ମମିତା ହତ୍ୟାକାଣ୍ଡ: ପଲ୍ଲୀରୁ ଦିଲ୍ଲୀ ଉଠୁଛି ପଡୁଛି ରାଜନୀତି, ବିଜେଡିରେ କେବଳ ଗୋଟିଏ ଉତ୍ତର ବିରୋଧୀ...

Published By : Prameya-News7 Bureau | October 26, 2021 IST

ଭୁବନେଶ୍ଵର ୨୬।୧୦: ମମିତା ହତ୍ୟାକାଣ୍ଡକୁ ନେଇ ପଲ୍ଲୀରୁ ଦିଲ୍ଲୀ ରାଜନୀତି ଉଠୁଛି ପଡୁଛି । କଥାକୁ ଆଜି ଦିଲ୍ଲୀ ଦରବାରରେ ଉଠାଇ ରାଜ୍ୟ ସରକାରଙ୍କୁ ଘେରିଛି ବିଜେପି। ସାମ୍ବାଦିକ ସମ୍ମିଳନୀ କରି ଏହି ପ୍ରସଙ୍ଗ ଉଠାଇଛନ୍ତି ବିଜେପି ଜାତୀୟ ମୁଖପାତ୍ର ସମ୍ବିତ ପାତ୍ର। ଏଣେ ଘଟଣାରେ ସିବିଆଇ ତଦନ୍ତ ଓ ମନ୍ତ୍ରୀଙ୍କ ବହିଷ୍କାର ଦାବିରେ କଂଗ୍ରେସ ଆଜି କଟକ ଓ ଭୁବନେଶ୍ବରରେ ବିକ୍ଷୋଭ କରିଛି। ସେପଟେ ବିଜେପିର ୧୫ ଜଣିଆ ଟିମ ମମିତା ମେହେରଙ୍କ ଗାଁ ଓ ମହାଲିଙ୍ଗ ଗସ୍ତକରି ସ୍ଥିତି ଅନୁଧ୍ୟାନ କରିଛି । ରାଜନୀତି ବଢୁଥିବା ଦେଖି  ଜବାବ ରଖିଛି ବିଜେଡି ।

ଦିଲ୍ଲୀରେ ଉଠିଲା ମମିତା ହତ୍ୟାକାଣ୍ଡ ପ୍ରସଙ୍ଗ। ପଲ୍ଲୀରୁ  ଦିଲ୍ଲୀ  ସବୁଠି ଜୋର  ଧରିଲା ପ୍ରତିବାଦ । କଟକରୁ କଲାହାଣ୍ଡି ସବୁଆଡେ ବିରୋଧୀଙ୍କ ନାରାବାଜି । ହତ୍ୟାକାଣ୍ଡର ସିବିଆଇ ତଦନ୍ତ ଓ ମନ୍ତ୍ରୀଙ୍କ ବହିସ୍କାର ଦାବିରେ  ରାସ୍ତାକୁ ଓହ୍ଲାଇଛନ୍ତି ବିଜେପି ଓ କଂଗ୍ରେସ। କଟକ, ଭୁବନେଶ୍ବର, କଣ୍ଟାବାଞ୍ଜି,କଳାହାଣ୍ଡି, ନୂଆପଡ଼ା, ସମ୍ବଲପୁର ଓ ପୁରୀରେ ବିରୋଧୀଙ୍କ ବିରୋଧ ପ୍ରଦର୍ଶନ ଦେଖିବାକୁ ମିଳିଛି। ଆଜି ଦିଲ୍ଲୀରେ ମମିତା ପ୍ରସଙ୍ଗ ଉଠାଇ ଥିଲେ  ଜାତୀୟ ମୁଖପାତ୍ର ସମ୍ବିତ ପାତ୍ର ।

