ମମିତା ମେହେର ହତ୍ୟା ମାମଲା : ପୁରୀରେ କଂଗ୍ରେସର ଶାନ୍ତିପୂର୍ଣ୍ଣ ହରତାଳ, ୩ ମାସରେ ତଦନ୍ତ ସାରିବାକୁ ଦାବି

Published By : Prameya-News7 Bureau | November 12, 2021 IST

ପୁରୀ,୧୨/୧୧:ମମିତା ମେହେର ହତ୍ୟାକାଣ୍ଡ ଘଟଣାରେ ଗୃହରାଷ୍ଟ୍ର ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବିରେ ପୁରୀରେ କଂଗ୍ରେସ ହରତାଳ କରିଛି ।ଦଳ ପକ୍ଷରୁ ଦିଆଯାଇଥିବା ୬ ଘଣ୍ଟିଆ ହରତାଳ ଶାନ୍ତିଶୃଙ୍ଖଳାର ସହ ଶେଷ ହୋଇଛି।

ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ କଂଗ୍ରେସ ପକ୍ଷରୁ ପିକେଟିଂ କିମ୍ବା ଜୋରଜବରଦସ୍ତ ବନ୍ଦ ପାଳନ କରାଯାଇନଥିଲା। ସାଧାରଣ ଦିନ ପରି ପୁରୀରେ ସାଧାରଣ ଜନଜୀବନ ସ୍ୱାଭାବିକ ରହିଥିଲା। ବସ୍ ଓ ଟ୍ରେନ୍ ଚଳାଚଳ ସ୍ୱାଭାବିକ ରହିବା ସହ ବଡ଼ଦାଣ୍ଡରେ ଭକ୍ତଙ୍କ ଗହଳି ଲାଗିରହିଥିଲା।ଟାଉନ ବସ, ବ୍ୟାଟେରୀ ଚାଳିତ ଅଟୋ, ଅଟୋ ଓ ରିକ୍ସା ଚଳାଚଳ ମଧ୍ୟ ସ୍ୱାଭାବିକ ରହିଥିଲା।ମଧ୍ୟାହ୍ନରେ କଂଗ୍ରେସ କର୍ମୀମାନେ ଏକ ଶୋଭାଯାତ୍ରାରେ ଏସପିଙ୍କ କାର୍ଯ୍ୟାଳୟକୁ ଆସି ସେଠାରେ ଦାବିପତ୍ର ଦେଇଛନ୍ତି। ଗୃହରାଷ୍ଟ୍ର ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କ ତୁରନ୍ତ ଇସ୍ତଫା ସହ ୩ ମାସ ମଧ୍ୟରେ ତଦନ୍ତ ଶେଷ କରିବା ପାଇଁ କଂଗ୍ରେସ ଦାବି କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.