'ଝିଅର ହତ୍ୟାକାରୀକୁ ଫାଶୀ ଦିଆଯାଉ' : ତଦନ୍ତରେ ସନ୍ତୁଷ୍ଟ ଥିବା କହିଲେ ମମିତାଙ୍କ ବାପା

Published By : Prameya-News7 Bureau | October 24, 2021 IST

କଣ୍ଟାବାଞ୍ଜି,୨୪/୧୦:  ମମିତାଙ୍କ ମେହେରଙ୍କ ହତ୍ୟାକାଣ୍ଡକୁ ନେଇ ରାଜନୀତି ଜୋର ଧରିଛି। ବିରୋଧ-ସରକାର ମୁହାଁମୁହିଁ ହୋଇଛନ୍ତି । ତେବେ ଶନିବାର ମମିତାଙ୍କ ହତ୍ୟା ଘଟଣାରେ ବଲାଙ୍ଗୀର ପୋଲିସକୁ ପରିବାର ଲୋକେ ଭେଟିଥିଲେ। ସେଠାରେ ଫୋନକୁ ଚିହ୍ନଟ କରିବାପାଇଁ ସେମାନେ ଆସିଥିଲେ । ଫେରିବା ପରେ ମମିତାଙ୍କ ବାପା ତଦନ୍ତରେ ସନ୍ତୁଷ୍ଟ ଥିବା ଗଣମାଧ୍ୟମକୁ କହିଛନ୍ତି ।

wp:html /wp:html

ସୂଚନାନୁସାରେ, ଶନିବାର ବଲାଙ୍ଗୀର ପୋଲିସ ଡ୍ରାଇଭର ରାଧେଶ୍ୟାମଙ୍କ ଘରୁ ମିଳିଥିବା ଜିନିଷପତ୍ରକୁ ପରିବାର ଲୋକଙ୍କୁ ଦେଖାଇଥିଲା । ସେମାନଙ୍କୁ ମୋବାଇଲକୁ ଚିହ୍ନଟ କରିବା ପାଇଁ ଡକାଯାଇଥିଲା ।  ଏହାପରେ ସେମାନେ ଗାଁକୁ ଫେରିବା ସହ ଗଣମାଧ୍ୟମରେ ପ୍ରତିକ୍ରିୟା ରଖିଥିଲେ ।

ମମିତାଙ୍କ ପିତା କହିଥିଲେ ଯେ, ବ୍ୟାଗରେ ଥିବା ମୋବାଇଲ ଓ ଡ୍ରେସ ମମିତାଙ୍କ ନୁହେଁ । ତାଙ୍କୁ  ପୋଲିସ ଅସ୍ଥି ପ୍ରଦାନ କରିଥିଲା। ହିନ୍ଦୁ ପରମ୍ପରା ଅନୁସାରେ ଅନ୍ତିମ ସଂସ୍କାର କରିବା ପରେ ସେ ଅସ୍ଥି ନେବାକୁ ଆସିଛନ୍ତି । ପୋଲିସର ତଦନ୍ତ ପ୍ରକ୍ରିୟାରେ ସନ୍ତୁଷ୍ଟ ଥିବା ସହ ହତ୍ୟାକାଣ୍ଡରେ ସାମିଲ ଥିବା ସମସ୍ତଙ୍କୁ ଫାଶୀଦେବା ପାଇଁ ସେ ଦାବି କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.