ବି ଘଟଣାକୁ ନେଇ କଳାହାଣ୍ଡି,  ଓ ଭୁବନେଶ୍ଵରରେ ଦେଖିବାକୁ ମିଳିଥିଲା ରାଜନୈତିକ ତାତି । ମମିତାଙ୍କ ବାପାଙ୍କ ଏପରି ବୟାନ ପଛରେ ସରକାରୀ ଚାପ ରହିଥିବା ବିରୋଧୀ ଅଭିଯୋଗ କରିଛନ୍ତି । ସେପଟେ ଘଟଣାସ୍ଥଳ ମହାଲିଙ୍ଗରେ ବିଜେପି କରିଥିବା “ମମିତାଙ୍କୁ ନ୍ୟାୟ ସଭା”ରେ  ସାଂସଦ ବସନ୍ତ ପଣ୍ଡା  ବିରୋଧର ସମ୍ମୁଖୀନ ହୋଇଥିଲେ। ଏପଟେ କଳାହାଣ୍ଡି ଜୁନାଗଡରେ ବିଜେପି ଯୁବମୋର୍ଚ୍ଚା ମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କରିବାକୁ ନେଇ ଚାପା ଉତ୍ତେଜନା ଦେଖିବାକୁ ମିଳିଥିଲା ।

{"id":540230,"sizeSlug":"full","linkDestination":"none"}

ରାଜନୀତି ନ କରିବାକୁ ସିନା ମମିତାଙ୍କ ବାପା କହିଛନ୍ତି କିନ୍ତୁ ଗତ ୧୫ ଦିନ ଧରି ଯେଉଁ ଘଟଣାକୁ ନେଇ ରାଜନୀତି ହୁଲସ୍ତୁଲ ହୋଇଛି ସେ ରାଜନୀତି ନୂଆ ନୂଆ ମୋଡ଼ ନେବାରେ ଲାଗିଛି।   ଆଜି ବି ମମିତା ମର୍ଡର ଘଟଣାକୁ ନେଇ ବିରୋଧୀ ଜାରି ରଖିଛନ୍ତି ପ୍ରତିବାଦ । ବିରୋଧୀ କହିଛନ୍ତି ମମିତାଙ୍କ ପରିବାର ଚାପରେ ଏମିତି କହିଛନ୍ତି।  ପୋଲିସ ଓ ସରକାରଙ୍କ ଚାପରେ ପରିବାର ଲୋକେ ଏପରି କହୁଥିବା ଉଭୟ କଂଗ୍ରେସ ଓ ବିଜେପି ଅଭିଯୋଗ କରିଛନ୍ତି । ଯାହାକୁ ତୀବ୍ର ସମାଲୋଚନା କରିଛି ବିଜେଡି।  ବିଜେଡି କହିଛି ଘଟଣାକୁ ନେଇ ବିରୋଧୀ କେବଳ ରାଜନୀତି ହିଁ କରୁଛନ୍ତି ।

{"id":540231,"sizeSlug":"full","linkDestination":"none"}

ସେପଟେ ହତ୍ୟାକାଣ୍ଡ ଘଟିଥିବା ମହାଲିଙ୍ଗରେ ବିଜେପି ଆୟୋଜନ କରିଥିଲା ମମିତାଙ୍କ ପାଇଁ ନ୍ୟାୟ ସଭା । ସ୍ଥାନୀୟ ଲୋକେ କିନ୍ତୁ ଏହି କାର୍ଯ୍ୟକ୍ରମରେ ସାଂସଦ ବସନ୍ତ ପଣ୍ଡାଙ୍କୁ ବିରୋଧ କରିଥିଲେ । ଘଟଣାକୁ ନେଇ ଉତ୍ତେଜନା ଦେଖାଦେଇଥିଲା । ସେପଟେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଜୁନାଗଡ଼ ଗସ୍ତ ସମୟରେ ଦେଖିବାକୁ ମିଳିଥିଲା ଉତ୍ତେଜନା। ମନ୍ତ୍ରୀଙ୍କୁ ବିଜେପି ଯୁବ ମୋର୍ଚ୍ଚା ବିରୋଧ କରିବାରୁ ଚାପା ଉତ୍ତେଜନା ଦେଖିବାକୁ ମିଳିଥିଲା । କେବଳ କଳାହାଣ୍ଡି ନୁହେଁ ରାଜଭବନ ଆଗରେ ଯୁବ କଂଗ୍ରେସର ଅହୋରାତ୍ର ଧାରଣା ଆଜି ବି ଜାରି ରହିଛି । ଘଟଣାର ସିବିଆଇ ତଦନ୍ତ ଓ ମନ୍ତ୍ରୀଙ୍କ ଇସ୍ତଫା ଦାବି କରି କାଲି ଯୁବ ମୋର୍ଚ୍ଚା ରାଜ୍ୟପାଳଙ୍କୁ ଦାବି ପତ୍ର ଦେଇ ଆନ୍ଦୋଳନକୁ ଦିଲ୍ଲୀ ମୁହାଁ କରିବ ବୋଲି ଚେତାବନୀ ଦେଇଛି । ମହାଲିଙ୍ଗ- ମମିତା ମର୍ଡ଼ର ମିଷ୍ଟ୍ରି ଘଟଣାରେ ପାଖା ପାଖି  ମାସେ ହେବ ବିରୋଧୀ ପ୍ରତିବାଦ ଜାରି ରଖିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.