ମମିତା ମେହେର ହତ୍ୟା ଘଟଣା, ବିନିକାରେ ଅଖ-ଚକ ସବୁ ବନ୍ଦ

Published By : Prameya-News7 Bureau | October 28, 2021 IST

ବିନିକା ୨୮।୧୦: କଳାହାଣ୍ଡି ମହାଲିଙ୍ଗ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ଘଟଣା । ବିନିକା ଠାରେ ବିଜେପି ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଇଛି l ଯାହା ଫଳରେ ଦୋକାନ ବଜାର ବନ୍ଦ ରହିବା ସହ ଯାନବାହାନ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ କରାଯାଇଛି l

ତେବେ ଆଜିର ଏହି ବନ୍ଦ ପାଳନ ସମୟରେ କେବଳ ଜରୁରୀ କାଳୀନ ଅତ୍ୟାବଶ୍ୟକ  ସେବାକୁ ଛାଡ଼ି ଆଉ ସମସ୍ତ ଦୋକାନ ବଜାର,ବ୍ୟାଙ୍କ, ଶିକ୍ଷାନୁଷ୍ଠାନ ବନ୍ଦ ରହିଛି l ଅଖ ଚକ ସବୁ ସମ୍ପୂର୍ଣ୍ଣ ଭାବରେ ବନ୍ଦ ରହିଛି l ଅଭିଯୁକ୍ତଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ସହ ମନ୍ତ୍ରୀ ଦିବ୍ୟଶଙ୍କରଙ୍କୁ ବହିଷ୍କାର ଦାବି କରିଛି ବିଜେପି ।   ଏଥିସହ  ଘଟଣାର ସିବିଆଇ ତଦନ୍ତ ପାଇଁ ଦାବି କରିଛନ୍ତି ବିଜେପି କର୍ମୀ l ଏହି ୧୨ ଘଣ୍ଟିଆ ବନ୍ଦକୁ  କେଶରୀୟା ହିନ୍ଦୁ ବାହୀନି ମଧ୍ୟ ପୂର୍ଣ୍ଣ ସମର୍ଥନ କରିଛି l

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.