ମମିତା ମର୍ଡର ମିଷ୍ଟ୍ରି : କ୍ରାଇମ୍ ସିନ୍ ରିକ୍ରିଏସନ୍ ପରେ ପୋଲିସ ହାତରେ ଲାଗିଛି ଅନେକ ତଥ୍ୟ, ରାଧେ ଘରୁ ମିଳିଥିବା ସାମଗ୍ରୀର ଚାଲିଛି ଖୋଳତାଡ

Published By : Prameya-News7 Bureau | October 23, 2021 IST

ବଲାଙ୍ଗୀର ୨୩।୧୦: ମାଷ୍ଟର ପ୍ଲାନ୍ କରି ହତ୍ୟା କଲା । ଡାକି ନେଲା ପରେ ହତ୍ୟା କରି ପୋଡି ପୋତି ଦେଲା। ସନସାଇନ୍ ପବ୍ଲିକ୍ ସ୍କୁଲ ଅଧ୍ୟକ୍ଷା ମମିତା ମେହେରଙ୍କ ମର୍ଡର ମିଷ୍ଟ୍ରିର ଗୋଟିଏ ପରେ ଗୋଟିଏ ତଥ୍ୟ ଲାଗୁଛି ପୋଲିସ ହାତରେ। ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁକୁ ବଲାଙ୍ଗୀର ପୋଲିସ ୫ ଦିନିଆ ରିମାଣ୍ଡରେ ଆଣିଥିବା ବେଳେ ଆଜି ୪ର୍ଥ ଦିନରେ ଜେରା ହେବ ।

ଶୁକ୍ରବାର ଘଟଣାର ସିନ୍ ରିକ୍ରିଏସନ୍ କରାଯାଇଛି। ପୁଣି ଫେରିବା ପରେ ଗୋବିନ୍ଦକୁ ପଚରାଉଚୁରା କରାଯିବା ସହ ଆହୁରି ପ୍ରମାଣ ତଥ୍ୟ ହାସଲ କରିଛି ବଲାଙ୍ଗୀର ପୋଲିସ । ସେପଟେ ଶୁକ୍ରବାରଠାରୁ ଉତ୍ତରାଞ୍ଚଳ ଡିଆଇଜି ଦୀପକ କୁମାର ଏସପି ନୀତିନ କୁଶଲକରଙ୍କୁ ଯାହା ସବୁ ତଥ୍ୟ ମିଳିଛି ତାର କାଗଜପତ୍ର କାମ ଆରମ୍ଭ କରାଯାଇଥିବା କହିଛନ୍ତି । କୋର୍ଟରେ ସମ୍ପୂର୍ଣ୍ଣ ତଥ୍ୟ ସହ କୋର୍ଟ ଚାଲାଣ କରାଯିବ ବୋଲି ସୂଚନା ଦେଇଛନ୍ତି । ଅନ୍ୟପଟେ ମର୍ଡର ଦିନର ସବୁ ଘଟଣା ସତ ସତ ଗୋବିନ୍ଦ ବଖାଣିଛି ଓ ତାହାକୁ ନେଇ ବର୍ତ୍ତମାନ ସଂଖ୍ୟା ପ୍ରମାଣର ଆବଶ୍ୟକତା ରହିଥିବାରୁ ତାହା ଯୋଗାଡ କରାଯାଉଥିବା କହିଛନ୍ତି ଡିଆଇଜି।

ସେପଟେ ମୁଖ୍ୟ ସହଯୋଗୀ ଗୋବିନ୍ଦ ସାହୁଙ୍କ ଡ୍ରାଇଭର ରାଧେକୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ତା ଘରୁ ମିଳିଛି ବ୍ୟାଗ୍ । ଯାହାସବୁ ସାମଗ୍ରୀ ରହିଛି ତାହା ମମିତାଙ୍କର ନା ଆଉ କାହାର ତାହା ଖୋଜୁଛି ପୋଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.