Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୬୭ ମୃତ
  • ||
  • ଆସୁଛି ବାତ୍ୟା: ପ୍ରଭାବିତ ହେବ ଓଡ଼ିଶା, ୩ ରାତିରୁ ଉପକୂଳରେ ପ୍ରବଳ ବର୍ଷିବ ଓ ପବନ ବୋହିବ
  • ||
  • ୨୦୧୭ ହତ୍ୟା ଘଟଣାର ଖୋଳତାଡ କରିବ କ୍ରାଇମବ୍ରାଞ୍ଚ, ୪ ପୋଲିସ ଅଧିକାରୀଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ
  • ||
  • ମିଚିଗାନ ସ୍କୁଲରେ ୧୫ ବର୍ଷର ଛାତ୍ରର ଉନ୍ମତ୍ତକାଣ୍ଡ, ଆଖିବୁଜା ଗୁଳିମାଡ଼ରେ ୩ ମୃତ
  • ||
  • ଭଦ୍ରକ ବରପଦା ନିକଟରେ ଦୁଇ ଅପରାଧୀଙ୍କୁ ଏନକାଉଣ୍ଟର
  • ||

ମମିତା ମେହେର ହତ୍ୟା ମାମଲା: ଗୋବିନ୍ଦକୁ ହାଜତକୁ ପଠାଇଲା ପୋଲିସ, ଉତ୍ତରାଞ୍ଚଳ ଡିଆଇଜିଙ୍କ ସୂଚନା

25/10/2021 at 10:35 PM

ବଲାଙ୍ଗୀର ୨୫/୧୦: ମମିତା ମେହେର  ହତ୍ୟାକାଣ୍ଡ ମାମଲାରେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁକୁ ବଲାଙ୍ଗୀର ପୋଲିସ ୫ ଦିନିଆ ରିମାଣ୍ଡରେ ଆଣି ଜେରା କରିବା ସହ ଅଧିକ ତଥ୍ୟ ପ୍ରମାଣ ସଂଗ୍ରହ କରିବା ପରେ ଆଜି ବଙ୍ଗୋମୁଣ୍ଡା JMFC କୋର୍ଟରେ ହାଜର କରିଥିଲା। ଏହା ପରେ ଜେଲ ହାଜତକୁ ପଠାଯାଇଛି । ଏନେଇ ହତ୍ୟାକାଣ୍ଡ ମାମଲାରେ ପୋଲିସ କିଛି ପ୍ରମାଣ ହାତେଇଛି ସେନେଇ ବଲାଙ୍ଗୀର ପୋଲିସ ଜିଲ୍ଲା ମୂଖ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଉତ୍ତରାଞ୍ଚଳ DIG ଦୀପକ କୁମାର ସୂଚନା ଦେଇଛନ୍ତି ।

ଅଭିଯୁକ୍ତ ବିରୋଧରେ ଯଥେଷ୍ଟ ପ୍ରମାଣ ରହିଛି । ନିଜ ଅପରାଧ ମାନି ନେଇଛି । ଗୋବିନ୍ଦ ମମିତାଙ୍କୁ ହତ୍ୟା କଲା ପରେ  ରାଧେ ସହାୟତାରେ ପ୍ରମାଣ ନଷ୍ଟ କରିଥିଲା ତାକୁ ମଧ୍ୟ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । ଅଭିଯୁକ୍ତର ଜୁଡିସିଆଲ କନଫେସନ କରାଯାଇନାହିଁ । ଯଦି ଘଟଣାର ଅଧିକ ତଦନ୍ତ ଦରକାର ପଡେ ତାହେଲେ ପୁଣି ରିମାଣ୍ଡରେ ଅଣାଯାଇ ପଚରାଉଚୁରା କରାଯିବ । ମମିତାଙ୍କୁ ହତ୍ୟା କଲା ପରେ ଗୋବିନ୍ଦ ଅତି ନୃଶଂସତାର ସହ ପ୍ରଥମେ ଜଳାଇବା ପରେ ମାଟିରେ ପୋତି ଦେଇଥିଲା । ରାଧେ ଓରଫ ରାଧେଶ୍ୟାମ ଚଣ୍ଡୀ ତାକୁ ସବୁ କାମରେ ସହାୟତା କରିଥିଲା । ଗାତ ଭିତରୁ ସୁନା ଚେନ, ପାଉଁଜି, ପୋଡ଼ା ତରଳ ବ୍ୟାଗ ସହ ପୋଡି ଯାଇଥବା ମୋବାଇଲର କିଛି ଖଣ୍ଡ ଜବତ ହୋଇଛି ବୋଲି ସେ କହିଛନ୍ତି ।

ଏହା ସହ ଦେହବାଶେଷର କିଛି ଅଂଶ ଜବତ କରି ଲ୍ୟାବକୁ ପଠାଯାଇଛି ତାହାର ରିପୋର୍ଟ ଆଧାରରେ ପୁଣି ତଦନ୍ତ କରାଯିବ । ପୋଲିସ ତଦନ୍ତରେ ପିଡୀତାଙ୍କ ପରିବାର ଲୋକେ ସନ୍ତୁଷ୍ଟ ଅଛନ୍ତି । ସେମାନେ ନ୍ୟାୟ ସହ ଫାଷ୍ଟଟ୍ରାକରେ ମାମଲାର ବିଚାର କରିବା ପାଇଁ ଜିଲ୍ଲା ପ୍ରଶାସନ ଓ ପୋଲିସକୁ ନିବେଦନ କରିଛନ୍ତି । ଆହୁରି ଅନେକ ତଦନ୍ତ ବାକି ରହିଛି ତଦନ୍ତ ସମୟରେ ଆଉ ଯାହା ଲିଙ୍କ ମିଳିବ ସେନେଇ ମଧ୍ୟ ତଦନ୍ତ କରାଯିବ । ମାମଲାରେ ସମସ୍ତ ଦିଗକୁ ଆଇନ ଅନୁସାରେ ତଦନ୍ତ କରାଯାଇଛି । ସେପଟେ ରାଧେ ଘରେ ବ୍ୟାଗ ମିଳିବା ଘଟଣାରେ ଅଧିକ ତଦନ୍ତ ଜାରି ରହିଛି । ଆବଶ୍ୟକ ପଡ଼ିଲେ ରାଧେ କୁ ରିମାଣ୍ଡ ରେ ଅଣାଯିବ ବୋଲି ଡିଆଇଜି କହିଛନ୍ତି ।

ଅନ୍ୟପଟେ ଗୋନିନ୍ଦ ଟିଟିଲାଗଡ଼ ବାରେକରୁ ଫେରାର ହେବା ଘଟଣାକୁ ନେଇ ମଧ୍ୟ ମାମଲା ରୁଜୁ କରି ତଦନ୍ତ କରୁଛି ପୋଲିସ । ଗୋବିନ୍ଦ ଫେରାର ସମୟରେ ବ୍ୟବହାର କରିଥିବା ଫୋନ ଜବତ ହୋଇଛି । ତେବେ ତଦନ୍ତରେ ବାଧା ସୃଷ୍ଟି ହେବା ଆଶଙ୍କାରେ ସମସ୍ତ ସୂଚନା ଦେଇନଥିବା  କହିଛନ୍ତି ଉତ୍ତରାଞ୍ଚଳ ଡିଆଇଜି ଦୀପକ କୁମାର।

   Related Posts