Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ୧୮ ଜଣିଆ ଭାରତୀୟ ଦଳ ଘୋଷିତ, ଜାଣନ୍ତୁ କେଉଁ କେଉଁ ଖେଳାଳିଙ୍କୁ ମିଳିଲା ସ୍ଥାନ
  • ||
  • ରୋହିତ ଶର୍ମା ହେଲେ ଟିମ ଇଣ୍ଡିଆର ନୂତନ ଦିନିକିଆ ଅଧିନାୟକ, ବିରାଟଙ୍କୁ କେବଳ ଟେଷ୍ଟ ଦାୟିତ୍ଵ
  • ||
  • ଭୁବନେଶ୍ବର : ଗତ ଦୁଇ ବର୍ଷରେ ମାପ ଓ ଓଜନ ନିୟମ ଉଲଂଘନକାରୀଙ୍କଠୁ ଆଦାୟ ହୋଇଛି ୨ କୋଟି ୮୩ ଲକ୍ଷ ଟଙ୍କା : ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ
  • ||
  • ଭୁବନେଶ୍ବର : ଡିସେମ୍ବର ୯ରେ ବିଧାନସଭା ଘେରାଉ କରିବ ବିଜେପି ଯୁବମୋର୍ଚ୍ଚା : ଇରାଶିଷ୍ ଆଚାର୍ଯ୍ୟ
  • ||
  • ଭୁବନେଶ୍ବର : ଡ୍ରଗ୍ସ ମାଫିଆ ଶେଖ୍ ଆଜବାହାର ବାଲେଶ୍ଵର କୋର୍ଟରେ ହାଜର, ରାଜ୍ୟ ବାହାରେ ସମ୍ପତ୍ତି ଥିବା ନେଇ ମିଳିଛି ପ୍ରମାଣ
  • ||
  • ଅନୁଗୋଳ : ଆଖୁ ଖାଇବାକୁ ଆସି କୂଅରେ ଖସିପଡିଲା ଭାଲୁ, ବନ ବିଭାଗ କଲା ଉଦ୍ଧାର
  • ||
  • ଭୁବନେଶ୍ବର : କ୍ରାଇମବ୍ରାଞ୍ଚ ଏସଟିଏଫ୍‌ ଟାର୍ଗେଟ୍‌ରେ ବନ୍ୟପ୍ରାଣୀ ମାଫିଆ, ପ୍ରସ୍ତୁତ ହେଲା ମୋଷ୍ଟ ୱାଣ୍ଟେଡ ତାଲିକା
  • ||
  • ଚେନ୍ନାଇ : ତାମିଲନାଡୁ କୁନ୍ନୁରରେ ସିଡିଏସ୍ ବିପିନ ରାଓ୍ବତଙ୍କ ହେଲିକପ୍ଟର କ୍ରାସ୍
  • ||
  • ଭୁବନେଶ୍ବର : କୃଷି ଋଣ ଛାଡ ସହ ଫସଲ କ୍ଷୟକ୍ଷତି ଲାଗି ସ୍ବତନ୍ତ୍ର ପ୍ୟାକେଜ ଦାବି କଲା କଂଗ୍ରେସ
  • ||
  • ଭାରତୀୟ ବାୟୁସେନାର ବଢିବ ଶକ୍ତି, ଚାନ୍ଦୀପୁର ଘାଟିରୁ ‘ବ୍ରହ୍ମୋସ’ର ସଫଳ ପରୀକ୍ଷଣ
  • ||

କେନ୍ଦୁଝର ବିଜେପି ପକ୍ଷରୁ ୪ ଦଫା ଦାବି ନେଇ ଏସ୍‌ପି କାର୍ଯ୍ୟାଳୟ ଘେରାଉ, ପୋଲିସ ଉପରେ ଅଣ୍ଡାମାଡ଼, ଲାଠିମାଡରେ ଏକାଧିକ ଆହତ

1/11/2021 at 11:05 PM

କେନ୍ଦୁଝର ୦୧/୧୧: ସାରା ଓଡ଼ିଶାରେ ମମିତା ହତ୍ୟାକାଣ୍ଡ ମାମଲାରେ ବିରୋଧ ପ୍ରଦର୍ଶନ ଜୋରଦାର ହୋଇଥିବା ବେଳେ ଆଜି କେନ୍ଦୁଝରରେ ଜିଲ୍ଲା ବିଜେପି ପକ୍ଷରୁ ଏସପି ଅଫିସ ଘେରାଉ କରାଯାଇଛି । ଶହ ଶହ ବିଜେପି କର୍ମୀ କାଳୀ ପଡ଼ିଆରୁ ଏକ ବିରାଟ ଶୋଭାଯାତ୍ରାରେ ଆସି ଏସପି ଅଫିସ୍ ସମ୍ମୁଖରେ ଥିବା ବାରିକେଡ୍‌ ଭାଙ୍ଗି ଭିତରେ ପଶିବାକୁ ଉଦ୍ୟମ କରିଥିଲେ । ସେହିପରି ଏସପି ଅଫିସ ସମ୍ମୁଖରେ ବିଜେପି ପକ୍ଷରୁ ପୋଲିସ ଉପରକୁ ଅଣ୍ଡାମାଡ କରିବାରୁ ପୋଲିସ ପକ୍ଷରୁ ଲାଠିଚାର୍ଜ କରାଯାଇଥ୍ଵଲା ।

ଏଥିରେ କିଛି କର୍ମୀ ଆହତ ହୋଇଥିବା ବେଳେ ବିଜେପି ଜିଲ୍ଲା ସଭାପତି ଓ ମହିଳା ଜିଲ୍ଲା ସଭାନେତ୍ରୀଙ୍କ ସହ ୧୩ ରୁ ଉର୍ଦ୍ଧ୍ବ କର୍ମୀଙ୍କୁ ପୋଲିସ ଅଟକ ରଖିଛି । କେନ୍ଦୁଝରରେ ଚାରି ଦିନ ମଧ୍ୟରେ ଚାରୋଟି ଗଣଦୁଷ୍କର୍ମ ଓ ସେଥି ମଧ୍ୟରୁ ତିନି ଜଣଙ୍କୁ ହତ୍ୟା ନେଇ ମଧ୍ୟ ବିଜେପି ଅଭିଯୋଗ କରିବା ସହ ପ୍ରତିବାଦ କରିଛି ।

କେନ୍ଦୁଝର ସଦର ବିଧାୟକ ମୋହନ ମାଝିଙ୍କ ଗାଡ଼ି ଉପରକୁ ବୋମା ମାଡ଼ ଘଟଣାର ମୁଖ୍ୟ ଷଡ଼ଯନ୍ତ୍ରକାରୀକୁ ପୋଲିସ ଘଣ୍ଟ ଘୋଡାଇ ତଦନ୍ତର ଦିଗକୁ ବାଟବଣା ନେଇ ବିଜେପି ମହା ଅଭିଯୋଗ କରିଛି । ଜିଲ୍ଲାର ଆଇନ ଶୃଙ୍ଖଳା ପରିସ୍ଥିତି ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଥିବା ସହ ଏସପି ଓ ଜିଲ୍ଲାପାଳ ଶାସକ ଦଳର ଏଜେଣ୍ଟ ସାଜିଥିବା ଅଭିଯୋଗ କରି ସେମାନଙ୍କ ତୁରନ୍ତ ବଦଳି ଲାଗି ଦବି କରିଛି ବିଜେପି ।

   Related Posts