{"id":533607,"sizeSlug":"full","linkDestination":"none"}

ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ନିର୍ଦ୍ଦେଶରେ ଏକ ୩ ଜଣିଆ ଟିମ୍ କଳାହାଣ୍ଡି ଓ ବଲାଙ୍ଗୀର ଗସ୍ତ କରି ସ୍ଥିତି ଅନୁଧ୍ୟାନ କରିବ । ଏହି ପ୍ରସଙ୍ଗ ଓଡ଼ିଶା ଡେଇଁ ସାମାଜିକ ଗଣମାଧ୍ୟମରେ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଚର୍ଚ୍ଚାର ବିଷୟ ହେଲାଣି ବୋଲି ସେ କହିଛନ୍ତି। ଏଣେ ରାଜ୍ୟ ବିଜେପିର ୧୫ ଜଣିଆ ଟିମ ବଲାଙ୍ଗିର ଝରଣୀ ଗାଁରେ ମମିତା ମେହେରଙ୍କ ପରିବାରକୁ ଭେଟିଛି । ଏହାପରେ ମହାଲିଙ୍ଗି  ମିନି ଷ୍ଟାଡିୟମରେ ବୁଲି ଦେଖିଛି। ଘଟଣାକୁ ନେଇ ବିଜେପି ଆଜି ସମ୍ବଲପୁରରେ ୧୨ ଘଣ୍ଟିଆ ବନ୍ଦ ପାଳନ କରିଥିବା ବେଳେ ଏହାର ପ୍ରଭାବ ମଧ୍ୟ ଅନୁଭୂତ ହୋଇଛି।  ପୁରୀରେ ମହିଳା ବିଜେପି ଶୋଭାଯାତ୍ରା କରି ପ୍ରତିବାଦ କରିଛି ।

{"id":533608,"sizeSlug":"full","linkDestination":"none"}

କଂଗ୍ରେସ ବି ମମିତା ପ୍ରସଙ୍ଗକୁ ନେଇ ଆନ୍ଦୋଳନ ଜୋରଦାର କରିଛି । ଯୁବ କଂଗ୍ରେସ କଟକରେ ପୋଲିସ ଡିଜି ଅଫିସ ଘେରାଉ କରିଥିଲା । ଘଟଣାରେ ନିରପେକ୍ଷ ତଦନ୍ତ ମନ୍ତ୍ରୀଙ୍କ ବହିଷ୍କାର ଦାବି କରି ଯୁବ କଂଗ୍ରେସ କର୍ମୀ ଶୋଭାଯାତ୍ରାରେ ଯାଇ ପୋଲିସ ମୁଖ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । କଳାହାଣ୍ଡି ଜିଲ୍ଲା କଂଗ୍ରେସ ପକ୍ଷରୁ କଳାହାଣ୍ଡି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ତିନି ଦିନିଆ ଗଣଧାରଣା ଆରମ୍ଭ ହୋଇଛି ।  ଖୋର୍ଦ୍ଧା ଜିଲ୍ଲା କଂଗ୍ରେସ ପକ୍ଷରୁ ରାସ୍ତା ରୋକ କରାଯାଇଥିଲା । ସେହିପରି ଛାତ୍ର କଂଗ୍ରେସ ମଧ୍ୟ ରାଜଧାନୀରେ ଆନ୍ଦୋକୁ ଓହ୍ଲାଇଥିଲା । ଶୋଭାଯାତ୍ରାରେ କରିଯିବାବେଳେ  ଆନ୍ଦୋଳନକାରୀ ଓ  ପୋଲିସ ମଧ୍ୟରେ  ଧସ୍ତା ଧସ୍ତି ହୋଇଥିଲା । ଆନ୍ଦୋଳନକାରୀ ମାନେ ଟମାଟୋ ମାଡ କରିଥିଲେ । ପୋଲିସ ଶତାଧିକ ଆନ୍ଦୋଳନକାରୀଙ୍କୁ ଗିରଫ କରିଥିଲା ।

{"id":533609,"sizeSlug":"full","linkDestination":"none"}

ଘଟଣାରେ ତଦନ୍ତ ଚାଲୁଥିବାବେଳେ ବିରୋଧୀ ଏହି ପ୍ରସଙ୍ଗକୁ ନେଇ ଅଯଥା ରାଜନୀତ କରୁଛନ୍ତି ବୋଲି ବାରମ୍ବାର କହିଆସୁଛି ବିଜେଡି । ପୀଡିତାଙ୍କ ପରିବାର ନ୍ୟାୟ ପାଉ ବୋଲି ବିରୋଧୀ ଚାହୁଁ ନାହାନ୍ତି ।  ପଞ୍ଚାୟତ ନିର୍ବାଚନ ଥିବାରୁ ଏହାକୁ ରାଜନୈତିକ ପ୍ରସଙ୍ଗ କରି ଫାଇଦା ନେବାକୁ ବିରୋଧୀଙ୍କ ଚାଲ ବୋଲି ଜବାବ ରଖୁଥିବା ବିଜେଡି କହିଛି।  ସରକାର ସବୁବେଳେ ଆଇନ ଅନୁସାରେ କାର୍ଯ୍ୟକରୁଛନ୍ତି । ଘଟଣାରେ ଯିଏ ଦୋଷୀ ସିଏ ଦଣ୍ଡ ପାଇବ ବୋଲି ବିଧାୟକ ପ୍ରଶାନ୍ତ ମୁଦୁଲି କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.