ଘଟଣାରେ ଏକାଧିକ ଲୋକ ସଂପୃକ୍ତ, ଦୋଷୀକୁ ଫାଶୀ ମିଳୁ : ମମିତାଙ୍କ ବାପା

Published By : Prameya-News7 Bureau | October 20, 2021 IST

ସମ୍ବଲପୁର ୨୦।୧୦: କଳାହାଣ୍ଡି ଜିଲ୍ଲା ମହାଲିଙ୍ଗ ସନସାଇନ୍ ପବ୍ଲିକ୍ ସ୍କୁଲ ଅଧ୍ୟକ୍ଷା ମମିତା ମେହେରଙ୍କୁ ହତ୍ୟା କରିଥିବା ନେଇ ଅଭିଯୁକ୍ତ ଗୋବିନ୍ଦ ସ୍ବୀକାର କରିଥିବା ସୂଚନା ମିଳିଛି । ପୋଲିସର ମାରାଥନ୍ ଜେରା ପରେ ସତ ଉଗାଳିଛି ଗୋବିନ୍ଦ ।

ତେବେ ଅଭିଯୁକ୍ତକୁ ଫାଶୀ ଦଣ୍ଡ ଦେବା ପାଇଁ ମମିତା ମେହେରଙ୍କ ବାପା ସୁଚନ୍ଦ୍ର ମେହେର ଓ ମା’ ତୁଳସୀ ମେହେର କହିଛନ୍ତି । ତାଙ୍କ ବାପା କହିଛନ୍ତି, ଏହା କୌଣସି ଜଣେ ବ୍ୟକ୍ତିଙ୍କ କାର୍ଯ୍ୟ ନୁହଁ । ଏଥିରେ ଯେଉଁମାନେ ବି ସମ୍ପୃକ୍ତ ଅଛନ୍ତି, ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ସେମାନେ ଦାବି କରିଛନ୍ତି ।

wp:html /wp:html

ମହାଲିଙ୍ଗ ସନସାଇନ ପବ୍ଲିକ ସ୍କୁଲ ଅଧ୍ୟାପିକା ନିଖୋଜ ଘଟଣାରେ ମୋଷ୍ଟ୍ ଓ୍ବାଣ୍ଟେଡ୍ ଗୋବିନ୍ଦ ସାହୁଙ୍କ ସହ ଅଟକ ୩ ଜଣକୁ ମୁହାଁମୁହିଁ ଜେରା ପରେ ପୋଲିସ ଆଗରେ ସତ ସ୍ବୀକାର କରିଥିବା ସୂଚନା ମିଳିଛି । ମମିତା ମେହେରଙ୍କୁ ହତ୍ୟା କରିଥିବା ନେଇ ଅଭିଯୁକ୍ତ ଗୋବିନ୍ଦ ସ୍ବୀକାର କରିଛି । ତଦନ୍ତ ଚାଲିଛି ପରବର୍ତ୍ତୀ ସମୟରେ ସୂଚନା ଦିଆଯିବ ବୋଲି DIG ଦୀପକ କୁମାର ସୂଚନା ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.